Odisha news

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ଆମେରିକା ଗସ୍ତ : ୱାସିଂଟନ୍‌ ଡିସିରେ ପହଞ୍ଚିଲେ ଜୟଶଙ୍କର , ବାଇଡେନ୍‌ ପ୍ରଶାସନର ପ୍ରମୁଖ ଅଧିକାରୀମାନଙ୍କ ସହ ବୈଠକ ସମ୍ଭାବନା

ନୂଆଦିଲ୍ଲୀ: ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସେଠାକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲାଇଙ୍କେନ୍‌ଙ୍କ ସମେତ ବାଇଡେନ୍‌ ପ୍ରଶାସନର ପ୍ରମୁଖ ଅଧିକାରୀମାନଙ୍କ ସହ କେତେଗୁଡ଼ିଏ ବୈଠକ କରିବା ଲାଗି ବୁଧବାର ଦିନ ୱାସିଂଟନ୍‌ ଡିସିରେ ପହଞ୍ଚିଛନ୍ତି।

ୱାସିଂଟନ୍‌ ଡିସିରେ ୩ ଦିନ ରହଣି କାଳରେ ଜୟଶଙ୍କର ତାଙ୍କର ଆମେରିକୀୟ ପ୍ରତିପକ୍ଷ, ପ୍ରତିରକ୍ଷା ସଚିବ ଲିୟଡ୍‌ ଅଷ୍ଟିନ୍‌ ଏବଂ ଜାତୀୟ ନିରାପତ୍ତା ଉପଦେଷ୍ଟା ଜେକ୍‌ ସୁଲିଭାନ୍‌ଙ୍କ ସମେତ ବାଇଡେନ୍‌ ପ୍ରଶାସନର ଅନ୍ୟ ପ୍ରମୁଖ ଅଧିକାରୀମାନଙ୍କୁ ଭେଟିବେ। ଆଲୋଚନା ବେଳେ ସେମାନେ ଜୋ ବାଇଡେନ୍ ନେତୃତ୍ବାଧୀନ ସରକାରଙ୍କ ପ୍ରଥମ ୧୦୦ ଦିନରେ ଦ୍ବିପାକ୍ଷିକ ସମ୍ପର୍କ ମଧ୍ୟରେ ହୋଇଥିବା ଅଗ୍ରଗତି ଉପରେ ଆଲୋକପାତ କରିବେ ବୋଲି କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

କିନ୍ତୁ, ବ୍ଲାଇଙ୍କେନ୍‌ ଏବଂ ଜୟଶଙ୍କରଙ୍କ ସାକ୍ଷାତ୍ ସମୟ ଏଯାବତ୍ ଘୋଷଣା କରାଯାଇ ନାହିଁ। ଇସ୍ରାଏଲ୍‌-ପାଲେଷ୍ଟାଇନ୍ ଦ୍ବନ୍ଦ୍ବ ପରେ ଶାନ୍ତି ପ୍ରକ୍ରିୟା ଚାଲୁ ରଖିବା ଲାଗି ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମଧ୍ୟ-ପ୍ରାଚ୍ୟ ଗସ୍ତରେ ଅଛନ୍ତି।

ମେ ୨୪ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକାରେ ପହଞ୍ଚିଥିବା ଜୟଶଙ୍କର ଗସ୍ତ ମେ ୨୮ ତାରିଖରେ ଶେଷ ହେବ।

Nalco

Comments are closed.