Odisha news

କଳାପ।ହ।ଡ ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଦଘ।ଟନ : ଡଙ୍ଗାପଟା ୨/୦ ରେ ବିଜୟୀ

ନର୍ଲା :–(ଦୀପକ କୁମାର ଠାକୁର ) ନର୍ଲା ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ କଳାପାହାଡ ନକ ଆଉଟ  ଫୁଟବଲ  ଟୁର୍ଣ୍ଣାମେଣ୍ଟଉଦ୍ଦଘ।ଟନ  ହୋଇ ଯାଇଛି । ନର୍ଲା ଏସ୍କନ କ୍ଲବ ପକ୍ଷରୁ ଆୟୋଜନ ଫୁଟବଳ ଟୁର୍ଣ୍ଣାମେଣ୍ଟ  ରେ ୮ଟି ଦଳ ଭାଗ ନେଇ ଥିବା ବେଳେ ଆସନ୍ତା ୨୪ ତାରିଖରେ ଫାଇନାଲ ଖେଳ ଅନୁଷ୍ଟିତ ହେବ ବୋଲି କ୍ଲବ ର ସଦସ୍ୟ କିଶୋର ମାଝି ପ୍ରକାଶ କରିଛନ୍ତି । ଉଦଘାଟନି  ମ୍ୟାଚ ରେ ଘୋଡାବନ୍ଧ ସହ ଡୁଙ୍ଗାପଟା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଡୁଙ୍ଗାପଟା ଦଳ ଘୋଡାବନ୍ଧ ଦଳକୁ ୨/ ୦  ଗୋଲ ଦେଇ ପରାସ୍ତ କରିଥିଲା ।

ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ରୁପେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡିଆ ଯୋଗ ଦେଇଥିଲେ,ଖେଳକୁ ସନ୍ତୋଷ ନାଏକ ପରିଚାଳନା କରିଥିବାବେଳେ ଲାଇନରେ ସୁଶୀଲ ନାଏକ ଓ ମାର୍କଣ୍ଡ ନାଏକ ସହଯୋଗ କରିଥିଲେ । କମିଟି ତରଫରୁ ଦିପୁ ପାତ୍ର , ପିଣ୍ଟୁ ନାଗ , ରାକେଶ ବିଶୋଇ , ପୂର୍ଣ୍ଣଚନ୍ଦ୍ର ପୁଝାରୀ ,ନିରୋଜ ଶର୍ମା , ବଣ୍ଟି ଚାନ୍ଦ , ଋତୁ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Comments are closed.