Odisha news

କରୋନା ପାଇଁ ଘରେ ରହି ଯାଜପୁରବାସୀ ପାଳିଲେ ରଜ

0

ଯାଜପୁର: ସରକାର ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା କରିଥିବାରୁ ଆଜି ପହିଲି ରଜ ସଂକ୍ରାନ୍ତି ପଡ଼ିଥିବା ବେଳେ ଯାଜପୁର ଜିଲ୍ଲାରେ ରାସ୍ତାଘାଟ ସୁନାସନ କେବଳ ପୋଲିସ ଚାରିଆଡ଼େ ଯଗିଥିବାର ଦେଖିବାକୁ ମିଳୁଛି l

ସମସ୍ତେ ଘରେ ରହି ରଜ ପର୍ବକୁ ପାଳନ କରୁଛନ୍ତି, ଯାଜପୁରରେ ଝିପି ଝିପି ବର୍ଷା ଲାଗିରହିଛି, ମେଡ଼ିକାଲକୁ କିଛି ଲୋକ ଅତି ଜୁରୁରୀ ହେଲେ ଚିକିତ୍ସା ପାଇଁ ଆସୁଛନ୍ତି, କରୋନା ସମସ୍ତଙ୍କ ଖୁସି ଛଡ଼ାଇ ନେଇଛି, ଯାଜପୁର ବଜାର ଘାଟ ଖାଁ ଖାଁ ଲାଗୁଛି l

ଯାଜପୁର ବିଧାୟକ ତଥା ବିଜୁଜନତା ଦଳ ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,  ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ଯାଜପୁର ପୂର୍ବତନ ନଗରପାଳ ଭବ ପ୍ରସାଦ ଦାସ ରଜ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସମସ୍ତେ ଘରେ ରହି ପରିବାର ସହିତ ରଜ ପର୍ବ ପାଳନ କରିବା ପାଇଁ ଯାଜପୁର ବାସୀଙ୍କୁ ନିବେଦନ କରିଛନ୍ତି ।

Nalco
Leave A Reply