ଜଳେଶ୍ୱର : କରୋନା ମହାମାରୀ ଜୀବନଜିବିକା ବିପର୍ଯ୍ୟନ୍ତ ବେଳେ ସୁବର୍ଣ୍ଣରେଖାର ବନ୍ୟା ଓ ପଶ୍ଚିମବଂଗର ଉଦ୍ବୃତ୍ତ ବର୍ଷାପାଣି ଲୋକଙ୍କ ଳମେରୁଦଣ୍ଣ ଭାଂଗି ଦେଇଛି । ଏପରିସ୍ଥଳେ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମ ଆଇନ୍ ଉଚ୍ଛେଦ, ଜାତୀୟ ସମ୍ପତ୍ତିକୁ ଘରୋଇ କରଣ, ଶିକା ଶ୍ରମିକ ଉଚ୍ଛେଦ ଓ କୃଷି ଅଧ୍ୟାଦେଶ ଆଣୁଛନ୍ତି । ପୁଣି ଜଳେଶ୍ୱର ଥାନା ଆଇଆଇସି ଭିଜିଲାନ୍ସ ତଦନ୍ତ ପ୍ରହସନରେ ପରିଣତ ହୋଇଥିବାରୁ ସିବିଆଇ ତଦନ୍ତ ଜରୁରୀ ବୋଲି ଆଜି କୃଷକ ସଭା, ସିଟୁ, କ୍ଷେତମୂଲିଆ ସଂଗଠନ ପକ୍ଷରୁ ପ୍ରତିବାଦ ବିକ୍ଷୋଭ ସଭାରେ ମତପ୍ରକାଶ ପାଇଛି ।
ସାମ୍ପ୍ରତି ସମାଜରେ କରୋନା ଓ ବନ୍ୟ ବିଭିଷିକାପରେ ପରିବାର ପିଛା ୨ହଜାର ଟଙ୍କା ଓ ୧ କୁ୍ୟଣ୍ଟାଲ ଚାଉଳ, ପୁନର୍ବାସ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ନେବା, ଫସଲ ଜନିତ କ୍ଷତିର କ୍ଷତିପୂରଣ ସହ ଧାନବିକ୍ରି ଲାଗି ପଞ୍ଜିକରଣକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇବା ଭଟ୍ଟର ହସ୍ପିଟାଲରେ ଭେଷଜଡାକ୍ତର ନିଯୁକ୍ତି, କୋଭିଡ଼୍-୧୯ ପରୀକ୍ଷା ଓ ଉନ୍ନତ ଚିକିସôା ସହିତ ଆୟକର ।ଦେଉନଥିବା ପରିବାରକୁ ୭୫୦୦ଟଙ୍କା ପ୍ରଦାନ, ବେକାରୀଙ୍କୁ ଭତ୍ତା, ସମ୍ପର୍କରେ ବିକ୍ଷୋଭରେ କୁହାଯାଇଛି ।
ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ଗିରି, ଶିଶିର ହୁଇ, ସୀତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦି, ପଲ୍ଟୁ ଦାସ, ରବିନ୍ଦ୍ର ବାରିକ, ଦିଲ୍ଲୀପ ପରିଡା, ସେକ୍ଅବଦୁଲ ସାଦ୍ଦିକ, ଜୀବନ ପରିଡା, ରତନ ଦାସ, ଗଣେଶ ଭୂୟାଁ, ଜିତନ୍ ଜେନା, ଚୈତନ୍ୟ ଅଣ୍ଡିଆ, ନିର୍ମଳ ପରିଡା, ଗଣେଶ ପାତ୍ର, ରାମଚନ୍ଦ୍ର ମହାନ୍ତି, କୁମାରକୃଷ୍ଣ କର ପ୍ରମୁଖ ବହୁ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ