ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ଭୁଲ ରେ ସୁଦ୍ଧା କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ ଜୀବନରେ ଦେଖାଯିବ ଅନେକ ବାଧାବିଘ୍ନ
ଜନ୍ମାଷ୍ଟମୀ ପର୍ବ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରେ ପାଳିତ ହୋଇଥାଏ, ଏହିଦିନ ଟି ଶ୍ରୀକୃଷ୍ଣ ଙ୍କ ଜନ୍ମଉତ୍ସବ ଭାବରେ ପାଳନ କରାଯାଇ ଥାଏ l ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁ ଙ୍କର ଅଷ୍ଟମ ଅବତାର ଅଟନ୍ତି l ଏବଂ ଅଧର୍ମ ଉପରେ ଧର୍ମର ଯେ ପାଇଁ ଭଗବାନ ଶ୍ରୀକୃଷ୍ଣ ଏହି ଅବତାର ନେଇଥିଲେ l ଭଗବାନ ବିଷ୍ଣୁଙ୍କର ତୁଳସୀ ଖୁବ ପ୍ରିୟ ଅଟେ l ପ୍ରତ୍ୟେକ ଅବତାରରେ ତାଙ୍କ ନିକଟରେ ତୁଳସୀ ଅର୍ପଣ କରାଯାଇ ଥାଏ l ତେଣୁ ମାନ୍ୟତା ଅନୁସାରେ ଏହିଦିନ ତୁଳସୀ ସମ୍ବନ୍ଧିତ ଏହି ୫ଟି ଭୁଲ ଆଦୌ କରିବା ଉଚିତ ନୁହେଁ l
– ଜନ୍ମାଷ୍ଟମୀ ରେ ଆପଣ ତୁଳସୀଙ୍କ ମଧ୍ୟ ବିଧିବଧ ଭାବରେ ପୂଜା କରିବା ଜରୁରୀ କିନ୍ତୁ କଦାପି ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ l ଏହାଦ୍ୱାରା ଶ୍ରୀକୃଷ୍ଣ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଏବଂ ଜୀବନରେ ଅନେକ ବାଧାବିଘ୍ନ ମଧ୍ୟ ଆସିଥାଏ l
– ଜନ୍ମାଷ୍ଟମୀ ଦିନ ତୁଳସୀ ଙ୍କୁ ପୂଜା କରିବା ସମୟରେ ଅଖ୍ୟାତ ଅର୍ପଣ କରନ୍ତୁ, ଏହାଦ୍ୱାରା ଦାରିଦ୍ର୍ୟ ର ବିନାଶ ହୋଇଥାଏ l ଏବଂ ମହିଳା ମାନେ ତୁଳସୀ ପୂଜନ ସମୟ ରେ ମୁଣ୍ଡ ର କେଶ କୁ ଖୋଲା ରଖନ୍ତୁ ନାହିଁ l
– ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ପ୍ରସାଦ ରେ ତୁଳସୀ ଅର୍ପଣ କରିବାକୁ ଭୁଲିବେ ନାହିଁ, କିନ୍ତୁ ଏହାକୁ ପୂର୍ବ ଦିନରୁ ତୋଳିକି ରଖିଥିବା ଜରୁରୀ ଅଟେ l
– ଜନ୍ମାଷ୍ଟମୀ ଦିନ ତୁଳସୀଙ୍କ ବସ୍ତ୍ର ପ୍ରଦାନ କରିବା ଶୁଭ ଅଟେ, ଏହାକୁ କରିବାକୁ ଭୁଲିବେ ନାହିଁ l ଏହାଦ୍ୱାରା ଭଗବାନ କୃପା ପ୍ରାପ୍ତି ହୋଇଥାଏ l
– ଆଜିର ଦିନରେ ଯଦି ଅନ୍ନ ଭକ୍ଷଣ କରୁଛନ୍ତି ତେବେ ସେହି ଅନ୍ନ ରେ ହଳଦୀ ସାମାନ୍ୟ ମିଶାଇ ସେବନ କରନ୍ତୁ, ଏହାଦ୍ୱାରା ଜୀବନରେ ଥିବା ସମସ୍ତ ବିଘ୍ନ ଦୂର ହେବ ଏବଂ ଜୀବନ ସୁଖମୟ ହୋଇଥାଏ l