ବୋରିଗୁମ୍ମା (K.sakil Dora)–ସରକାର ଇ ଶିକ୍ଷା ଉପରେ ଗୁରୁତ୍ଵ ଦେଇ ସାରା ରାଜ୍ୟ ରେ ୨୦୧୪ ମସିହାରେ ଚାରି ହଜାର କମ୍ପ୍ୟୁଟର ଶିକ୍ଷକ ଙ୍କୁ ନିଯୁକ୍ତି ଦେଇଥିଲେ । ଦୁଃଖ ର ବିଷୟ ଏକ ବର୍ଷ ରୁ ଊର୍ଦ୍ଧ୍ବ ସମୟ ହେଲା ସରକାର ଏମାନଙ୍କୁ ଛଟେଇ କରି ପଙ୍ଖୁ କରି ଦେଇଛନ୍ତି l
ରାଜ୍ୟ ର ବିଭିନ୍ନ ବେସରକାରୀ ଓ ସରକାରୀ ବିଦ୍ୟାଳୟ ରେ ପାଞ୍ଚ ବର୍ଷ ରୁ ଅଧିକ କମ୍ପ୍ୟୁଟର ଶିକ୍ଷକ ପାଠ ପଢାଇଥିଲେ। ସେମାନଙ୍କୁ ଛଟେଇ କରି କିପରି ଇ – ଶିକ୍ଷା କୁ ଗୁରୁତ୍ଵ ଦେଉଛନ୍ତି ସରକାରୀ ବାବୁ ମାନଙ୍କୁ ହିଁ ଜଣା। ଏହି ସମୟ ଭିତରେ ଛଟେଇ ଶିକ୍ଷକ ମାନେ ବିଭିନ୍ନ ସମୟରେ ଭୁବନେଶ୍ୱର ରେ ଧାରଣା ରେ ବସିଥିଲେ। ସେମାନଙ୍କୁ ସରକାର ପ୍ରତିଶୃତି ଦେଇ ଠକି ଦେଇଛନ୍ତି ବୋଲି ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି।
ଏମାନଙ୍କ ଦାବୀ ସେମାନଙ୍କୁ ପୂର୍ଣ୍ଣ ନିଯୁକ୍ତି ଦିଆଯାଉ ।
କୋରାପୁଟ ଜିଲ୍ଲା ର ୮୨ ଜଣ କମ୍ପ୍ୟୁଟର ଶିକ୍ଷକ ଙ୍କୁ ନିଯୁକ୍ତି ପାଇଥିବା ବେଳେ ବୋରିଗୁମ୍ମା ଆଉ କୋଟପାଡ଼ ବ୍ଲକ୍ ର ୧୬ ଜଣ ଅଛନ୍ତି । ବର୍ତ୍ତମାନ ଏମାନେ ଜୀବିକା ହରାଇ ଘରେ ବସି ରହିଛନ୍ତି। ପରିବାର ଚଳାଇବା ପାଇଁ ଓ ବୃଦ୍ଧ ବାପା,, ମାଆ ଙ୍କ ଔଷଧ ଦେବା ଏମାନଙ୍କ ପାଇଁ କାଠିକର ପାଠ ହେଲାଣି। ଏମିତି ଅବସ୍ଥା ରେ ସେମାନେ ମାନସିକ ଭାରସାମ୍ୟ ହରାଇ ବସିଲେଣି। ଛଟେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବୟସ ଗଡି ଯିବା ହେତୁ ,ବର୍ତମାନ କୋୖଣସି ଠାରେ ନିଯୁକ୍ତି ପାଇବା ପାଇଁ ସେମାନଙ୍କ ପାଖରେ ବୟସ ନାହିଁ।
ଏ ଦିଗରେ ଦୃଷ୍ଟି ଦେଇ ରାଜ୍ୟ ସରକାର ୪ ହଜାର ଶିକ୍ଷକ ଙ୍କୁ ପୁନଃ ଥଇଥାନ କରନ୍ତୁ। ନ ନେଲେ ସେମାନଙ୍କ ସଂସାର ଉଜୁଡ଼ି ଯିବ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ଶୀ ଖଗେଶ୍ବର କୁମାର୍ ,ସତ୍ୟବାନ୍ ହରିଜନ,ନାଲା ସୁବାସ, ଗୁପ୍ତ ଗନୋୟତ ଡମୁ ମାଝି , ବେଣୁଧର ସାହୁ, ସୁମିତ୍ରା ସାହୁ, ସଙ୍ଗୀତା ପୂଜାରୀ, ତନ୍ମହି ରଥ,ହେମଲତା ଵିଶୋଇ ,ଜଗଦିଶ ବିଶୋଇ, କହିଛନ୍ତି।