ଜିଓ ଆରମ୍ଭ କଲା ଜିଓଟେଲି ଓଏସ : ଭାରତର ନୂତନ ସ୍ମାର୍ଟ ଟିଭି ଅପରେଟିଂ ସିଷ୍ଟମ୍
ଜିଓଟେଲି ଓଏସ ଦ୍ରୁତ କାର୍ଯ୍ୟଦକ୍ଷତା ଏବଂ ସ୍ମାର୍ଟ ବିଷୟବସ୍ତୁ ଅନୁଭୂତି ପ୍ରଦାନ କରିବ
ମୁମ୍ବାଇ / ଭୁବନେଶ୍ୱର: ଜିଓ ପକ୍ଷରୁ ଭାରତରେ ସ୍ମାର୍ଟ ଟିଭି ଉପଭୋକ୍ତାଙ୍କ ପାଇଁ ‘ଜିଓଟେଲି ଓଏସ’ ଆରମ୍ଭ କରାଯାଇଛି। ଏହି ନୂତନ ଅପରେଟିଂ ସିଷ୍ଟମ୍ ଦ୍ରୁତ, ସ୍ମାର୍ଟ ଏବଂ ବ୍ୟବହାର କରିବାକୁ ସହଜ, ଯାହା ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକଶିତ ହୋଇଛି। ଭାରତରେ ପ୍ରାୟ ୩୫ ନିୟୁତ କନେକଟେଡ଼ ଟିଭି ଘର ଅଛି, କିନ୍ତୁ ଅନେକ ଗ୍ରାହକ ସୀମିତ କଷ୍ଟମାଇଜେସନ୍, ଉଚ୍ଚ-ଗୁଣାତ୍ମକ ଆଞ୍ଚଳିକ ବିଷୟବସ୍ତୁର ଅଭାବ ଏବଂ ସୁଚାରୁ ଅନୁଭବର ଅଭାବ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜିଓଟେଲି ଓଏସ ଏହି ସମସ୍ତ ଆହ୍ୱାନର ସମାଧାନ ନେଇଆସିଛି। ଏହି ଓଏସରେ ଏଆଇ ବା କୃତ୍ରିମ ବୁଦ୍ଧିମତା ଆଧାରିତ ସୁପାରିଶଗୁଡିକ ଉପଲବ୍ଧ ହେବ, ଯାହାଦ୍ୱାରା ଗ୍ରାହକମାନେ ସେମାନଙ୍କର ନିଜ ପସନ୍ଦର ବିଷୟବସ୍ତୁ ଶୀଘ୍ର ଏବଂ ସହଜରେ ଖୋଜି ପାଇପାରିବେ।ଗ୍ରାହକମାନେ ଗୋଟିଏ ସ୍ଥାନରେ ଟିଭି ଚ୍ୟାନେଲ, କ୍ଲାଉଡ୍ ଗେମ୍ ଏବଂ ଓଟିଟି ଆପ୍ ଉପଭୋଗ କରିବାକୁ ସମର୍ଥ ହେବେ। ଏଥିସହିତ ସମୟ ସମୟରେ ନୂତନ ଅପଡେଟ ମିଳିବା ଫଳରେ ଏହା ସର୍ବଦା ନୂତନ ଆପ୍ ଏବଂ ଟେକ୍ନୋଲୋଜି ସହିତ ଅପଡେଟ୍ ରହିବ ଫେବୃଆରୀ ୨୧, ୨୦୨୫ ରୁ, ଏହି ଓଏସ ଥମସନ୍, କୋଡାକ୍, ବିପିଏଲ୍ ଏବଂ ଜେବିସି ବ୍ରାଣ୍ଡର ସ୍ମାର୍ଟ ଟିଭିରେ ଉପଲବ୍ଧ ହେବ। ଆଗାମୀ ଦିନରେ ଅଧିକ ବ୍ରାଣ୍ଡ ଏହାସହିତ ଯୋଡ଼ିହେବେ।