ଭାରତୀୟ ରେଳବାଇ ମେ’ ମାସ ୧୨ ତାରିଖ ଠାରୁ ଆଂଶିକ ଭାବରେ ଟ୍ରେନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି :ରାଜଧାନୀ ନୂଆଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଏହି ସେବା ମିଳିବ
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ମେ’ ମାସ ୧୨ ତାରିଖ ଠାରୁ ଆଂଶିକ ଭାବରେ ଟ୍ରେନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରୁ ଦେଶର ୧୫ଟି ପ୍ରମୁଖ ସହରକୁ ଏହି ସେବା ମିଳିବ । ଆସନ୍ତାକାଲି ଅପରାହ୍ନ ୪ଟାରେ ଟିକେଟ ବୁକିଂ ହୋଇପାରିବ । ମେ’ ୧୨ ତାରିଖ ପରେ ଅନ୍ୟ ରୁଟରେ ଟ୍ରେନ ଚାଲିପାରେ । ୧୨ରୁ ଟ୍ରେନଗୁଡ଼ିକ ଦିବୃଗଡ଼, ଅଗରତଲା, ହାଓଡା, ପାଟଣା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ତିରୁଅନନ୍ତପୁରମ, ମଣ୍ଡଗାଓ, ମୁମ୍ବାଇ ସେଣ୍ଟ୍ରାଲ, ଅହମଦାବାଦ ଓ ଜମ୍ମୁ ଅଭିମୁଖେ ଚାଲିବ ।
ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଟିକେଟ କାଉଣ୍ଟର ଖୋଲିବ ନାହିଁ । ପ୍ଲାଟଫର୍ମ ଟିକେଟ ସହିତ କୌଣସି କାଉଣ୍ଟରରେ ଟିକେଟ ମିଳିବ ନାହିଁ । ଯାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ । ସମସ୍ତ ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ । ସ୍କ୍ରିନିଂ ପରେ ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ନ ଥିବା କେବଳ ସେମାନଙ୍କୁ ହିଁ ଟ୍ରେନରେ ଚଢ଼ିବାକୁ ଅନୁମତି ମିଳିବ ।
Indian Railways plans to gradually restart passenger train operations from 12th May, 2020, initially with 15 pairs of trains
These trains will be run as special trains from New Delhi Station connecting 15 important cities of the countryhttps://pib.gov.in/PressReleseDetailm.aspx?PRID=1622779 …
ସୂଚନାଯୋଗ୍ୟ, ଦେଶରେ ଏବେ ରେଳବାଇର କୌଣସି ଟିକେଟ କାଉଣ୍ଟର ଖୋଲାଯାଇ ନାହିଁ । କେବଳ ଆଇଆରସିଟିସି ଜରିଆରେ ଅନଲାଇନ ଟିକେଟ ବୁକିଂ କରିହେବ ।