ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ଆମେରିକାର ଜଳବାୟୁ ଦୂତ ଜନ କେରି ଆସନ୍ତା ସପ୍ତାହରେ ନିଜର ପ୍ରଥମ ଏସିଆ ଗସ୍ତରେ ଭାରତ ଯାତ୍ରା କରିବେ l ଅପ୍ରେଲରେ ଆମେରିକାରେ ଜଳବାୟୁ ଶିଖର ସମିଳନୀ ହେବାକୁ ଯାଉଛି ,ଯେଉଁ କାରଣରୁ ସେ ଜଳବାୟୁ ସଙ୍କଟ ଉପରେ ପରାମର୍ଶ କରିବେ l ସେଥିପାଇଁ ସେ ୧ ରୁ ୯ ଅପ୍ରେଲ ମଧ୍ୟରେ UAE ,ଭାରତ ଓ ବଙ୍ଗଳାଦେଶ ଗସ୍ତ କରିବେ l ବାଇଡେନ ପ୍ରଶାସନର ଦୁତୀୟ ଶୀର୍ଷ ଅଧିକାରୀ ଭାବରେ କେରି ଭାରତ ଆସୁଛନ୍ତି l ମାର୍ଚ୍ଚ ମାସରେ ଆମେରିକାର ରକ୍ଷା ସଚିବ ଲଏଡ ଅଷ୍ଟିନ ଭାରତ ଗସ୍ତରେ ଆସିଥିଲେ l
ଜନ କେରି ନିଜ ଟ୍ୱିଟର ଆକାଉଣ୍ଡରେ ଲେଖିଛନ୍ତି “ଜଳବାୟୁ ସଙ୍କଟ ସହିତ ଲଢ଼ିବା ପାଇଁ UAE ,ଭାରତ ଓ ବଙ୍ଗଳାଦେଶର ବନ୍ଧୁ ମାନଙ୍କ ସହିତ ଭଲରେ ଚର୍ଚା ହୋଇ ପାରିବ ବୋଲି ଆଶା ରଖିଛି l” ମିଳିଥିବା ତଥ୍ୟ ଅନୁସାରେ ଆମେରିକା ରାଷ୍ଟ୍ରପତି ବାଇଡେନ ଅପ୍ରେଲ ୨୨ ତାରିଖରୁ ଆରମ୍ଭ ହେଉଥିବା ଦୁଇ ଦିନର ଜଳବାୟୁ ଶିଖର ସମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ୪୦ ଦେଶର ନେତାଙ୍କୁ ଅମଂତ୍ରିତ କରିଛନ୍ତି l ହ୍ୱାଇଟ ହାଉସର ଏକ ବୟାନ ଅନୁସାରେ ନେତା ମାନଙ୍କର ଶିଖର ସମିଳନୀରେ ଜଳବାୟୁ ସଙ୍କଟର କାରଣ ସଫଳତା ପୂର୍ବକ ବାହାର କରାଯାଇ ପାରିବ ଓ ଏହାଦ୍ୱାରା ସମସ୍ତ ଦେଶ ମାନଙ୍କୁ ଆର୍ଥିକ ଲାଭ ମଧ୍ୟ ମିଳିବ l
ଆମେରିକା ଆଶା ରଖିଛି ଯେ ଯଥା ଶୀଘ୍ର ପ୍ୟାରିସ ଜଳବାୟୁ ରାଜିନାମର ସର୍ତ୍ତକୁ ଗ୍ରହଣ କରିବ ଓ ଅନ୍ୟମାନଙ୍କୁ ନିଜ ଲକ୍ଷରେ ପହଂଚିବା ପାଇଁ ପ୍ରୋତ୍ସାହିତ କରିବ l ସଂଯୁକ୍ତ ରାଷ୍ଟ୍ର ଆମେରିକା ଦୁନିଆରେ ଗ୍ରୀନ ହାଉସ ଗ୍ୟାସର ଦ୍ୱିତୀୟ ସବୁଠୁ ବଡ଼ ଉଦ୍ୟଗ ଅଟେ ଓ ପ୍ରଥମ ସ୍ଥାନରେ ପ୍ୟାରିସ ରହିଛି l
Comments are closed.