ଏକ କୋଟି ଟଙ୍କା ରୁ ଉର୍ଦ୍ଧ ସରକାରୀ ଅନୁଦାନ ରେ ଯଶିପୁର ଠାରେ ନିର୍ମିତ ହୋଇଥିଲା ସରକାରୀ ୟୁଥ୍ ହଷ୍ଟେଲ । 1993 ମସିହାରେ ତତ୍କାଳୀନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀ, ଅନଙ୍ଗ ଉଦୟ ସିଂଦେଓ, ଓ ବୈରାଗୀ ଜେନା ଯଶିପୁର ଆସି ସେହି ଯୁବ ଛାତ୍ରାବାସ କୁ ଉଦ୍ଘାଟନ କରିଥିଲେ ।ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଅଧିନରେ ରହିଥିବା ସେହି ୟୁଥ୍ ହଷ୍ଟେଲ ମୟୂରଭଞ୍ଜ ଜିଲ୍ଲାପାଳ ଙ୍କ ତତ୍ତ୍ବାବଧାନରେ ୧୦/୧୨ ବର୍ଷ ଧରି ଜଣେ ୱାଡେନ୍ ଓ ଦୁଇଜଣ କର୍ମଚାରୀ ନିତି ନିୟମ ଅନୁସାରେ ଠିକ୍ ଠାକ୍ ଚାଲିଥିଲା ।
ଉକ୍ତ ୟୁଥ୍ ହଷ୍ଟେଲ ବିଭିନ୍ନ ସାମାଜିକ, ରାଜନୈତିକ, ବିବାହବ୍ରତ, କାର୍ଯ୍ୟକ୍ରମ ସମେତ ପର୍ଯ୍ୟଟକ ମାନେ ସୁଲଭ ମୂଲ୍ୟ ରେ ରହିପାରୁଥିଲେ। ତେବେ ପରିତାପର ବିଷୟ ଏତେ ଟଙ୍କା ର ପ୍ରକଳ୍ପ ରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ସଂପ୍ରତି ସେହି ଯୁବଛାତ୍ରାବାସ ର ତଳ ଓ ଉପର ମହଲା ର ସମସ୍ତ ୧୬ ଯାକ କୋଠରୀ ରେ ବିଜୁଳି, ପାଣି , ପାଇଖାନା, ଶଯ୍ୟା ର ଆଦୌ ସୁବନ୍ଦୋବସ୍ତ ନାହିଁ । ଡାଇନିଂରୁମ୍, ଡ୍ରଇଁରୁମ୍,ଅଫିସ୍ ରୁମ୍ ଠାରୁ ଆରମ୍ଭ କରି ସେଠାରେ ସମସ୍ତ କଠୋରୀ ଫାଟିତୁଟି ଯିବା ସହ ରଙ୍ଗଛାଡିଯାଇଛି ।
ୟୁଥ୍ ହଷ୍ଟେଲ ର ଏପରି ସ୍ଥିତି ସଂପର୍କରେ ଯଶିପୁର ବିଧାୟକ ଙ୍କୁ ଅବଗତ କରାଯିବା ପରେ ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ନିକଟରେ ସେଠାକୁ ଯାଇ ହଷ୍ଟେଲ ର ଶୋଚନୀୟ ଅବସ୍ଥା ଦେଖିବା ସହ କଂରଜିଆ ଉପଜିଲ୍ଲାପାଳ ଙ୍କୁ ଅବଗତ କରିଥିଲେ । ତୁରନ୍ତ ରାଜ୍ୟ ସରକାର ତଥା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସେହି ୟୁଥ୍ ହଷ୍ଟେଲ ପ୍ରତି ଦୃଷ୍ଟି ଦେଇ ସମସ୍ତ ସମସ୍ୟା ପ୍ରତିକାର କରିବା ପାଇଁ ଯଶିପୁରବାସୀ ଦାବି କରିଛନ୍ତି ।
