Odisha news

ଜେନାପୁର ଥାନା ଅଞ୍ଚଳରେ ବ୍ୟାପକ ଚୋରା ଓ ନକଲିମଦ କାରବାର : ଠିପିବନ୍ଦ ମଦ ଦୋକାନରେ କାରସାଦି, ଅବକାରୀ ଓ ପୋଲିସ ବିଭାଗ ଚୁପ

0
ଯାଜପୁର :  ଯାଜପୁର ଜିଲ୍ଲାର ଜେନାପୁର ଥାନା ଅଞ୍ଚଳରେ ତଥା ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ରହିଥିବା କେତେକ ସରକାରୀ ଲାଇସେନ୍ସ ପ୍ରାପ୍ତ ଠିପିବନ୍ଦ ବିଦେଶୀ ମଦ ଦୋକାନୀଙ୍କ ପ୍ରୋତ୍ସାହନରେ ବ୍ୟାପକ ଚୋରା ଓ ନକଲି ମଦ କାରବାର ଚାଲିଥିବା ଅଭିଯୋଗ ହେଉଛି! ଏହି ଅଞ୍ଚଳରେ ଠିପିଲୋଲା ଦୁଇଟି ଓ ଠିପିବନ୍ଦ ଦୁଇଟି ମଦ ଦୋକାନ ରହିଛି! ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ପୁରୁଣାବଉଳମାଳ ରାମଚନ୍ଦ୍ରପୁର ଛକ ଓ ଚଡେଇଧରା ଛକ ନିକଟରେ ଦୁଇଟି ରହିଥିବା ଠିପିବନ୍ଦ ଦୋକାନ ଗୁଡିର ମାଲିକ ମାନେ ଏହି ଚୋରା ଓ ବେଆଇନ ମଦ କାବାରକୁ ନିୟନ୍ତ୍ରଣ କରୁଥିବା ଅଭିଯୋଗ ହୋଇଛି!ବାହାରୁ ନକଲି ଚୋରା ମଦ ଆଣି ତାକୁ ରାତାରାତି ବିକ୍ରିକରୁଥିଲା ବେଳେ ସରକାରୀ ମଦ ବୋଟଲର ସିଲ କାଟୀ ସେଥିରେ ପାଣି ଓ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରଣ କରି ପୁନର୍ବାର ବୋଟଲକୁ ସଲି କରି ଗ୍ରାହକଙ୍କୁ ଚଢା ଦରରେ ବିକ୍ରି କରାଯାଉଥିବା ଆଲୋଚନା ହେଉଛି! ସରକାରୀ ଲାଇସେନ୍ସ ପ୍ରାପ୍ତ ଦୋକାନ ହୋଇଥିବାରୁ ଗ୍ରାହକମାନେ ସଂଦେହ କରୁଥିଲେ ମଧ୍ୟ କିଛି ପ୍ରତିବାଦ କରିପାରୁ ନଥିବା ଜଣାପଡିଛି!ଏପରିକି ଠିପିବନ୍ଦ ଦୋକାନରେ ଠିପିଖୋଲି ମଦ୍ୟପାନ କରିବାକୁ ନିଷିଦ୍ଧ କରାଯାଇଥିଲେ ମଧ୍ୟ ସେହି ନିୟମକୁ ଖାତିର ନକରି ଠିପିବନ୍ଦ ଦୋକାନର ମାଲିକ ମାନେ ଖୋଲାଖୋଲି ଭାବେ ସେଠାରେ ମଦ୍ୟପାନ କରିବାକୁ ଗ୍ରାହକ ମାନଙ୍କୁ ସୁଯୋଗ ଦେଉଥିବା ଦେଖାଯାଉଛି!ଅପରପକ୍ଷରେ ଏହି ଦୋକାନୀ ମାନେ ନିଜର ଲାଇସେନ୍ସ ପ୍ରାପ୍ତ ଦୋକାନରେ ମଦ ବିକିବା ସହ ବେଆଇନଭାବେ ଅନ୍ୟ ସ୍ଥାନରେ ଦ୍ୱିତୀୟ ଓ ତୃତୀୟ କାଉଣ୍ଟର ଖୋଲି ନିୟମିତ ଚୋରାମଦ କାବାର କରୁଥିବା ଦେଖାଯାଉଛି! ଏବେ ନିର୍ବାଚନ ସମୟ ହୋଇଥିବାରୁ ମଦ ବ୍ୟବସାୟ ବୃଦ୍ଧି ପାଇଛି! ଏହି ସମୟକୁ ମଉକା ଭାବି ଏବେ ଅଧିକରୁ ଅଧିକ ଚୋରା ଓ ନକଲି ମଦ କାରବାରକୁ ସପୃକ୍ତ ବେପାରୀମାନେ ବଢାଇ ଦେଇଥିବା ଦେଖାଯାଉଛି! ହେଲେ ସବୁଯାଣି ସ୍ଥାନୀୟ ଅବକାରୀ ବିଭାଗ ଓ ପୋଲିସ ଅଧିକାରୀ ମାନେ ନିରବଦ୍ରଷ୍ଟା ସାଜିଥିବା ଦେଖାଯାଉଛି! ଏପରି ନିମ୍ନ ମାନର ଚୋରା ଓ ନକଲି ମଦ କାରବାର ପାଇଁ ସ୍ଥାନୀୟ ଆଞ୍ଚଳରେ ବଡ ଅଘଟଣ ଘଟିବା ପୂର୍ବରୁ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ଉଚ୍ଚ କତ୍ତୃପକ୍ଷ ସଜାଗହୋଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି!
Leave A Reply