Odisha news

ଭାରତରେ ଅଛି ଏମିତି ଗୋଟିଏ ଗ୍ରାମ ଯେଉଁଠି ଜଣେ ସ୍ୱାମୀ ଦୁଇଟି ପତ୍ନୀ ଗ୍ରହଣ କରିପାରିବ

0

ଆଜିକାଲି ପ୍ରାୟ ଆମେ ସବୁଠି ଦେଖୁଚୁ ଏକ୍ସଟ୍ରା ମାରିଟାଲ ଆଫେୟାର, ଯାହାକି ବିବାହ ପରେ ଗୋଟିଏ ଅବୈଧ ସମ୍ପର୍କ ବୋଲି ଆମେ କହୁଚୁ l ଯାହାକୁ ନେଇ ପ୍ରତ୍ୟେକ ମୁହୁର୍ତରେ ସୋସିଆଲ ମିଡିଆରେ ବିଭିନ୍ନ ଖବର ପ୍ରସାରଣ ହେବାର ଦେଖିବାକୁ ପାଇଥାଉ l ଭାରତରେ ବିବାହ କୁ ଗୋଟିଏ ପବିତ୍ର ବନ୍ଧନ ଭାବରେ ଗ୍ରହଣ କରାଯାଇ ଥାଏ l ଯେଉଁଠି ଥରେ ବିବାହ ସମ୍ପାଦନ ହୋଇଥାଏ ତାହା ୭ଜନ୍ମ ପାଇଁ ସ୍ଥିର ହୋଇ ରହିଥାଏ ବୋଲି ମାନ୍ୟତା ରହିଛି l

କିନ୍ତୁ ଭାରତରେ ହିନ୍ଦୁ ଧର୍ମରେ ଗୋଟିଏ ମାତ୍ର ବିବାହ ପାଇଁ ଆଇନ ରହିଛି, ଏଠାରେ ପୋଲିଗାମୀ ଅର୍ଥାତ ଗୋଟିଏରୁ ଅଧିକ ବିବାହ ପାଇଁ ନିର୍ଦେଶ ନାହିଁ l ଆଜି ଆମେ ଏଭଳି ଗୋଟିଏ ଗ୍ରାମ ବିଷୟରେ ଜାଣିବା ଯେଉଁଠି ଜଣେ ସ୍ୱାମୀ ଦୁଇଟି ପତ୍ନୀ ଗ୍ରହଣ କରିପାରିବ l ହଁ ଆଜ୍ଞା ସେହିଭଳି ଗୋଟିଏ ଗ୍ରାମ ରହିଛି ରାଜସ୍ଥାନ ର ଯଇସ୍ଲାମର ରେ ଅବସ୍ଥିତ l ଏହାର ନାମ ରାମଦେୟୋ ର ବସ୍ତି ଅଟେ l ଏହି ଗ୍ରାମରେ ଆପଣ ଯେତେବି ବୟସ୍କ ବ୍ୟକ୍ତିଙ୍କୁ ଭେଟିବେ ସମସ୍ତ ଙ୍କର ୨ଟି ପତ୍ନୀ l ଏହା ପଛରେ ରହିଛି ବିଶେଷ କାରଣ l

ରାମଦେୟ ବସ୍ତିରେ ପ୍ରତ୍ୟେକ ପୁରୁଷ କରିଛନ୍ତି ଦୁଇଟି ବିବାହ l ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଯେଉଁଠି ସାଧାରଣ ଭାବରେ ଦୁଇ ସଉତୁଣୀ କେହି କାହାର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଏହି ଗ୍ରାମରେ ଦୁଇ ସଉତୁଣୀ ଦୁଇ ଭଉଣୀ ଭଳି ରହି ଥାଆନ୍ତି l ସେମାନେ ଗୋଟିଏ ଛାତ ତଳେ ଗୋଟିଏ ସ୍ୱାମୀ ସହିତ ଏକାଠି ଖୁସିରେ ରହି ଥାଆନ୍ତି l ଏହି ଗ୍ରାମରେ ସମସ୍ତେ କୁହନ୍ତି ଦୁଇଟି ପତ୍ନୀ ଗୋଟିଏ ଘରେ ରହିଲେ ମଧ୍ୟ କୌଣସି ଝଗଡା ହୋଇ ନଥାଏ l ଏବଂ ନିଜ ମଧ୍ୟରେ ବୁଝାମଣା ସହିତ ସ୍ୱାମୀଙ୍କୁ ନେଇ ଚଳନ୍ତି l

ଗୋଟିଏ ସ୍ୱାମୀଙ୍କୁ ବିବାହ କରିବାର କଣ ରହିଛି କାରଣ –
ମିଳିଥିବବ ସୂଚନା ଅନୁସାରେ ଏଠାକାର ପୁରୁଷ ମାନେ ଯଦି ଗୋଟିଏ ବିବାହ କରନ୍ତି ତେବେ ତାଙ୍କ ପତ୍ନୀ ଗର୍ଭବତୀ ହୋଇ ପାରନ୍ତି ନାହିଁ ନଚେତ ପୁଅ ଟିଏ ଜନ୍ମ ହୋଇପାରେ ନାହିଁ l ତେଣୁ ଏଥିପାଇଁ ଏଠାକାର ପୁରୁଷ ମାନେ ଦୁଇଟି ବିବାହ କରନ୍ତି l  କିନ୍ତୁ ବର୍ତମାନ ଏଠାକାର ଯୁବପିଢ଼ି ଏହି କଥାରେ ସହମତ ନାହାନ୍ତି ଏବଂ ଦୁଇଟି ବିବାହ କରିବାକୁ ଇଛୁକ ନୁହନ୍ତି l

Leave A Reply