ନୂଆଦିଲ୍ଲୀ : ଭାରତୀୟ ଡାକ ବିଭାଗ କରୋନା କିମ୍ବା ସାଧାରଣ ମୃତ୍ୟୁପରେ ଅସ୍ଥି ବିସର୍ଜନ କରିବାର ଦାୟିତ୍ୱ ଗ୍ରହଣ କରିଛି l ଯେ କୌଣସି ବ୍ୟକ୍ତି ନିଜର ପରିବାର ସଦସ୍ୟଙ୍କର ଅସ୍ଥି ବିସର୍ଜନ ଡାକ ମାଧ୍ୟମରେ କରିପାରିବେ l ସେଥିପାଇଁ ଆପଣ ଅସ୍ଥିକୁ ବାରଣାସୀ ,ପ୍ରୟାଗରାଜ ,ହରିଦ୍ୱାର ଓ ଗୟା ଯେକୌଣସି ଗୋଟିଏ ସ୍ଥାନକୁ ପଠାଇ ପାରିବେ l ସେଠାରେ ଅସ୍ଥିକୁ ଡାକ ବିଭାଗ ଓଁ ଦିବ୍ୟଦର୍ଶନ ସଂସ୍ଥା ମାଧ୍ୟମରେ ଅସ୍ଥିକୁ ସମସ୍ତ କର୍ମ ଦ୍ୱାରା ବିସର୍ଜନ କରାଯିବ l କାରଣ କରୋନା ସମୟରେ ଅଧିକାଂଶ ଲୋକ ନିଜ ପ୍ରିୟଜନଙ୍କ ଅସ୍ଥିକୁ ବିସର୍ଜନ କରିପାରୁ ନାହାନ୍ତି l
ଦେଶର ଯେ କୌଣସି ସ୍ଥାନରେ ହେଉ ପଛେ ଏହି ଅସ୍ଥି ବିସର୍ଜନ କରାଯାଇ ପାରିବ l ଡାକ ବିଭାଗର ନିର୍ଦେଶକ ପୋଷ୍ଟ ମାଷ୍ଟର ଜେନେରାଲ କୃଷ୍ଣ କୁମାର ଯାଦବ ଏହି ପଦକ୍ଷେପ ଉଠାଇଛନ୍ତି l ସେଥିପାଇଁ ଆପଣଙ୍କୁ ବିଧିବଦ୍ଧ ଭାବରେ ରେଜିଷ୍ଟ୍ରେସନ କରିବାକୁ ପଡିବ l
କିଭଳି ହେବ ରେଜିଷ୍ଟ୍ରେସନ –
– ସେଥିପାଇଁ ଆପଣଙ୍କୁ ଦିବ୍ୟଦର୍ଶନ ସଂସ୍ଥାର ପୋର୍ଟାଲ କୁ ଯିବାକୁ ପଡିବ ଓ htpp://omdivyasdarshan.org ରେ ରେଜିଷ୍ଟ୍ରେସନ କରିବାକୁ ପଡିବ l
– ରେଜିଷ୍ଟ୍ରେସନ ପରେ ଯେ କୌଣସି ବ୍ୟକ୍ତି ନିଜର ପରିଜନ ଙ୍କ ଅସ୍ଥି ସ୍ପିଡ଼ପୋଷ୍ଟ ଜରିଆରେ ବାରଣାସୀ ,ହରିଦ୍ୱାର , ପ୍ରୟାଗରାଜ ଓ ଗୟା ପଠାଇପାରିବ l
– ଅସ୍ଥିର ପ୍ୟାକେଟକୁ ଠିକ ଭାବରେ ସିଲ କରି ତା ଉପରେ ଓଁ ଦିବ୍ୟଦର୍ଶନ ଲେଖିବେ l ଏହି ଅସ୍ଥିକୁ ପଠାଉଥିବା ବ୍ୟକ୍ତି ନିଜର ସମ୍ପୂର୍ଣ୍ଣ ଠିକଣା ,ମୋବାଇଲ ନମ୍ବର ଓ ତଥ୍ୟ ପ୍ରଦାନ କରିବେ l
– ସ୍ପିଡ଼ ପୋଷ୍ଟ ର ଖର୍ଚ ଅସ୍ଥି ପଠାଉଥିବା ବ୍ୟକ୍ତିଙ୍କୁ ଭରିବାକୁ ପଡିବ l ତା ପରେ ଓଁ ଦିବ୍ୟଦର୍ଶନ ସଂସ୍ଥାକୁ ସ୍ପିଡ଼ ପୋଷ୍ଟର ନମ୍ବର ପୋର୍ଟାଲ କୁ ଯାଇ ଦେବାକୁ ପଡିବ l
– ଅସ୍ଥି ମିଳିବl ପରେ ଦିବ୍ୟଦର୍ଶନ ସଂସ୍ଥା ବିଧିବଦ୍ଧ ଭାବରେ ଅସ୍ଥି ବିସର୍ଜନ କରିବ l ଏହି କର୍ମକୁ ମୃତକଙ୍କ ପାଇବାର ୱେବ କାଷ୍ଟ ଜରିଆରେ ଦେଖିପାରିବେ l
– ଅସ୍ଥି ବିସର୍ଜନ ପରେ ସଂସ୍ଥା ଗୋଟିଏ ବୋତଲ ଗଙ୍ଗାଜଳ ମଧ୍ୟ ମୃତକଙ୍କ ପରିବାରକୁ ପଠାଇବେ l
Comments are closed.