ମାଧ୍ୟମିକ ଶିକ୍ଷାବୋର୍ଡର ଖାମଖିଆଲି ନିତୀ, ଦେଢମାସ ଧରି ମିଳୁନି ପରୀକ୍ଷା ଖାତାର ନକଲ : ଆଇନ୍ ଆଶ୍ରୟ ନେବେ ବହୁ ଅଭିଭାବକ
ଜଳେଶ୍ୱର-୨୨/୦୯ : -ରାଜ୍ୟ ମାଧ୍ୟମିକ ଶିକ୍ଷାବୋର୍ଡର ଖାମଖିଆଲି ନିତୀ ଯୋଗୁଁ ତରୁଣ ବୟସର ଛାତ୍ରଛାତ୍ରୀମାନେ ନ୍ୟାୟରୁ ବଂଚିତ ହେଉଛିନ୍ତି । ମେଧା ତାଲିକାରେ ସେମାନେ ତଳକୁ ଖସୁଥିବାରୁ ଏବଂ ନୀତି ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଖାତା କିମ୍ବା ନମ୍ବର ଦିଆଯାଉନଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି ।
ଏଥିନେଇ କେତେକ ଅଭିଭାବକ ଉଚ୍ଚ ନ୍ୟାୟାଳରେ ଆଶ୍ରୟ ନେବେ ବୋଲି ସୂଚନା ଦେଇଛନ୍ତି । ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଶେଷ ହେବାପରେ ପରୀକ୍ଷାଫଳ ପ୍ରକାଶ ନେଇ ଅନିଶ୍ଚିତତା ମଧ୍ୟରେ ପ୍ରକାଶ ପାଇଛି । ଏଥିରେ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଚାଲନ୍ତିସ୍ଥିତ ଏସ୍ଏନ୍ ହାଇସ୍କୁଲର ଛାତ୍ରୀ ଜ୍ୟୋତିକା ସେନାପତି ୪୨୮ ନମ୍ବର ରଖି ଶତକଡା ୯୦ ଭାଗରୁ ଅଧିକ ପାଇ ସଫଳତା ହାସଲ କରିଛନ୍ତି ।
କିନ୍ତୁ ସାହିତ୍ୟରେ ତାଙ୍କର ୪୮ନମ୍ବର ଥିବାରୁ ସେ ସନେ୍ଦହ ପ୍ରକାଶ କରିଥିଲେ । ଫଳରେ ମାଧ୍ୟମିକ ଶିକ୍ଷାବୋର୍ଡର ନିତି ନିୟମ ଅନୁଯାୟୀ ଅଗଷ୍ଟ ୬ ତାରିଖରେ ସାହିତ୍ୟ ସହିତ ଅନ୍ୟ ୫ଟି ବିଷୟର ଅନ୍ଲାଇନ୍ରେ ଖାତାଯାଞ୍ଚ ପାଇଁ ଆବେଦନ କରିଥିଲେ । ଏହି ଆବେଦନ ଲାକି ପ୍ରତି ବିଷୟଲାଗି ୬୦୦ ଟଙ୍କା ଲେଖାଏଁ ଜମା କରାଯାଇଥିଲେ ମଧ୍ୟ ନିୟମ ଅନୁଯାୟୀ ୧୬ ତାରିଖ ସୁଦ୍ଧା ଅନ୍ଲାଇନ୍ରେ ତାଙ୍କୁ ଖାତାର ନକଲ ଯୋଗାଇ ଦିଆଯାଇନାହିଁ । ଝିଅ ଉଚ୍ଚ ଆଶା ପୋଷଣ କରିଥିବା ବେଳେ ସାହିତ୍ୟରେ ଅନୁ୍ୟନ ୭୫ ନଂ ରହିବ ବୋଲି ଆଶା ପୋଷଣ କରିଥିବା ବାପା ଅରୁଣ କୁମାର ସେନାପତି ଆଇନ୍ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।
ସେହି ବିଦ୍ୟାଳୟର ଉଦୟ କିରଣ ରେଡି ଓ ଶୁଭଙ୍କର ସାମଲ ମଧ୍ୟ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ନକଲ ମିଳିପାରିନାହିଁ । ଜଳେଶ୍ୱର ବ୍ଲକର ବହୁ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଖାତାର ନକଲ ପାଇଁ ଆବେଦନ କରିଥିଲେ ମଧ୍ୟ ଏହା ନ ପାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।