Odisha news

ଜଂକିଆ-GST ଠକେଇ ଘଟଣାରେ ବାଣିଜ୍ୟକର ବିଭାଗର ଚଢ଼ାଉ ଜଂକିଆ ଠାରେ ଯାତ୍ରୀବାହି ବସ ଅଟକ

0

ନିରାକାରପୁର, ୨୦/୪: ଖୋର୍ଦ୍ଧା ଜଟଣୀ ବାଣିଜ୍ୟକର ବିଭାଗର ଚଢାଉ।୧୬ନମ୍ବର ଜାତୀୟ ରାଜପଥ ଉପରେ ଚଢାଉ।  ଏକ ଘରୋଇ     ଯାତ୍ରୀ ବାହି ବସରେ ବେଆଇନ ଭାବରେ GST ଠକେଇ କରି ଚାଲାଣ ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ସିଗାରେଟ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ।ଜଂକିଆ ପୋଲିସ ସହାୟତାରେ ବାଣିଜ୍ୟକର ବିଭାଗର ଅଧିକାରୀମାନେ ଜଂକିଆ ନିକଟରେ କରିଛନ୍ତି ଚଢାଉ।ଚଢାଉ ସମୟରେ GST ସଂମ୍ପର୍କିତ କାଗଜପତ୍ର ନଥିବାରୁ ବାଣିଜ୍ୟକର ବିଭାଗ ଗାଡିକୁ ଅଟକ ରଖି ତଦନ୍ତ ଜାରି ରଖିଛି।କେତେ ଟଙ୍କା ର ସିଗାରେଟ ଚାଲାଣ ହେଉ ଥିଲା ତାର ହିସାବ ବର୍ତ୍ତମାନ ସୁଦ୍ଧା ମିଳି ନାହିଁ।ତଦନ୍ତ ପରେ ସବିଶେଷ ତଥ୍ୟ ପ୍ରଦାନ କରାଯିବାକୁ ସୂଚନା ଦେଇଛନ୍ତି ବାଣିଜ୍ୟକର ଅଧିକାରୀ। ସୁଚନମୂତବକ ଏହି ସିଗାରେଟ ପରିବହନ କରୁଥିବା ବସ କୁ କଟକ କମିଶନର କାର୍ଯ୍ୟାଳୟ କୁ ନିଆଯାଇଛି।

Leave A Reply