ଯାଜପୁର : ସାଧନାର ସ୍ୱରୂପ ଖବର କାଗଜ ପକ୍ଷରୁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉସ୍ଛବ ଯାଜପୁର ଜିଲ୍ଲାର ଚଢେଇଧରା ବେଢା ମଧୁପୁର ସ୍ଥିତ ଶ୍ରୀ ଗୁରୁ ଆଶ୍ରମରେ ବ୍ରହ୍ମଚାରୀ ଜ୍ଞାନାନନ୍ଦସରସ୍ବତୀଙ୍କ ପ୍ରତେକ୍ଷ ତତ୍ୱାବଧାନରେ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ଆଶ୍ରମ ପରିସରରେ ଥିବା ଆଦୀଗୁରଙ୍କ ପ୍ରତିମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରାଯିବା ଆରତୀ ପ୍ରଦାନ କରାଯାଇଥିଲା! ଜୟନ୍ତୀ ଉତ୍ସବରେ ସାଧନାର ସ୍ୱରୂପର ସମ୍ପାଦକ ଦେଵବ୍ରତ ଦେଵତା ସଭାପତିତ୍ୱ କରିଥିବା ବେଳେ ଚାରଣ ଗୋଷ୍ଠିର ଅଧକ୍ଷ ଉଦୟ ନାଥ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ!
ଅନ୍ୟ ମାନଙ୍କ ମଧ୍ୟରେ ଚିନ୍ତାମଣି ରାଉତ ,ସଚେତନ ନାଗରିକ ମଞ୍ଚର ଆବାହକ ସରୋଜ କାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ ! ରଗଡିପଶି ମହିଳା ସଂକୀର୍ତ୍ତନ ମଣ୍ଡଳୀ ସହ ବିଭିନ୍ନ ଗ୍ରାମରୁ ଆସିଥିବା କୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ସକୀର୍ତ୍ତନ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମ ରେ ବାବାଜୀ ବାମନ ଦାସ, ସତ୍ୟାନନ୍ଦ ମିଶ୍ର, କୀର୍ତ୍ତନ ପଣ୍ଡା, ମହେଶ୍ୱର ପଣ୍ଡା, ପୀତବାସ ସାହୁ , ଧନେଶ୍ୱର ସାହୁ ,କାର୍ତ୍ତିକ ଚନ୍ଦ୍ର ବେହେରା ,ସନ୍ତୋଷ ରାଉତ, ଗନ୍ଧର୍ଵ ପରିଡା, କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ! ବିଶ୍ୱଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।