Odisha news

ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫ରେ କେନ୍ଦ୍ରମନ୍ତ୍ରୀ , ଝାରସୁଗୁଡ଼ାର ପ୍ରଗତି ଆମର ଲକ୍ଷ୍ୟ : ଧର୍ମେନ୍ଦ୍ର ପ୍ରଧାନ

0

ଝାରସୁଗୁଡ଼ାରେ ୭୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ
ପଞ୍ଚପଡ଼ା ଠାରେ ଅସହାୟ ବୟସ୍କମାନଙ୍କ ପାଇଁ ଏକ ବୃଦ୍ଧାଶ୍ରମ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଅନ୍ୟ ଜିଲ୍ଲା ଅପେକ୍ଷା ଝାରସୁଗୁଡ଼ା ଜିଲ୍ଲା ବହୁତ ଆଗରେ ଅଛି
ଝାରସୁଗୁଡା ଜିଲ୍ଲାକୁ ପ୍ରମୁଖ ଅର୍ଥନୈତିକ ପେଣ୍ଠସ୍ଥଳି କରିବା ପାଇଁ ପଡିବ

ଝାରସୁଗୁଡ଼ା, ଜାନୁଆରୀ ୦୫ – ଝାରସୁଗୁଡ଼ା ଜିଲ୍ଲା ବହୁ ପୁରାତନ ସଭ୍ୟତା ଓ ଭାଷାଭାଷୀର ଜିଲ୍ଲା । ଶିଳ୍ପ ସମୃଦ୍ଧ ଏହି ଜିଲ୍ଲାକୁ ପ୍ରଗତି ପଥରେ ନେବାର ଲକ୍ଷ୍ୟ ରଖି ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ହେବ ବୋଲି ରବିବାର ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫ରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସ ଅବସରରେ ଆଜି ୭୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସରକାରଙ୍କ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ଏବଂ ଅନ୍ୟ ବିଭାଗ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ମହୋତ୍ସବ ଦୁଲଦୁଲି -୨୦୨୫ ଅବସରରେ ଏକ ମେଗା ରକ୍ତଦାନ ଶିବିର ବି ଆୟୋଜନ ହୋଇଛି । ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚପଡ଼ା ଠାରେ ଏନଏଲସି ତଲବିରା ସିଏସଆର୍ କାର୍ଯ୍ୟକ୍ରମ ଅଧୀନରେ ଅସହାୟ ବୟସ୍କମାନଙ୍କ ପାଇଁ ଏକ ବୃଦ୍ଧାଶ୍ରମ ଉଦଘାଟିତ ହୋଇଛି । ଏହାସହ ଏମ୍ସ ଫାଉଣ୍ଡେସନ ତରଫରୁ ଅଙ୍ଗଦାନ ଆରମ୍ଭ ହୋଇଛି, ଯାହା ସ୍ୱାଗତଯୋଗ୍ୟ ।

ସେ କହିଛନ୍ତି ଯୁବବସ୍ଥାରୁ ମୁଁ ଝାରସୁଗୁଡାକୁ ଅତି ନିକଟରୁ ଦେଖିଛି । ଝାରସୁଗୁଡ଼ାବାସୀଙ୍କ ଆଶୀର୍ବାଦ କାରଣରୁ ଆଜି ଡବଲ ଇଞ୍ଜିନ ସରକାର ହେଇଛି । ଝାରସୁଗୁଡ଼ା ଜିଲ୍ଲା ଅନ୍ୟ ଜିଲ୍ଲା ଅପେକ୍ଷା ବହୁତ ଆଗରେ ଅଛି । ଝାରସୁଗୁ଼ଡା଼ର କିଛି ଅଞ୍ଚଳ ବିଶେଷ ଭାବରେ ବ୍ରଜରାଜନଗର ଓ ଲଖନପୁର ବ୍ଲକ ଅଞ୍ଚଳର ଲୋକମାନେ ବାରମ୍ବାର ବିସ୍ଥାପିତ ହେବା ପରେ ମଧ୍ୟ ଜିଲ୍ଲା ଓ ରାଜ୍ୟର ବିକାଶରେ ସହଯୋଗର ହାତ ବଢାଇଛନ୍ତି ।

ଶିଳ୍ପାଞ୍ଚଳର ଏହି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଝାରସୁଗୁଡାକୁ ପ୍ରମୁଖ ଅର୍ଥନୈତିକ ପେଣ୍ଠସ୍ଥଳି କରିବା ପାଇଁ ପଡିବ । ଜିଲ୍ଲାରେ ମହିଳା ସଶକ୍ତିକରଣ, ଦଳିତ, ବଞ୍ଚିତ, ପଛୁଆ ବର୍ଗଙ୍କ ବିକାଶକୁ ପ୍ରାଥମିକତା ଦେବାକୁ ହେବ ।ଏହି ଜିଲ୍ଲାର ପରିବେଶକୁ ଧ୍ୟାନ ଦେବା ପାଇଁ ପଡିବ । କୋଲାବିରା, ଲାଇକେରା ସମେତ ଚଷାଚାଷୀ ଅଞ୍ଚଳରେ ଜଳସେଚନକୁ ସୁବ୍ୟବସ୍ଥିତ କରିବା ପାଇଁ ପଡିବ । ଶିଳ୍ପ କାରଖାନା ପ୍ରତିଷ୍ଠା ସହ ଯୁବକମାନଙ୍କ ପାଇଁ ରୋଜଗାରର ପଥ ପ୍ରଶସ୍ତ କରିବାକୁ ହେବ ।  ଝାରସୁଗୁଡ଼ା ଜିଲ୍ଲାରେ ଶାନ୍ତି ବଜାୟ ରଖିବା ସହ ଭାଇଚାରାକୁ  ବଢାଇବା ପାଇଁ ଦାୟିତ୍ୱ ନେବାକୁ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

Leave A Reply