ସସାହାଣ୍ଡି ଅଙ୍ଗନବାଡି କେନ୍ଦ୍ ୧ ରେ ଛତୁଆ, ଅଣ୍ଡା, ଚାଉଳ ପ୍ରଦାନ ରେ ଅନିୟମିତତା : ସି ଡ଼ି ପି ଓ ଙ୍କ ହସ୍ତକ୍ଷେପ ପରେ ଦୁଇ ମାସର ପୃଷ୍ଟିକର ଖାଦ୍ୟ ପାଇଲେ ହିତାଧିକାରୀ।
ବୋରିଗୁମ୍ମା (K.sakil dora) ମହାମାରୀ କରୋନା ଭାଇରସ ଯୋଗୁଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ମେ,୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆମ ରାଜ୍ୟ ସରକାର ଅସହାୟ, ଗରୀବ ଶ୍ରେଣୀ ର ଲୋକମାନଙ୍କ ପାଇଁ ବହୁତ ଜନହିତକର ଯୋଜନା କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। କିନ୍ତୁ କିଛି ଅଙ୍ଗନବାଡି କର୍ମୀ ଙ୍କ ମନମୁଖୀ କାର୍ଯ୍ୟ ପାଇଁ ଆଜି ଗର୍ଭବତୀ ମହିଳା ଓ ଛୋଟ ପିଲାମାନେ ପୃଷ୍ଟିକର ଖାଦ୍ୟ ରୁ ବଞ୍ଚିତ ହେଉଛନ୍ତି। ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ସସାହାଣ୍ଡି ଅଙ୍ଗନବାଡି କେନ୍ଦ୍ର -୧,ରେ ଛତୁଆ ,ଚାଉଳ, ଅଣ୍ଡା ଓ ଅନ୍ୟାନ୍ୟ ପୃଷ୍ଟିକର ଖାଦ୍ୟ ପ୍ରଦାନ ରେ ଅନିୟମିତତା ଦେଖାଦେଇଥିଲା। ତେଣୁ ଗତ ୨ତାରିଖ ଦିନ ସମସ୍ତ ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ର–୧ କୁ ତାଲା ପକାଇଥିଲେ। ଦୀର୍ଘ ତିନି ମାସ ଧରି ଅଙ୍ଗନବାଡ଼ି କର୍ମୀ ଛତୁଆ, ଚାଉଳ ଓ ଅଣ୍ଡା ଓ ପୃଷ୍ଟିକର ଖାଦ୍ୟ ହିତାଧିକାରୀ ଙ୍କୁ ବଣ୍ଟନ କରୁ ନ ଥିବା ଅଭିଯୋଗ ହୋଇଥିଲା।
ତେଣୁ ସେମାନେ ସି ଡ଼ି ପି ଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ନିଜେ ସି ଡ଼ି ପି ଓ ପ୍ରତିମା ରାଉଳ ଅଙ୍ଗନବାଡି କେନ୍ଦ୍ର ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଙ୍ଗନବାଡି କର୍ମୀ ମିନତୀ ନାୟକ କୌଣସି ପ୍ରକାର ପୃଷ୍ଟିକର ଖାଦ୍ୟ ହିତାଧିକାରୀ ଙ୍କୁ ପ୍ରଦାନ କରୁ ନ ଥିବା ତଦନ୍ତ ବେଳେ ଜାଣିବାକୁ ପାଇଥିଲେ। ଅଳ୍ପ ଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ସି ଡ଼ି ପି ଓ ଙ୍କ ହସ୍ତକ୍ଷେପ ପରେ ଆଇ ସି ଡ଼ି ଏସ ସୁପ୍ରଭାଇଜର ଭି.ଅନ୍ନପୂର୍ଣ୍ଣା, ଅଙ୍ଗନବାଡି କେନ୍ଦ୍ର–୨ କର୍ମୀ ଭଗବତୀ ଭତ୍ରା,ଡାବାଗାଁ ଅଙ୍ଗନବାଡି କର୍ମୀ ମଞ୍ଜୁଲତା ନାୟକ ଓ ଜଣେ ମିନି ଅଙ୍ଗନବାଡି କର୍ମୀ ଗୀତା ନାୟକ ମାନେ ହରିଜନ ସାହିରେ ପହଞ୍ଚି ହିତାଧିକାରୀ ମାନଙ୍କୁ ଏପ୍ରିଲ ଓ ମେ ମାସ ର ଅଣ୍ଡା, ଛତୁଆ, ଚାଉଳ, ଡାଲି, ଚୁଡା, ତେଲ, ପନିପରିବା ଓ ଅନ୍ୟ ପୃଷ୍ଟିକର ଖାଦ୍ୟ ବଣ୍ଟନ କରିଥିଲେ।
ହିତାଧିକାରୀ ମାନେ ସାମାଜିକ ଦୂରତା ରକ୍ଷା କରି ଜଣେ ପରେ ଜଣେ ପୃଷ୍ଟିକର ଖାଦ୍ୟ ଗ୍ରହଣ କରିଥିଲେ। ପୂର୍ବରୁ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଙ୍କ ପରିବର୍ତ୍ତେ ଅଙ୍ଗନବାଡି କେନ୍ଦ୍ର –୨ କର୍ମୀ ଭଗବତୀ ଗଦାବା କୁ ଦାୟିତ୍ୱ ଦିଆଯାଇଛି ବୋଲି ସୁପ୍ରଭାଇଜର ଭି.ଅନ୍ନପୂର୍ଣ୍ଣା ହିତାଧିକାରୀ ଙ୍କୁ କହିଛନ୍ତି। ଦୁଇ ମାସର ପୃଷ୍ଟିକର ଖାଦ୍ୟ ପାଇ ସମସ୍ତ ହିତାଧିକାରୀ ଖୁସି ପ୍ରକଟ କରିଥିଲେ। ସସାହାଣ୍ଡି ଗ୍ରାମର ଏନ.ସୁବାସ, ବଳରାମ ନାୟକ, ମିତା ଗଣ୍ଡା, ପଦ୍ମିନୀ ହରିଜନ, ସୁଲୋଚନା ଗଣ୍ଡା ପ୍ରମୁଖ ସହଯୋଗ କରିଥିଲେ