Odisha news

ବଡଚଣା ବିଜେପିର ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଯୁବ ମୋର୍ଚ୍ଚା ସମ୍ମିଳନୀ ଚଣ୍ଡିଖୋଲ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି!ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଦୀପକ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପ୍ରଭାରୀ ମଧ୍ୟପ୍ରଦେଶର ବିଧାୟକ ପ୍ରଦୀପ ପଟେଲ ଯୋଗଦେଇ ଓଡିଶାରେ ଏଥର ଡବଲ ଇଞିନ ସରକାର ହେବ! ବିଜେପି କ୍ଷ୍ୟମତାକୁ ଆସିଲେ ବିକାଶ ଦ୍ୱିଗୁଣିତ ହେବବୋଲି କହିଥିଲେ! ଏଥିରେ ଉତ୍ତରପ୍ରଦେଶର ରାଜ୍ୟ ସଭା ସାସଂଦ ମିଥଲେସ କୁମାର ଖଟରିଆ ଯୋଗଦେଇ ମୋଦିଙ୍କ ଗ୍ୟାରେଣ୍ଟି ବିକଶିତ ଭାରତର ଏକ ନୂଆ ସମ୍ଭାବନା ଷୃଷ୍ଟି କରିବ ବୋଲି କହିଥିଲେ।ୟ! ବିଧାୟକ ପ୍ରାର୍ଥି ଅମର ନାୟକ, ପ୍ରଭାରୀ ନିରଞନ ଘଡାଇ ଯୋଗଦେଇ ବଡଚଣା ଏଥର ଇତିହାସ ଷୃଷ୍ଟି କରିବା ସହ ସମଗ୍ର ରାଜ୍ୟକୁ ନିଆରା ଦିଗଦର୍ଶନ ଦେବ ବୋଲି କହିଥିଲେ! ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଦେବଜାନୀ ପ୍ରଧାନ,ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତମ ନାୟକ,ପ୍ରମୋଦ ଜେନା,ମଣ୍ଡଳ ସଭାପତି ବାବାଜୀ ଜେନା,ତାପସ ମହାନ୍ତି,ନରେନ୍ଦ୍ର ସାମଲ,ପଲାସ ନାୟକ ସହ ଶତାଧିକ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ! ଇତ୍ୟବସରରେ ବଡଚଣା ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା!ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଓ ବଡଚଣା ବିଜେପି ବିଧାୟକ ପ୍ରାର୍ଥି ଅମର ନାୟକଙ୍କ ନେତୃତ୍ବକୁ ସମର୍ଥନ କରି ବିଜେଡି ଓ କଂଗ୍ରେସ ଦଳ ଛାଡି ବୈରୀ,ବାଲିପଡିଆ ଓ ଭୁଷଣ୍ଡପୁର ପଞ୍ଚାୟତର ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ!
Ad2
Leave A Reply