Odisha news

କଟା ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଅଭିଯୋଗ : ବିନା ଫଳକରେ ଚାଲିଛି କାର୍ଯ୍ୟ , ଉପଜିଲ୍ଲାପାଳଙ୍କ ଆଦେଶକୁ ବେଖାତିର

0
ଜମନକିରା,୩୧/୫: ଜମନକିରା ସଦର ମହକୁମା ବସଷ୍ଟାଣ୍ଡ ନିକଟସ୍ଥ କଟାର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଛି।
ଜମନକିରା ବ୍ଲକର ଏହା ମୂଖ୍ୟ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଏଠାରେ ବ୍ଲକ କାର୍ଯ୍ୟଳୟ ସମେତ ତହସିଲ, ଥାନା, ବ୍ୟାଙ୍କ, ବନ, ଅନେକ ସରକାରୀ କାର୍ଯ୍ୟାଳୟ ତଥା ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ। ଏଠାରେ ପ୍ରତ୍ୟେକ ଦି ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ହେଲେ ବସଷ୍ଟାଣ୍ଡ ନିକଟ ତଥା ପଞ୍ଚାୟତ କାର୍ଯ୍ୟାଳୟ ନାକ ତଳେ ଏଭଳି ଅନିୟମିତତା କାର୍ଯ୍ୟ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତ କୁ ଲାଗି ଗୋଟିଏ ପୋଖରୀ ଏବଂ ଗୋଟିଏ କଟା ରହିଛି। ତନ୍ମଧ୍ୟରୁ କଟା ଟି ଅନେକ ଦିନରୁ ଅବ୍ୟବହାର ହୋଇ ପଡ଼ିରହିଥିଲା। ଅଳିଆ ଆବର୍ଜନା ପଡ଼ିବା ସହ ପଙ୍କ ମାଟିରେ ଭର୍ତ୍ତି ହୋଇ ବ୍ୟବହାର ଯୋଗ୍ୟ ନଥିଲା। ମଇଳା ଆବର୍ଜନା ପଡ଼ି ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହେଉଥିଲା। ଜମନକିରା ଅଞ୍ଚଳ ପକ୍ଷରୁ ଅନେକ ଦାବି ପରେ କଟା ପୁନରୁଦ୍ଧାର ପାଇଁ ଅର୍ଥ ମଞ୍ଜୁର ହେଇଥିବା ବେଳେ ଗତ ୨୮ ତାରିଖ ଶନିବାର ଦିନ ଠାରୁ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।
ମାତ୍ର ଆରମ୍ଭ ହେବାଠାରୁ ଅନିୟମିତତା ଅଭିଯୋଗ ହେଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୁଚନା ଫଳକ ଲାଗିବାର କଡାକଡି ନିର୍ଦ୍ଦେଶ ବ୍ୟବସ୍ଥା ରହିଥିବା ବେଲେ, ଏଠି ଅବମାନନା କରାଯାଇଥିବା ଦେଖାଯାଇଛି। ଜମନକିରା ବ୍ଲକ ଅଧିକାରୀ ଏବଂ ପଞ୍ଚାୟତ ଅଧିକାରୀଙ୍କ ନାକତଲେ ଯଦି ସୁଚନା ଫଲକ ନ ଥାଇ କାର୍ଯ୍ୟ ଆରମ୍ଭ କରାଯାଉଛି, ତାହେଲେ ବ୍ଲକର ଅପହଞ୍ଚ ସ୍ଥାନ ମାନଙ୍କୁ କିଭଳି ଦୁର୍ନୀତି ନ ହେଇଥିବ ତାହା ସାଧାରଣରେ ପ୍ରଶ୍ନ ଉଠୁଛି। ଫଳକ ନ ଲଗାଯିବା ଫଳରେ କାର୍ଯ୍ୟଟି କାହା ପକ୍ଷରୁ ହେଉଚି, ସମ୍ପୂର୍ଣ କାର୍ଯ୍ୟର ପ୍ରକୃତ ଅଟକଳ ପରିମାଣ କେତେ, କାର୍ଯ୍ୟର ଶେଷ ସୀମା ଅବଧି କେତେ, ତାହା ଲୋକେ ଯାଣିବାରୁ ବଞ୍ଚିତ ରହୁଛନ୍ତି। ଯାହା ଫଲରେ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହୋଇଯିବା ମଧ୍ୟରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଦୁର୍ନୀତି ହେବା ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ପାରୁନି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ବ୍ଲକ ସାମାଜିକ ସମୀକ୍ଷା ବୈଠକରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ବ୍ଲକ କାର୍ଯ୍ୟାଳୟ ଅଧିକାରୀ, ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ଏବଂ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳ ଘୋଷଣା କରିଥଲେ ଯେ, କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ଯଦି ସୁଚନା ଫଳକ ଲଗା ନଯାଉଛି ତାହା ହେଲେ ଉକ୍ତ କାର୍ଯ୍ୟରେ ସଂପୃକ୍ତ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ୧ ହଜାର ଟଙ୍କା ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବ। କିନ୍ତୁ ଅଧିକାରି ମାନେ ଉପଜିଲ୍ଲାପାଳଙ୍କ କଥା କୁ ବେଖାତିର କରି ନିଜ ମନ ମର୍ଜିରେ କାମ କରିଚାଲିଛନ୍ତି।
ଏହାକୁ ନେଇ ଅଂଚଳବାସୀ କହନ୍ତି, ଅଧିକାରୀ ମାନେ ଏହିପରି ଭାଭେ କାର୍ଯ୍ୟ କରି ଅର୍ଥ ଆତ୍ମସାତ କରୁଛନ୍ତି ଏବଂ ତାଙ୍କୁ ହଜାରେ ଟଙ୍କା ତୁଛ। ଏହାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଅଞ୍ଚଳବାସି ଦାବି କରିଛନ୍ତି।ଏହାକୁ ନେଇ ଜମନକିରା ବିଡିଓ ତୁନୁ ମେହେରଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯିବାରୁ,ଏ ବିଷୟରେ ଅବଗତ ନଥିଲେ ଏହାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।
Leave A Reply