Odisha news

ପ୍ରେମ ପ୍ରତାରଣାକୁ ନେଇ ମହିଳା ଥାନା ଦ୍ବାରସ୍ଥ

0
ଜମନକିରା,୭/୫: ଜମନକିରା ଥାନା ଅନ୍ତର୍ଗତ ଟାଙ୍ଗରାଣୀ ଗ୍ରାମର ଜଣେ ବିଧବା ମହିଳା ପ୍ରେମ ପ୍ରତାରଣା ଓ ମିଥ୍ୟା ବିବାହ ପ୍ରତିଶ୍ରୁତିକୁ ନେଇ ଆଜି ଜମନକିରା ଥାନା ଦ୍ଵାରସ୍ଥ ହୋଇଛନ୍ତି।
   ପୋଲିସର ସୂଚନା ଅନୁଯାଇ, ବିଧବା ମହିଳା ଜଣକ ସ୍ବାମୀ କିଛିବର୍ଷ ତଳେ ଖରାପ ହେବା ପରେ ସେ ତାଙ୍କ ସମ୍ପର୍କୀୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଉକ୍ତ ଯୁବକ ଜଣକ ତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବିଧବା ମହିଳା ଜଣଙ୍କୁ ଅନେକ ଦିନରୁ ଯୌନ ଶୋଷଣର ଶିକାର ହୋଇ ଥିଲେ । ମହିଳା ଜଣକ ଯୁବକକୁ ବିବାହ ପାଇଁ କହିବାରୁ ଯୁବକ ଜଣକ ଉପେକ୍ଷା କରିଚାଲିଥିଲେ। ଆଜି ମହିଳା ଜଣକ ଜମନକିରା ଥାନା ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇଲା ପରେ ଜମନକିରା ଥାନା ରେ ଏକ ମାମଲା ରୁଜୁ କରାଯାଇଛି। ବିଧବା ମହିଳାଙ୍କ ଆଗରୁ ଦୁଇ କନ୍ୟା ସନ୍ତାନ ରହିଥିବାବେଳେ ଏବେ ଉକ୍ତ ଯୁବକଙ୍କ ଠୁ ଏକ ସନ୍ତାନ ହୋଇଛି।
Leave A Reply