ଜମନକିରା,୧୩/୧୧: ସମ୍ବଲପୁର ଜିଲ୍ଲା ଲଇଡାରେ ଭାରତୀୟ ଅଘରିଆ ସମାଜର ସପ୍ତମ ରାଜ୍ୟସ୍ତରୀୟ ମହା ସମ୍ମିଳନୀ ତଥା ସାଂଗଠାନିକ ଶତାବ୍ଦୀ ସମାରୋହ ଉଦଘାଟିତ ହୋଇଯାଇଛି। ରାଜ୍ୟ ସଭାପତି ନରେଶ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଛତିଶଗଡର ବିଧାୟକ ପ୍ରକାଶ ନାୟକ, ସମ୍ବଲପୁର ଜିଲ୍ଲା ପରିଷଦର ସଭାପତି କୁମୋଦିନି ନାୟକ, ଛତିଶଗଡର କେନ୍ଦ୍ର ସଭାପତି ଭୁବନେଶ୍ୱର ପଟେଲ, ଓଡ଼ିଶା ରାଜ୍ୟ ଉପ ସଭାପତି ଦିନବନ୍ଧୁ ପଟେଲ, ସାଧାରଣ ସଂପାଦକ ଦିଲ୍ଲୀପ ପଟେଲ, ସଙ୍ଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ସମ୍ପାଦକ ସନାତନ ପଟେଲ,ସହ ସମ୍ପାଦକ ସୁବୋଧ ପଟେଲ, ମହିଳା ସଭାନେତ୍ରୀ ଜୟନ୍ତୀ ପଟେଲ, ଅଭ୍ୟର୍ଥନା କମିଟି ସଭାପତି ବିନୟ ଚୌଧୁରୀ,ପୂର୍ବତନ ସଭାପତି ଗଙ୍ଗାଧର ନାୟକ, ଡ. ବିନୋଦ ବିହାରୀ ନାଏକ, ପ୍ରହଲ୍ଲାଦ ପଟେଲ ପ୍ରମୁଖ ମଞ୍ଚଷିନ ରହି ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ସମ୍ପର୍କ ଓ ଅଘାରିଆ ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପୂର୍ବରୁ ଜଗନ୍ନାଥ ମନ୍ଦିର ଓ ଅଘରିଆ ଧାମ ପରିସରରେ ପୂଜା ଅର୍ଚ୍ଚନା କରିବା ପରେ ଶହେ ଆଠ କଳସ ଧାରଣ କରି ଏକ ବିରାଟ ଶୋଭାଯାତ୍ରାରେ ସଭା ସ୍ଥଳକୁ ଆସି ଧ୍ଵଜା ଉତ୍ତୋଳନ କରି ତିନି ଦିନିଆ ସମ୍ମିଳନୀ କୁ ଉଦ୍ଘାଟନ କରିଥିଲେ। ଲଇଡା ଅଞ୍ଚଳରେ ଥିବା ସମସ୍ତ ତିୱାରୀ କୁଳ ପୁରୋହିତ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଏକ “ସୁଦୃଶ୍ୟ” ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା।
