Odisha news

ଜେଏସପିଏଲ ଫାଉଣ୍ଡେସନ ଦ୍ଵାରା 60 ଗ୍ରାମୀଣ ମହିଳା ଉଦ୍ୟୋଗୀ ପୁରସ୍କୃତ

ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ର ସାମାଜିକ ଶାଖା ଜେଏସପିଏଲ ଫାଉଣ୍ଡେସନ ର ସହାୟତାରେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ଆୟ କରିବାର ପନ୍ଥା ଦେଖାଇଥିବା 60 ଜଣ ଗ୍ରାମୀଣ ମହିଳା ଙ୍କୁ ଫାଉଣ୍ଡେସନ ପକ୍ଷରୁ ପୁରସ୍କୃତ କରାଯାଇଛି I କେନ୍ଦୁଝର ଜିଲ୍ଲାର ଦେଓଝର ଏବଂ କଣ୍ଡରା ଗ୍ରାମପଞ୍ଚାୟତ ର ଏହି ମହିଳା ମାନେ ଫାଉଣ୍ଡେସନ ଦ୍ୱାରା ବିଭିନ୍ନ ଜୀବିକା ସୃଷ୍ଟିକାରୀ କାର୍ଯ୍ୟକ୍ରମ ଉପରେ ତାଲିମ ପ୍ରାପ୍ତ ହୋଇ ନିଜ ନିଜ ଅଂଚଳରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତନ ଆଣିଥିବାରୁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା I

ଏହି ଦିନିକିଆ କାର୍ଯ୍ୟକ୍ରମରେ  50 ଜଣ ମହିଳାଙ୍କୁ ଛତୁଚାଷ ବିଷୟରେ ତାଲିମ ନେଇ ଏବଂ ଚାଷରେ ସଫଳ ହୋଇ ନିଜକୁ ଆତ୍ମନିର୍ଭରଶୀଳ କରିବା ସହ ପରିବାରର ଆୟକୁ ବଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା I ସେହିପରି ସିଲେଇ ଦ୍ୱାରା ରୋଜଗାରକ୍ଷମ ହୋଇ ନିଜ ଅଂଚଳରେ ସ୍ୱାବଲମ୍ବୀ ଭାବରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିବା 10 ଜଣ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା I

ନିଜ ସଂଭାଷଣରେ ଏହି ମହିଳା ଉଦ୍ୟୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇ ବଡ଼ବିଲ ପ୍ଲାଣ୍ଟ ମୁଖ୍ୟ ଶ୍ରୀ ବ୍ରିଜ ବଦହଦରା କହିଲେ, “ମହିଳା ସଶକ୍ତିକରଣ ସେତେବେଳେ ଆସେ ଯେତେବେଳେ ମହିଳା ମାନେ ଆଗକୁ ଆସି ଉଦ୍ୟୋଗୀ ହୁଅନ୍ତି ଏବଂ ପରିବାରର ଅର୍ଥନୈତିକ ନିଷ୍ପତ୍ତିରେ ନିଜକୁ ସାମିଲ କରନ୍ତି I ମହିଳା ମାନଙ୍କୁ ସଶକ୍ତ କରି ସେମାନଙ୍କୁ ଆହୁରି ସ୍ୱାବଲମ୍ବୀ କରିବା ପାଇଁ ଜେଏସପିଏଲ ଫାଉଣ୍ଡେସନ ର ପ୍ରଚେଷ୍ଟା ଆଗକୁ ଜାରି ରହିବ I ”

ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି, ଯୋଡ଼ା ବ୍ଲକ ର ସହକାରୀ କୃଷି ଅଧିକାରୀ ଦମୟନ୍ତୀ ହାଁସଦା କୃତି ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇ କହିଲେ, “ଏଭଳି କାର୍ଯ୍ୟକ୍ରମ ଦ୍ୱାରା ମହିଳା ମାନଙ୍କୁ ପ୍ରୋତ୍ସାହିତ କରି ସେମାନଙ୍କୁ ଆହୁରି ଆଗକୁ ଯିବାପାଇଁ ପ୍ରବର୍ତ୍ତାଉ ଥିବାରୁ ଜେଏସପିଏଲ ଫାଉଣ୍ଡେସନ ର ଏହି କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ I”

ପ୍ରଶ୍ନୋତ୍ତର ଅବସରରେ ନିକଟବର୍ତୀ କୁଲଡ଼ୁମ ଗ୍ରାମର ଶ୍ରୀମତୀ ମାଳତୀ ମହାନ୍ତ ନିଜର ସଫଳ କାହାଣୀ ସମସ୍ତଙ୍କ ସମ୍ମୁଖରେ ବଖାଣି ଥିଲେ I “ମୁଁ ପ୍ରଥମରୁ ଭାବିଥିଲି ଛତୁ ଚାଷରୁ ଟଙ୍କାଟିଏ ମଧ୍ୟ ରୋଜଗାର କରିପାରିବିନି I କିନ୍ତୁ ଜେଏସପିଏଲ ଫାଉଣ୍ଡେସନ ର ତାଲିମ ମୋର ଚିନ୍ତାଧାରା କୁ ସମ୍ପୂର୍ଣ ଭୁଲ ପ୍ରମାଣିତ କରିଥିଲା I ଏବେ ମୁଁ ଏହି ଚାଷରୁ ବର୍ଷକୁ 40 ହଜାର ଟଙ୍କାରୁ ଅଧିକ ଆୟ କରୁଛି” ସେ କହିଲେ I

ବଡ଼ବିଲ ପ୍ଲାଣ୍ଟ ର ସିଏସଆର ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ବ୍ୟତୀତ ଦେଓଝର ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ମଙ୍ଗଲ ମୁଣ୍ଡା, ସମିତି ସଭ୍ୟ ଶ୍ରୀ ଯୁଧିଷ୍ଠିର ପଲେଇ ଏବଂ ସିଏସଆର ବିଭାଗ ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ I ଜେଏସପିଏଲ ଫାଉଣ୍ଡେସନ ର ଛତୁଚାଷ, ସିଲେଇ, ଲାଖ ଚାଷ ତଥା ମୃତ୍ତିକା ଶିଳ୍ପ ଭଳି ବିଭିନ୍ନ ଜୀବିକା ସୃଷ୍ଟିକାରୀ ତଥା କାର୍ଯ୍ୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଦ୍ୱାରା ପଖାପାଖି ଅଂଚଳରେ ଏଯାବତ 500 ରୁ ଅଧିକ ମହିଳା ଉପକୃତ ହୋଇଛନ୍ତି I

Comments are closed.