Odisha news

ଆଇପିଏଲ ୨୦୨୨ : କୋଲକାତା ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

0

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୧୪ତମ ମ୍ୟାଚରେ କୋଲକାତା ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ।

ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୧୬୧ ରନ କରିଥିଲା । ମୁମ୍ବାଇ ପକ୍ଷରୁ ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ନିରାଶ କରିଥିଲେ ବି ସୂର୍ଯ୍ୟକୁମାର ଯାଦବଙ୍କ ୫୨ ରନ, ତିଲକ ବର୍ମାଙ୍କ ୩୮ ରନ ଓ ଡେଓ୍ବାଲଡ ବ୍ରେଭିସଙ୍କ ୨୯ ରନ ବଦଳରେ ଦଳ ଏକ ଲଢୁଆ ସ୍କୋର ଛିଡା କରିବାରେ ସକ୍ଷମ ହୋଇଥିଲା । କୋଲକାତା ପକ୍ଷରୁ ପାଟ କମିନ୍ସ ୨ଟି, ବରୁଣ ଚକ୍ରବର୍ତ୍ତୀ ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଗତକାଲି ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସକୁ ୪ ଓ୍ବିକେଟରେ ପରାସ୍ତ କରିଥିଲା ।

Leave A Reply