Odisha news

ଆପଣ ନିତିଦିନ ଖାଉଥିବା ଫାଷ୍ଟ ଫୁଡ୍ ରେ ରହିଛି ଜହର , ସମୟ ଥାଉ ଥାଉ ହୋଇ ଯାଆନ୍ତୁ ସତର୍କ

0
ଆଜିକାଲି ସମସ୍ତଙ୍କର ଫାଷ୍ଟ ଫୁଡ୍ ଗୋଟିଏ ପ୍ରିୟ ଖାଦ୍ୟ ଭାବରେ ଅତି ଆଦୃତ । ଯଦି ଆପଣଙ୍କୁ ଅଫିସ୍ କିମ୍ବା ଘରେ କାମ କରୁଥିବା ସମୟରେ ଅଚାନକ ନିଦ ଲାଗୁଚି ତେବେ ଏହାର ଗୋଟିଏ ବଡ଼ କାରଣ ହେଉଛି ଆଜିକାଲି ର ଫାଷ୍ଟ ଫୁଡ୍ ।
ଗୋଟିଏ ଗବେଷଣା ଅନୁସାରେ ଯେଉଁ ବ୍ୟକ୍ତିମାନେ ଅଧିକ ଚର୍ବି ଯୁକ୍ତ ଖାଦ୍ୟ କିମ୍ବା ତୈଳ ଯୁକ୍ତ ଫାଷ୍ଟ ଫୁଡ୍ ଖାଇ ଥାଆନ୍ତି , ସେମାନେ ରାତିରେ ଠିକ୍ ଭାବରେ ସୋଇ ପାରି ନଥାନ୍ତି । ଏଭଳି ବ୍ୟକ୍ତିଙ୍କୁ ରାତିରେ ନିଦ ଆସିବାର ସମ୍ଭାବନା ରହିଥାଏ ।
* ଅଷ୍ଟ୍ରେଲିଆ ର ଗୋଟିଏ ଗବେଷଣା ରୁ ଜଣାପଡିଛି ଯେ ଯେଉଁ ବ୍ୟକ୍ତିମାନେ ଅଧିକ ଚର୍ବି ଯୁକ୍ତ ଓ ତୈଳ ଯୁକ୍ତ ଖାଦ୍ୟ ଖାଇ ଥାଆନ୍ତି ସେମାନଙ୍କୁ ଦିନ ସମୟରେ ଅଧିକ ନିଦ ହୋଇଥାଏ ।
* ଚର୍ବି ଯୁକ୍ତ ଖାଦ୍ୟରେ ନିଦ୍ରା ହୀନତା ଅଧିକ ହେବା , ଯାହାକୁ କୁହନ୍ତି ସ୍ଲିପ ଏପନୀୟ ସହିତ ଯୋଡି ହୋଇଛି । ଦିନ ସମୟର ନିଦ ଏକାଗ୍ରତା କୁ ପ୍ରଭାବିତ କରିଥାଏ । ସେଥିପାଇଁ ଗବେଷକ ମାନେ କହିଛନ୍ତି ସୁସ୍ଥ ନିଦ୍ରା ଓ ସୁସ୍ଥ ଆହାର ଉପରେ ଧ୍ୟାନ ଦେବା ଆବଶ୍ୟକ ।
* ତୈଳ ଯୁକ୍ତ ଖାଦ୍ୟ ଓ ଚର୍ବି ଯୁକ୍ତ ଖାଦ୍ୟ ଦ୍ଵାରା ରକ୍ତଚାପ ମଧ୍ୟ ପ୍ରଭାବିତ ହୋଇଥାଏ । ଏହି ଗବେଷଣା ରେ ଜଣା ପଡ଼ିଛି ଯେ ଯେଉଁ ବ୍ୟକ୍ତି ମାନେ ଅଧିକ ଫାଷ୍ଟ ଫୁଡ୍ ସେବନ କରୁଥିଲେ ସେମାନେ ଉଚ୍ଚ ରକ୍ତଚାପ ଦ୍ଵାରା ପ୍ରଭାବିତ ହେଉଥିଲେ ।
* ଫାଷ୍ଟ ଫୁଡ୍ ଆମର ପାଚନ କ୍ରିୟା କୁ ମଧ୍ୟ ପ୍ରଭାବିତ କରିଥାଏ । ଅଧିକ ଫାଷ୍ଟ ଫୁଡ୍ ସେବନ ଦ୍ଵାରା ଆମର ପାଚନ ତନ୍ତ୍ର ଉପରେ ଖରାପ୍ ପ୍ରଭାବ ପଡିଥାଏ ଓ କୋଷ୍ଠା କଠିନ୍ୟ ସମସ୍ୟା ଦେଖାଦିଏ। ଯେ କୌଣସି ଖାଦ୍ୟ ଖାଇଲେ ମଧ୍ୟ ହଜମ ହୋଇ ନଥାଏ ।
Leave A Reply