Odisha news

କରୋନା ମୁକାବିଲା ପାଇଁ ୪୯୮୭୦୦ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ

0

ଯାଜପୁର: କରୋନା ମୁକାବିଲାର ସହାୟତା ପାଇଁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ମାଧ୍ୟମରେ ରସୁଲପୁର ବ୍ଲକ ପ୍ରାଥମିକ ଓ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୪୮୯୭୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଗୁରୁବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ରସୁଲପୁର ଓ ଧର୍ମଶାଳା ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର କର, ରସୁଲପୁର ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ମହେନ୍ଦ୍ର ମଲ୍ଲିକ, ସଦସ୍ୟ ଶିକ୍ଷକ ଦିବାକର ସାହୁ, ଅରୁଣ କୁମାର ସ୍ୱାଇଁ, ରାଜେନ୍ଦ୍ର ନାରାୟଣସାହୁ, ନୀଳମଣି ଦାଶ, ପ୍ରାଥମିକ ଶିକ୍ଷକ ସଂଘ ଫେଡ଼େରେସନର ସଭାପତି ବିଜୟ କୁମାର ନାୟକ କାର୍ଯ୍ୟକାରୀ ସଭାପତି ବିକ୍ରମ କୁମାର ଦାସ, ପ୍ରମୁଖ ଏହି ଚେକ୍ ପ୍ରଦାନ କରିଥିଲେ । ଜିଲ୍ଳାପାଳ ଏଭଳି ସାଧୁ ଉଦ୍ୟମର ପ୍ରଶଂସା କରିଥିଲେ । ଆଇ.ଏ.ଏସ୍. ପୋ୍ରବେସନର ସଚିନ ପାୱାର ମଧ୍ୟ ଉପସ୍ଥିତ ରହି ସଂଘ କାର୍ଯ୍ୟକୁ ଧନ୍ୟବାଦ ଦେଇଥିଲେ ।

Leave A Reply