ଓଡ଼ିଶାରେ ଇନ୍ଦୁ ପୂର୍ଣିମା ଦିନଟିକୁ ଭାଗବତ ଙ୍କ ଜନ୍ମ ଭାବରେ ପାଳନ କରାଯାଇ ଥାଏ l ଆମେ ସମସ୍ତେ ଜାଣିଚୁ ଶ୍ରୀମଦ୍ଭାଗବତ ଗୀତl ହିନ୍ଦୁ ଧର୍ମର ୧୮ଟି ମହତ୍ଵପୁର୍ଣ ପୁର୍ଣିମା ମାନଙ୍କ ମଧ୍ୟରୁ ଗୋଟିଏ l ଏହିଦିନ ଟିରେ ଭାଗବତ ପୂଜନ ସହିତ ଭାଗବତ ପାଠର ବିଧି ରହିଛି l ପୂର୍ବରୁ ଭାରତର ପ୍ରତ୍ୟେକ ଗାଁ ଗହଳୀ ରେ ଭାଗବତ ଟୁଙ୍ଗି କରାଯାଇ ଭାଗବତ ପାଠ କରାଯାଉ ଥିଲା ଯାହାକି ଆଜି ବିରଳ ହୋଇ ଯାଇଛି l
ଭାଗବତ ଟୁଙ୍ଗି କଣ –
ପୂର୍ବ କାଳରେ ଓଡ଼ିଶାର ପ୍ରତ୍ୟେକ ଗାଁ ରେ ଭାଗବତ ଟୁଙ୍ଗୀ ରହିଥିଲା ଯେଉଁଠି ପ୍ରତିଦିନ ସନ୍ଧ୍ୟା ସମୟ ରେ ସମସ୍ତ ଗ୍ରାମବାସୀ ଏକାଠି ହୋଇ ଭାଗବତ ପାଠ କରୁଥିଲେ ଏବଂ ଶୁଣୁଥିଲେ l ଓଡ଼ିଆ ଭାଗବତ ପ୍ରତ୍ୟେକ ଓଡ଼ିଆ ଘରେ ଖୁବ ପରିଚିତ ଅଟେ l ଯେଉଁଠି ଧାର୍ମିକ ଚର୍ଚା ହେଉଥିଲା ସେହିଠାରେ ଗୋଟିଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଉଥିଲା l କିନ୍ତୁ ସବୁଠୁ ଦୁଃଖର ବିଷୟ ଟି ହେଲା ଆଜି ତାହା ବିରଳ ଅଟେ l
ଭାଗବତ ଟୁଙ୍ଗୀ ଯୋଡି ରଖୁଥିଲା ପରିବାର ସହିତ ପରିବାର କୁ ଏବଂ ଗାଁ ରେ ସନ୍ଧ୍ୟା ସମୟ ରେ ଗୋଟିଏ ଧାର୍ମିକ ବାତାବରଣ ରହୁଥିଲା l କାହିଁକିନା ଯେଉଁ ମଣିଷ ଆଧ୍ୟାତ୍ମିକ ଚେତନା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରହିଥାଏ ସେ ସର୍ବଦା ସକାରାତ୍ମକ ଭାବନାରେ ରୁହେ l ସକାରାତ୍ମକ ଚେତନା ମଣିଷ କୁ ପାଶବିକ ପ୍ରକୃତି ଓ ଅଧର୍ମ କାର୍ଯ୍ୟ ନିକଟରୁ ଦୁରେଇ ରଖିଥାଏ l କିନ୍ତୁ ଆଜିର ଆଧୁନିକ ସମାଜ ରେ ଏହା ପ୍ରାୟ ଲୋପ ପାଇଯାଇଛି l
ଗାଁ ହେଉ କି ସହର ସବୁଠି ଲୋକେ ଡିଜେ ନାଇଟ ଏବଂ ମେଲୋଡି କୁ ଯେତିକି ଗୁରୁତ୍ୱ ଦେଉଛନ୍ତି ଆଧ୍ୟାତ୍ମିକ ବାଦ କୁ ସେତିକି ଗୁରୁତ୍ୱ ଦେଉ ନାହାନ୍ତି l ଯାହାକି ଆଜି ସେମାନଙ୍କୁ ପଶୁ ପ୍ରବୃତି ଆଡକୁ ଅଧିକ ମାତ୍ରାରେ ଆକର୍ଷିତ କରୁଛି l
ଓଡ଼ିଆ ଭାଗବତର ସ୍ରଷ୍ଟା ଜଗନ୍ନାଥ ଦାସ ଅଟନ୍ତି, ଯିଏକି ସଂସ୍କୃତ ଭାଗବତ କୁ ଓଡ଼ିଆ ଭାଷାରେ ୩୬୫ ଭାଗରେ ଅନୁବାଦ କରି ସୃତି ମଧୁର ସହିତ, ବୁଝିବା ପାଇଁ ସରଳ କରି ଅନୁବାଦ କରିଥିଲେ l
ଆଜିର ଦିନରେ କରାଯାଇଥାଏ ଏଭଳି କାର୍ଯ୍ୟ :-
:- ଆଜିର ଦିନରେ ଭାଗବତ ଗାଦିକୁ ପୂଜା କରାଯାଇ ଥାଏ l
:- ଆଜିର ଦିନରେ ଯେଉଁ ବ୍ୟକ୍ତି ଭାଗବତ ପାଠ କରିଥାଏ ତା ଜୀବନ ରୁ ପାପର ବିନାଶ ହୋଇଥାଏ l
:- ଏହାଛଡା ଆଜିର ଦିନରେ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ପୂଜନ ବିଧିବଦ୍ଧ ଭାବରେ କରାଯାଏ l
:- ଯେଉଁମାନେ ଆଜିର ଦିନରେ ପିତ ବସ୍ତ୍ର ଧାରଣ କରି ବିଷ୍ଣୁ ଉପାସନା କରନ୍ତି ସେମାନଙ୍କ ଜୀବନ ରେ ସୁଖ ସମ୍ପଦ ରହିଥାଏ l
:- ଯଦି କୌଣସି ବ୍ୟକ୍ତିର ଗ୍ରହ ଦୋଷ ରହିଥାଏ ତେବେ ଆଜିର ଦିନରେ ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ l