Odisha news

ବୋରିଗୁମ୍ମା ବ୍ଲକ ର ଆଉଁଳି ପଂଚାୟତରେ ଆଇ ଟି ଡ଼ି ଏ ତରଫରୁ ମକା ବିହନ ବଣ୍ଟନ

0
ବୋରିଗୁମ୍ମା (K.sakil Dora) ବୋରିଗୁମ୍ମା ବ୍ଲକ ର ଆଉଁଳି ପଂଚାୟତରେ ଆଇ ଟି ଡ଼ି ଏ ତରଫରୁ ମକା ବିହନ ବଣ୍ଟନ କରାଯାଇଥିଲା। ଉକ୍ତ ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବିମଳା ଚାଲାଣ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ମକା ବିହନ ବାଣ୍ଟିଥିଲେ। ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗୁରୁବନ୍ଧୁ ପୂଜାରୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ଜୟପୁର ଆଇ ଟି ଡ଼ି ଏ ବୋରିଗୁମ୍ମା ବ୍ଲକରେ ଅନୁସୂଚିତ ଜନଜାତି ଚାଷୀ ମାନଙ୍କୁ ମକା ବିହନ ବଣ୍ଟନ କରିବ। ବ୍ଲକରେ ମୋଟ ୧୫୦ ଏକର ରେ ମକା ଲଗାଇବା ପାଇଁ ଆଇ ଟି ଡି ଏ  ଯୋଜନା କରିଛି। ପ୍ରଥମ ପର୍ଯ୍ୟାୟରେ ଆଉଁଳି ପଂଚାୟତରେ ୪୭ ଜଣ ଚାଷୀଙ୍କୁ ୬୦ ଏକର ରେ ମକା ରେ ଚାଷ କରିବା ପାଇଁ ସି ପି –୩୩୩ ନାମକ ବିହନ ବଣ୍ଟନ କରାଗଲା। ପରବର୍ତ୍ତୀ ସମୟରେ ବ୍ଲକ ର ଅନ୍ୟାନ୍ୟ ପଂଚାୟତରେ ମକା ବିହନ ବଣ୍ଟନ କରାଯିବ ବୋଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ cysd ,ର ସଂଯୋଜକ ସଞ୍ଜୟ କୁମାର ପଣ୍ଡା ଯୋଗ ଦେଇଥିଲେ।
Leave A Reply

Your email address will not be published.