ପୁରୀ,୪ା୧୨ :ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ କଳାମାଣିକ ପ୍ରକାଶନୀ ପକ୍ଷରୁ ସଂକ୍ଷିପ୍ତ ବାର୍ଷିକ ପଞ୍ଜିକା ୨୦୨୨ଲୋକାର୍ପିତ ହୋଇଛି । ଏହି ପଞ୍ଜିକାର ଲୋକାର୍ପଣ ଉତ୍ସବରେ ଜ୍ୟୋତିର୍ବିଦ୍ ପ୍ରଶାନ୍ତ କୁମାର ଆଚାର୍ଯ୍ୟ,ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର,କାର୍ତ୍ତିକ ଦାସ ମହାପାତ୍ର, ରାଧାବଲ୍ଲଭ ମଠର ମଠାଧୀଶ ରାମକୃଷ୍ଣ ଦାସ,ସେବାୟତ ବାଳକୃଷ୍ଣ ପୂଜାପଣ୍ଡା ସାମନ୍ତ,ଅଭିନନ୍ଦନିକାର ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି,କଳାମଣିମା ପ୍ରକାଶକ ମହେଶ ନାୟକ ପ୍ରମୁଖ ଯୋଗଦେଇ ପଞ୍ଜିକାକୁ ଲୋକାର୍ପିତ କରିଥିଲେ ।ସୂଚନାଯୋଗ୍ୟଯେ,ଓଡ଼ିଶାର ପ୍ରଚଳିତ ଖଡ଼ିରତ୍ନ,ସାମନ୍ତ ପଞ୍ଜିକା ଓ ବିରଜା ପଞ୍ଜିକା ଅନୁଯାୟୀ ତଥ୍ୟ, ତିଥି,ବାର ଓ ନକ୍ଷତ୍ର ନଣନା କ୍ଷେତ୍ରରେ ପାଠକୀୟ ଆଦୃତିଲାଭ କରିଛି ।