Odisha news

ଗୁଜୁରାଟରୁ ଆସୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରୁ ପାଖାପାଖି ୨୦ ଜଣ‌ ଡେଇଁ ଲେ ଲୋକଙ୍କ ସତର୍କତା ଯୋଗୁ ସାତ ଜଣଙ୍କୁ ଅଟକାଇ ରଖିଲେ ଗ୍ରାମବାସୀ ‌

0

ଅନୁଗୁଳ: ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଅନୁଗୁଳ ସହର ଉପକଣ୍ଠ ମଝିକା ନିକଟରେ ଗୁଜୁରାଟରୁ ଆସୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରୁ ପାଖାପାଖି ୨୦ ଜଣ‌ ଡେଇଁ ପଡ଼ିଛନ୍ତି। ‌ତେବେ ସ୍ଥାନୀୟ ଗ୍ରାମବାସୀ ‌ସେମାନଙ୍କ ମଧ୍ୟରୁ ମାତ୍ର୭ ଜଣଙ୍କୁ ଅଟକାଇବାକୁ ସକ୍ଷମ ହୋଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ, ସାବରମତିରୁ ‌ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍ ମଝିକା ବ୍ରିଜ୍ ନିକଟରେ କୌଣସି କାରଣରୁ ଟ୍ରେନ୍‌ ଅଟକିଥିଲା।

ପାଖାପାଖି ୧୦ ମିନିଟ ପର୍ଯ୍ୟନ୍ତ ଟ୍ରେନ୍‌ଟି ଅଟକିଥିବା ବେଳେ କିଛି ଲୋକ ଟ୍ରେନ୍‌ର ଏକ ବଗିରୁ ଡେଇଁ ଦୌଡ଼ିବାକୁ ଲାଗିଥିଲେ। ଗାଁ ଲୋକେ ଏହା ଦେଖି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ରିଜ୍ ତଳେ ଅଟକାଇ ରଖିବାକୁ ସକ୍ଷମ ହୋଇଥିଲେ। ବ୍ରିଜର ଉଭୟ ପଟେ ଲୋକ ରହିଯାଇଥିବାରୁ ସେମାନେ ଆଉ ପଳାଇ ପାରିନଥିଲେ। ଅନ୍ଧାରର ସୁଯୋଗ ନେଇ ଅନ୍ୟ କେତକ ପଳାଇଯିବାକୁ ସକ୍ଷମ ହୋଇଥିଲେ।

ସ୍ଥାନୀୟ ବେଣାଗାଡ଼ିଆ ସରପଞ୍ଚ ବୀରବର ନାୟକ ଘଟଣା ସଂକ୍ରାନ୍ତରେ ଅନୁଗୁଳ ଥାନାକୁ ସୂଚନା ଦେବା ପରେ ପୁଲିସ ସେଠାରେ ପହଂଚି ଥିଲା। ସେମାନଙ୍କୁ ଏକ ସଂଗରୋଧ କେନ୍ଦ୍ରରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ସମସ୍ତ ଲୋକ ଅନୁଗୁଳ ଜିଲ୍ଲାର ସୀମାନ୍ତକୁ ଲାଗିଥିବା ଦେବଗଡ଼ ଜିଲ୍ଲାର ଏକ ଗାଁର ଲୋକ ବୋଲି ଜଣାପଡ଼ିଛି। ସଙ୍ଗରୋଧ କେନ୍ଦ୍ରରେ ରହିବା ଭୟରେ ସେମାନେ ପଳାଇବାକୁ ଚେଷ୍ଟା କରିଥିବା ଆଶଙ୍କା କରାଯାଉଛି।

Nalco
Leave A Reply