ଭୁବନେଶ୍ୱର : ଜେଇଇ ଆଡ୍ଭାନ୍ସଡ୍ ୨୦୨୩ରେ ଫିଟ୍ଜୀର ୪ ବର୍ଷିଆ କ୍ଲାସ୍ରୁମ୍ ପ୍ରୋଗ୍ରାମର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ପ୍ରୋଗ୍ରାମର ଛାତ୍ର ରିଷି କାଲ୍ରା ଅଲ୍ ଇଣ୍ଡିଆ ର୍ୟାଙ୍କରେ ୩ ନମ୍ବର ସ୍ଥାନରେ ରହିଛନ୍ତି । ସେ ଜେଇଇ ଆଡ୍ଭାନ୍ସଡ୍ ୨୦୨୩ରେ ୩୩୬/୩୬୦ ମାର୍କ ହାସଲ କରିପାରିଛନ୍ତି । ସେହିପରି ଫିଟ୍ଜୀର ଏହି କ୍ଲାସ୍ରୁମ୍ ପ୍ରୋଗ୍ରାମର ଛାତ୍ର ଅଲିଭ୍ ସାହୁ ଏଆଇଆର୍ ୩୨୬ ହାସଲ କରିବା ସହିତ ଓଡିଶା ଷ୍ଟେଟ୍ ଟପର୍ ମଧ୍ୟ ହୋଇଛନ୍ତି । ଦେଶବ୍ୟାପୀ ଫିଟ୍ଜୀର ଛାତ୍ରଛାତ୍ରୀମାନେ ଜେଇଇ ଆଡ୍ଭାନ୍ସଡ୍ ୨୦୨୩ର ଅଲ୍ ଇଣ୍ଡିଆ ର୍ୟାଙ୍କର ପ୍ରତ୍ୟେକ ରେଞ୍ଜରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । କମନ୍ ମେରିଟ୍ ଲିଷ୍ଟରେ ଥିବା ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୩ ଜଣ ଏବଂ ଶୀର୍ଷ ୧୦୦ ଜଣଙ୍କ ମଧ୍ୟରେ ୩୭ ଜଣ ଫିଟ୍ଜୀର କ୍ଲାସ୍ରୁମ୍ ପ୍ରୋଗ୍ରାମର ଛାତ୍ରଛାତ୍ରୀ ଅଟନ୍ତି । ସେହିପରି ଫିଟ୍ଜୀ ଭୁବନେଶ୍ୱର ଓ କଟକର ଛାତ୍ରଛାତ୍ରୀମାନେ ଜେଇଇ ଆଡ୍ଭାନ୍ସଡ୍ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । କ୍ଲାସ୍ରୁମ୍ ପ୍ରୋଗ୍ରାମରୁ କମନ ମେରିଟ୍ ଲିଷ୍ଟରେ ମୋଟ ୭୨ ଜଣ ଛାତ୍ରଛାତ୍ରୀ କ୍ୱାଲିଫାଏ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ଶୀର୍ଷ ୫୦୦ ମଧ୍ୟରେ, ୫ ଜଣ ଶୀର୍ଷ ୧୦୦୦ ମଧ୍ୟରେ ଓ ୨୫ ଜଣ ଶୀର୍ଷ ୫୦୦୦ ର୍ୟାଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଫିଟ୍ଜୀ ପକ୍ଷରୁ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି ଏବଂ ସେମାନଙ୍କ ଆଇଆଇଟି ଯାତ୍ରା ଓ ଜୀବନର ଅପାର ସଫଳତା କାମନା କରାଯାଇଛି ।
ଜେଇଇ ଆଡ୍ଭାନ୍ସଡ୍ ୨୦୨୩ରେ ଏଆଇଆର୍ ସହିତ କମନ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଫିଟ୍ଜୀ ଭୁବନେଶ୍ୱର ଓ କଟକ ସେଂଟର୍ର ଶୀର୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଲିଭ୍ ସାହୁ (ଏଆଇଆର୍-୩୨୬), ଅମୃତାଂଶୁ ମହାନ୍ତି (ଏଆଇଆର୍ ୩୬୪), ପ୍ରତ୍ୟୁଷ ସ୍ୱାଇଁ (ଏଆଇଆର୍ ୪୩୯), ପ୍ରିୟଙ୍କା ସର (ଏଆଇଆର୍ ୬୨୧) ଓ ବରୁଣ ମିଶ୍ର (ଏଆଇଆର୍ ୯୮୧) ଆଦି ସାମିଲ ଅଛନ୍ତି । ଏମାନେ ଫିଟ୍ଜୀର ୪ ବର୍ଷିଆ କ୍ଲାସ୍ରୁମ୍ ପ୍ରୋଗ୍ରାମର ଛାତ୍ରଛାତ୍ରୀ ଅଟନ୍ତି । ଏହି ସଫଳତା ସମ୍ପର୍କରେ ଅଲିଭ୍ ସାହୁ କହିଛନ୍ତି, ମୁଁ ୮ମ ଶ୍ରେଣୀରେ ଫିଟ୍ଜୀରେ ଯୋଗ ଦେଇଥିଲି ଯାହା ମୋର ପ୍ରଦର୍ଶନରେ ବୃହତ୍ ପରିବର୍ତନ ଆଣିଥିଲା । ମୁଁ ମୋର ସଫଳତାର ଶ୍ରେୟ ମୋର ଅଭିଭାବକ, ଶିକ୍ଷକ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ଫିଟ୍ଜୀର ପ୍ରଶିକ୍ଷଣ ପଦ୍ଧତି, ଷ୍ଟଡି ପ୍ୟାକେଜ୍, ମାସିକ ପରୀକ୍ଷା, ଅନ୍ଲାଇନ୍ କ୍ଲାସ୍ (୯ମ ଶ୍ରେଣୀରେ) ଓ ଅଲ୍ ଇଣ୍ଡିଆ ଟେଷ୍ଟ ସିରିଜ୍କୁ ଦେବି ।’ ଏହି ସଫଳତା ସମ୍ପର୍କରେ ଫିଟ୍ଜୀ ଭୁବନେଶ୍ୱର ସେଂଟର୍ର ମୁଖ୍ୟ ରଣଜୟ ବର୍ଦ୍ଧନ ଓ ଫିଟ୍ଜୀ ଓଡିଶା ଅପରେଶନ୍ସର ମେଂଟର ପି.କେ ଦାସ କହିଛନ୍ତି, ‘ଜେଇଇରେ ଆମ ଛାତ୍ରଛାତ୍ରୀଙ୍କ ସଫଳତା ଉକ୍ତ ତଥ୍ୟକୁ ପ୍ରମାଣିତ କରୁଛି ଯେ, ଫିଟ୍ଜୀର ପରିବର୍ତନଶୀଳ ଆଭିମୁଖ୍ୟ ଛାତ୍ରଛାତ୍ରୀଙ୍କଠାରେ ସର୍ବୋତମତାକୁ ବିକଶିତ କରିବାରେ ସଫଳ ହୋଇଛି । ଆମେ ସମସ୍ତ ସଫଳ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ସେମାନଙ୍କର କଠିନ ପରିଶ୍ରମ ପାଇଁ ଶୁଭେଚ୍ଛା ଜଣାଉଛୁ ।’