Odisha news

ଯାଜପୁର ଠାରେ ଜାତୀୟ କ୍ରୀଡା ଦିବସରେ ସମ୍ୱର୍ଦ୍ଧିତ ହେଲେ ୬ ଜଣ କ୍ରୀଡାବିତ୍

0

ଯାଜପୁର : ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍ପଂରେନ୍ସ ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର ପ୍ରତିଭାବାନ କ୍ରୀଡାବିତ୍ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଥିଲେ ।  ଏହି ଅବସରରେ ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଳ୍ାର୬ ଜଣ ଉଦୀୟମାନ କ୍ରୀଡାବିତ୍ ମଧ୍ୟ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରେ ସମ୍ୱର୍ଦ୍ଧିତ କରିଚ୍ଥନ୍ତି ।

ଯାଜପୁର ଜିଲ୍ଲାର ୧୭ ବର୍ଷରୁ କମ୍ ପୁଂଟବଲ ବର୍ଗରେ ୩ ଜଣ ପୁରୁଷ ଯଥାକ୍ରମେ ମାନସିଂ ହେମ୍ୱ୍ରମ, ବିକ୍ରମ ବେଶ୍ରା ଓ ସୋମନାଥ ମହାନ୍ତି ଖେଲୋ ଇଣ୍ଡିଆ ରେ ୨୦୨୦ ରେ ବ୍ରୋଂଚ ପଦକ ହାସଲ କରିଥିବାରୁ ପ୍ରତ୍ୟେକଙ୍କୁ ୮,୫୦୦/- ଟଙ୍କା ଓ ମହିଳା ଖେଳାଳୀ ଭାବେ ରୈାପ୍ୟ ପଦକ ବିଜେତା ସାଲଗେ ମାଝିଙ୍କୁ ୧୩,୫୦୦/-, ଆଥଲେଟିକ୍ସରେ ରାଜେନ୍ଦ୍ର ସିଧୁଙ୍କୁ ୪୩ ହଜାର ଟଂକା ଓ ରଗବୀ ଖେଳାଳୀ ସସ୍ମିତା ସାହୁଙ୍କୁ ୩,୫୦୦/- ଟଂକାର ଆର୍ଥିକ ପୁରସ୍କାର ଜିଲ୍ଳ୍ଳ୍ାପାଳ ଶ୍ରୀ ଦାସ ପ୍ରଦାନ କରିଥିଲେ ।

ସମସ୍ତ କ୍ରୀଡାବିତ୍ ଉତରୀୟ ଓ ପୁଷ୍ପ ଗୁଚ୍ଚ୍ଥ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଜିଲ୍ଳ୍ା ଆଥଲେଟିକ ଆସୋସିଏସନର ସଂପାଦକ ସମ୍ୱିତ ମହାନ୍ତି ଓ ଅନ୍ୟାନ୍ୟ କ୍ରୀଡାବିତ୍ମାନେ ଉପସ୍ଥିତ ଥିଲେ ।   ପୂର୍ବାହ୍ନରେ ଜିଲ୍ଲା ସ୍କୁଲ ପଡିଆ ଠାରେ ହକି ଯାଦୁଗର, କିମ୍ୱଦନ୍ତୀ କ୍ରୀଡାବିତ୍ ଧ୍ୟାନଚାନ୍ଦଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଳ୍ା କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ, ଯୋଗ ଗୁରୁ ମନ୍ମଥ ସାମଲ, ଅକ୍ଷୟ କୁମାର ଦାସ ପ୍ରମୁଖ ଧ୍ୟାନଚାନ୍ଦଙ୍କ ପଂଟୋ ଚିତ୍ରରେ ମାଲ୍ୟାର୍ପଣ ସହ ତାଙ୍କର ଦକ୍ଷତା, ନିଷ୍ଠା ଓ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ ।  ଏଥିରେ କ୍ରୀଡାବିତ୍ ଓ କ୍ରୀଡା ପ୍ରେମୀ ଯୋଗ ଦେଇଥିଲେ ।

Leave A Reply