Odisha news

ଆଇଟି ଉଦ୍ୟଗ ଗୁଡିକୁ ଅନାବଶ୍ୟକ ସରକାରୀ ନିୟମରୁ ମୁକ୍ତ କରିବା ପାଇଁ ଚେଷ୍ଟା ଚାଲିଛି : ପ୍ରଧାନମନ୍ତ୍ରୀ ମୋଦି


ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ କହିଛନ୍ତି ଯେ ସରକାର ଆଇଟି ଉଦ୍ୟଗ ଗୁଡିକ ଉପରୁ ଅନାବଶ୍ୟକ ନିୟମୟରୁ ମୁକ୍ତ କରିବା ପାଇଁ ଅନେକ ଗୁଡିଏ ପଦକ୍ଷପ ଉଠାଉଛନ୍ତି l ନେସକମ ଟେକ୍ନୋଲୋଜି ଲିଡରସିପ ଫୋରମ୍ ୨୦୨୧ ରେ ମୋଦି କହିଛନ୍ତି ଯେ ବର୍ତ୍ତମାନ ଭାରତରେ ଉଦରୀକୃତ ନିୟମକୁ କହିବାକୁ ଯାଇ ସନ୍ଦେଶ ଦେଇଛନ୍ତି ବର୍ତ୍ତମାନ ସରକାର ଆଇଟି କ୍ଷେତ୍ରରେ ଉନ୍ନତି କରାଇବାକୁ ଯାଇ ଅଧିକାଂଶ ସରକାରୀ ନିୟମକୁ ପ୍ରତିବନ୍ଧକ ଭାବରେ ଉଠାଇ ଦିଆଯିବ l

ପରିବର୍ତ୍ତନ ନିବେଶ ଭାବରେ ଭାରତୀୟ କମ୍ପାନୀ ଗୁଡିକ ପାଇଁ ବର୍ତ୍ତମାନ ଦିଶା ନିର୍ଦେଶକୁ ଆଖି ଆଗରେ ରଖି ବିଭିନ୍ନ କଟକଣାକୁ ଆଇଟି କମ୍ପାନୀ ଗୁଡିକ ଉପରୁ ସରକାର ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି l କାରଣ ଭାରତୀୟ ଆଇଟି ଉଦ୍ୟଗ ଗୁଡିକ ଉନ୍ନତ ମନର ହୋଇଥିବା ସହିତ ସଠିକ ଭାବରେ କାର୍ଯ୍ୟଦକ୍ଷତା ରଖିଛନ୍ତି l ବର୍ତ୍ତମାନ ଦେଶର ଯୁବକ ମାନେ ଭାରତୀୟ ଆଇଟି କମ୍ପାନୀ ଦ୍ୱାରା ବେଶ ଉପକୃତ ହେବା ସହିତ ଲାଭବାନ ମଧ୍ୟ ହେବେ l କରୋନା ମହାମାରୀ ପ୍ରତିବନ୍ଧକ ସମୟରେ ଆଇଟି କମ୍ପାନୀ ଗୁଡିକ ସମସ୍ତ ଅସୁବିଧାର ସମ୍ମୁଖୀନ ହୋଇ ପୁନର୍ବାର ଉଦ୍ୟଗ ଗୁଡିକୁ ଆରମ୍ଭ କରିଥିବା ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଟି ଉଦ୍ୟଗ ଗୁଡିକୁ ଶୁଭେଚ୍ଛା ଜଣାଇଛନ୍ତି l

Nalco

Comments are closed.