ଯାଜପୁର ଜିଲ୍ଲାପାଳଙ୍କ ଜୀବିକା ମିଶନର ସମୀକ୍ଷା ବୈଠକ ଅନୁଷ୍ଠିତ : ଜୀବିକାର ସମ୍ଭାବନା ସୃଷ୍ଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ଯାଜପୁର : ପ୍ରତ୍ୟେକଙ୍କ ପାଇଁ ଜୀବିକାର ସମ୍ଭାବନା ସୃଷ୍ଟି କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିଦେ୍ର୍ଦଶ ଦେଇଛନ୍ତି । ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜୀବିକା ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ କରୋନା ପ୍ରଭାବରେ ସମଗ୍ର ବିଶ୍ୱର ଅର୍ଥନିତୀ ପ୍ରଭାବିତ ହୋଇଛି । ଆମ ଜିଲ୍ଲାର ଅନେକ ବ୍ୟକ୍ତି ଯେଉଁମାନେ ବାହାର ରାଜ୍ୟରେ ରହି ବିଭିନ୍ନକ୍ଷେତ୍ରରେ କାର୍ଯ୍ୟ କରୁଥିଲେ ସେମାନେ ଜିଲ୍ଲାକୁ ଫେରି ଆସିଛନ୍ତି ବୋଲି ସେ କହିଥିଲେ ।
ସେମାନଙ୍କ ମଧ୍ୟରେ ଅନେକ ଦକ୍ଷତା ରହିଛି ତେଣୁ ତାହାର ଏକ ଡ଼ାଟା ବେସ୍ କରି ସେମାନଙ୍କ ମାଧ୍ୟମରେ କେଉଁ କେଉଁ କାର୍ଯ୍ୟ କରାଯାଇପାରିବ ତାହାର ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଶ୍ରୀ ଦାସ ନିଦେ୍ର୍ଦଶ ଦେଇଛନ୍ତି । ଅପର ପକ୍ଷରେ ପ୍ରବାସିକୁ ଫେରୁଥିବା ମହିଳା ମାନଙ୍କୁ ମହିଳା ସ୍ୱୟଂ ସହାୟକ ଦଳରେ ସାମିଲ କରି ବିଭିନ୍ନ ଆର୍ଥିକ ଅନ୍ତର୍ଭୁକ୍ତ କାର୍ଯ୍ୟକ୍ରମ ମାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ମାସ୍କ, ସାନିଟାଇଜ, ନାପକିନ, ହ୍ୟାଣ୍ଡୱାସ ଇତ୍ୟାଦିର ·ହିଦା ରହୁଥିବାରୁ ଏହି ଉଦ୍ୟୋଗ ପାଇଁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା, ତାଲିମ ଦେବା ଓ ମାର୍କେଟିଂ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ । ଅପର ପକ୍ଷରେ ଜିଲ୍ଲାରେ ବିଭିନ୍ନ ସ୍ଥାନୀୟ ·ହିଦାକୁ ·ହିଁ ପ୍ରଶିକ୍ଷଣ ଦେଇ ବ୍ୟକ୍ତିଗତ ବା ଦଳ ଭାବରେ ସମସ୍ତଙ୍କୁ ଆତ୍ମ ନିର୍ଭରଶୀଳ କରିବା ଉପରେ ଶ୍ରୀ ଦାସ ଗୁରୁତ୍ୱ ଦେଇଥିଲେ । ଲୋକଙ୍କ ଉପରେ କୌଣସି ବୃତ୍ତିକୁ ଲଦିଦେବା ଅପେକ୍ଷା ସେମାନେ ·ହୁଁଥିବା ବୃତ୍ତିକୁ ଆପଣେଇଲେ ତାହା ଅଧିକ ଓ ନିଶ୍ଚିତ ସଫଳ ହେବ ।
ତେଣୁ ଲୋକମାନଙ୍କ ସହ ଯୋଗାଯୋଗରେ ରହି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରକଳ୍ପ ନିଦେ୍ର୍ଦଶକ ଚନ୍ଦ୍ରମଣି ନାୟକ, ଜୀବିକା ମିଶନର ସମସ୍ତ କର୍ମ·ରୀମାନେ ଲୋକଙ୍କ ସହ ବ୍ୟକ୍ତିଗତ ଭାବେ ମିଶି ପ୍ରକଳ୍ପମାନ ସ୍ଥିର କରିବାକୁ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ଆଇ.ଏସ.ଏସ୍. ପ୍ରୋବେସନର ପାୱାର ସଚିନ ପ୍ରକାଶ, ଉପ-ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସମାଜ କଲ୍ୟାଣ ଅଧିକାରୀ ବିଜୟ ଲକ୍ଷ୍ମୀ ପଣ୍ଡା, ଡ଼ି.ପି.ଏମ୍, ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଓ ସମସ୍ତ ବ୍ଲକ ଜୀବିକା ମିଶନ ଓ ମିଶନ ଶକ୍ତିର କର୍ମ·ରୀମାନେ ଯୋଗ ଦେଇଥିଲେ । ପରେ ସମାଜ କଲ୍ୟାଣ ବିଭାଗର ସମୀକ୍ଷା, ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଉପରୋକ୍ତ ସମସ୍ତ ଅଧିକାରୀଙ୍କ ସହ ସମସ୍ତ ବ୍ଲକର ସମିତି ଓ ସୁପର ଭାଇଜରମାନେ ଯୋଗଦେଇଥିଲେ ।