Odisha news

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ

0

ଫୁଲନଖରା : ବାରଙ୍ଗ ବ୍ଲକ ଗଙ୍ଗେଶ୍ୱର ମୌଜା ଅନ୍ତର୍ଗତ ଇଶ୍ୱରପୁରଠାରେ ଥିବା କାର୍ତ୍ତିକେଶ୍ୱର ଯୁବକ ସଂଘ ପକ୍ଷରୁ ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ଦିଆଯାଇଛି ।

ଏହି ଉପଲକ୍ଷେ ଗ୍ରାମର ଉପରସାହିସ୍ଥିତ ବାବା ବେଲେଶ୍ୱରଙ୍କ ପୀଠରେ ଜୟରାମ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କଟକ ସଦର ପ୍ରେସ କ୍ଲବ ସଭାପତି ସୁରେନ୍ଦ୍ର ମହାପାତ୍ରଙ୍କ ସମେତ ଅଜୟକୁମାର ଦାଶ, ଲଳିତକୁମାର ଦାଶ, ଅଜୟକୁମାର ପାତ୍ର, ଗଜେନ୍ଦ୍ରନାଥ ଦାସ ଓ ପ୍ରତାପକେଶରୀ ପାତ୍ରଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।

ପୂର୍ବତନ ସମିତି ସଦସ୍ୟ କୈଳାସଚନ୍ଦ୍ର ସାହୁ, ମହେନ୍ଦ୍ର ସାହୁ, ରମେଶଚନ୍ଦ୍ର ସାହୁ ଓ ଚିତ୍ତରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଅଗାଧୁ ସାହୁ, ଅନିରୁଦ୍ଧ ସାହୁ, ଅଜିତକୁମାର ସାହୁ, ଅନିଲରଞ୍ଜନ ସାହୁ, ତ୍ରିଲୋଚନ ସାହୁ, ଉମାକାନ୍ତ ସାହୁ ଓ ପ୍ରହ୍ଲାଦ ସାହୁ ଏଥିରେ ସହଯୋଗ କରିଥିଲେ ।

Leave A Reply