ହିମାଂଶୁ ଶେଖର ଆଚାର୍ଯ୍ୟ : ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜାନୁଆରୀ ଛବିଶି ପରି ନଭେମ୍ବର ୨୬ ତାରିଖ ହେଉଛି ଏକ ସ୍ମରଣୀୟ ଦିବସ । ଏହିଦିନ ଆମ ଦେଶର ସମ୍ବିଧାନ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନ ହୋଇଥିଲେ ମଧ୍ୟ ଆମ ଦେଶକୁ ଶାସନ କରିବା ପାଇଁ ଏକ ସମ୍ବିଧାନର ଆବଶ୍ୟକତା ଥିଲା । ଯେ କୈାଣସି ଦେଶର ଶାସନ ପାଇଁ ସମ୍ବିଧାନର ଯଥେଷ୍ଟ ଆବଶ୍ୟକତା ରହିଛି । ପ୍ରତ୍ୟେକ ଦେଶର ସମ୍ବିଧାନ ନିଜ ଦେଶର ପରିସ୍ଥିତି, ପରିବେଶ ଓ ସମୟ ଅନୁସାରେ ତିଆରି ହୋଇଥାଏ । ଏହି କାରଣରୁ ଗୋଟି ଦେଶର ସମ୍ବିଧାନ ଅନ୍ୟ ଦେଶର ସମ୍ବିଧାନ ଠାରୁ ଭିନ୍ନ ହୋଇଥାଏ ।
ଭାରତୀୟ ସମ୍ବିଧାନର ଜନ୍ମ ଦିନ ପ୍ରସ୍ତାବନାରେ ବର୍ଣ୍ଣିତ ହୋଇଛି । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତର ସମ୍ବିଧାନ ଗୃହୀତ ହୋଇଥିଲା ଅର୍ଥାତ୍ ଏହିଦିନ ସମ୍ବିଧାନକୁ ଗ୍ରହଣ ଓ ପ୍ରଣୟନ କରି ତାହା ଦେଶ ବାସୀଙ୍କ ପାଇଁ ଅର୍ପଣ କରାଯାଇଥିଲା । ପୂର୍ବରୁ ଏହା ‘ଜାତୀୟ ଆଇନ ଦିବସ’ ଭାବେ ପାଳନ ହୋଇଆସୁଥିବା ବେଳେ ୨୦୧୫ ମସିହା ଅକ୍ଟୋବର ୧୧ ତାରିଖରେ ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୬ ତାରିଖକୁ ‘ସମ୍ବିଧାନ ଦିବସ’ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ । ତଦନୁଯାୟୀ ଏହା ସମ୍ବିଧାନ ଦିବସ ରୂପେ ପାଳନ କରାଯାଉଛି ।
ପ୍ରତ୍ୟେକ ଲିଖିତ ସମ୍ବିଧାନ ପରି ଭାରତୀୟ ସମ୍ବିଧାନର ପ୍ରାରମ୍ଭରେ ଏକ ପ୍ରସ୍ତାବନା ରହିଛି ।
ପ୍ରସ୍ତାବନା ସମ୍ବିଧାନର ଏକ ସଂକ୍ଷିପ୍ତ ରୂପ ଅଟେ । ଏଥିରେ ସମ୍ବିଧାନର ଲକ୍ଷ୍ୟ, ଅଭୀପ୍ସା, ଆକାଙ୍ଂକ୍ଷା ଓ ଆଇନଗତ ଭିତ୍ତି ସମ୍ବନ୍ଧରେ ସୂଚନା ଦିଆଯାଇଛି । ସମ୍ବିଧାନର ପ୍ରସ୍ତାବନାରେ କୁହାଯାଇଛି – “ଆମେ ଭାରତର ଜନସାଧାରଣ ଦୃଢ ସଂକଳ୍ପ କରୁଛୁ ଯେ, ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ଗଠନ କରିବୁ ଏବଂ ଏହାକୁ ସମସ୍ତ ନାଗରିକମାନଙ୍କୁ ପ୍ରଦାନ କରିବୁ । ସାମାଜିକ, ଅର୍ଥନୈତିକ ଏବଂ ରାଜନୀତିକ ନ୍ୟାୟ ବିଚାର, ଅଭିବ୍ୟକ୍ତି, ବିଶ୍ୱାସ ଧର୍ମ ଏବଂ ଉପାସନାରେ ସ୍ୱତନ୍ତ୍ରତା, ସ୍ଥିତି ଓ ସୁଯୋଗର ସମାନତା ଏବଂ ଏବଂ ସମସ୍ତ ନାଗରିକମାନଙ୍କ ମଧ୍ୟରେ ତାହାର ବିକାଶ, ବ୍ୟକ୍ତିର ମର୍ଯ୍ୟାଦା ଏବଂ ଜାତିର ଏକତା ଓ ସଂହତି ପାଇଁ ଭ୍ରାତୃତ୍ୱଭାବ ସୁନିଶ୍ଚିତ କରିବୁ । ଅମ୍ଭର ଏହି ଶାସନ ବିଧାୟକ ସଭାରେ ୧୯୪୯ ମସିହା ନଭେମ୍ବର ମାସ ୨୬ ତାରିଖ ଦିନ, ଏତଦ୍ଦ୍ୱାରା ଏହି ସମ୍ବିଧାନକୁ ଅବଲମ୍ବନ ଓ ପ୍ରଣୟନ କରୁଛୁ ଏବଂ ଆମ୍ଭମାନଙ୍କ ଠାରେ ତାହା ଅର୍ପଣ କରୁଛୁ’’ । ମୂଳ ସମ୍ବିଧାନରେ ସମାଜବାଦୀ, ଧର୍ମ ନିରପେକ୍ଷତା ଓ ସଂହତି ଶବ୍ଦ ନଥିଲା ।୧୯୭୬ ମସିହାର ୪୨ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପ୍ରସ୍ତାବନାରେ ଏହି ତିନୋଟି ଶବ୍ଦକୁ ଯୋଡାଯାଇଅଛି । ପ୍ରସ୍ତାବନା ଅନୁଯାୟୀ ଭାରତର ସାର୍ବଭୌମ କ୍ଷମତା ଲୋକମାନଙ୍କ ହସ୍ତରେ ନ୍ୟସ୍ତ ।
ଅଧୁନିକ ଯୁଗରେ ସମ୍ବିଧାନ ନିର୍ମାଣ କାର୍ଯ୍ୟ ନାଗରିକମାନଙ୍କ ଦ୍ୱାରା ବିଶେଷ ଉପରେ ଗଠିତ ଏକ ପ୍ରତିନିଧିମୂଳକ ଏକ ସମ୍ବିଧାନ ସଭା ଦ୍ୱାରା ହୁଏ । ସାଧାରଣ ଅର୍ଥରେ ଯେଉଁ ସଭା ଦେଶର ସମ୍ବିଧାନକୁ ନିର୍ମାଣ କରେ ତାକୁ ସମ୍ବିଧାନ ସଭା କୁହାଯାଏ । ୧୯୪୬ ମସିହା କ୍ୟାବିନେଟ ମିଶନ ଯୋଜନା ଭାରତରେ ଗୋଟିଏ ସମ୍ବିଧାନ ସଭା ଗଠନ କରି ସମ୍ବିଧାନ ପ୍ରଣୟନ ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ସୁପାରିସ ଅନୁସାରେ ୧୯୪୬ ମସିହା ଜୁଲାଇ ମାସରେ ସମ୍ବିଧାନ ସଭା ପାଇଁ ନିର୍ବାଚନ ହୋଇଥିଲା । ଏଥିରେ କଂଗ୍ରେସ ୨୦୫, ମୁସଲିମ୍ ଲିଗର ୭୩, ଅକାଳୀ ଦଳର ୩ ଏବଂ ୧୮ ଜଣ ସ୍ୱାଧୀନ ସଦସ୍ୟ ନିର୍ବାଚିତ ହୋଇଥିଲେ । ମୁସଲିମ୍ ଲିଗର ୩ଟି ସଦସ୍ୟ ଏବଂ ଅକାଳୀ ଦଳର ୩ଟି ସଦସ୍ୟ କଂଗ୍ରେସକୁ ପ୍ରାପ୍ତ ହେବାରୁ ମୋଟ ୨୧୧ ଜଣ କଂଗ୍ରେସ ସଦସ୍ୟ ଥିଲେ । ସମ୍ବିଧାନର ପ୍ରଥମ ବ÷÷ଠକ ୮ ଡିସେମ୍ବର ୧୯୪୬ ମସିହାରେ ଅନୁଷ୍ଠିତ ହୋଇଥିଲା । ସମ୍ବିଧାନ ସଭାରେ ସମ୍ବିଧାନର ଏକ ଚିଠା ପ୍ରସ୍ତୁତ କରିବା ପାଇଁ ୨୯ ଅଗଷ୍ଟ ୧୯୪୭ରେ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ୭ ଜଣ ସଦସ୍ୟଙ୍କୁ ନେଇ ଏକ ଚିଠା କମିଟି ଗଠନ କରାଯାଇଥିଲା ।
ଏହି କମିଟିର ଅନ୍ୟ ସଦସ୍ୟ ମାନେଥିଲେ ଏନ୍ ଗୋପାଳସ୍ୱାମୀ ଆୟଙ୍ଗାର, ଆଲାଦି କ୍ରିଷ୍ଣାସ୍ୱାମୀ ଆୟର, ମହମ୍ମଦ ସାଦୁଲ୍ଲା, କେ.ଏମ୍. ମୁନସୀ, ବି.ଏଲ୍.ମିତର ଏବଂ ଡି.ପି. ଖେତାନ । କିନ୍ତୁ ଅଳ୍ପ ଦିନ ପରେ ବି.ଏଲ୍ ମିତରଙ୍କ ସ୍ଥାନରେ ଏନ୍ ମାଧବନ ରାଓଙ୍କୁ ନିଆଗଲା । ୧୯୩୯ରେ ବି.ପି. ଖେତାନଙ୍କ ସ୍ଥାନରେ ଟି.ଟି କୃଷ୍ଣାମାଚାରୀଙ୍କୁ ନିଆଗଲା ।
ସମ୍ବିଧାନ ସଭା ୧୯୪୬ ଡିସେମ୍ବର ୯ ତାରିଖରୁ ୧୯୪୯ ମସିହା ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ମୋଟ ୨ବର୍ଷ ୧୧ମାସ ୧୮ ଦିନ କଠିନ ପରିଶ୍ରମ କରି ସମ୍ବିଧାନ ପ୍ରସ୍ତୁତ କରିଥିଲେ । ଏଥିପାଇଁ ୧୧ଟି ଅଧିବେଶନ ଏବଂ ୧୬୫ ଦିନ ବୈଠକ ବସିଥିଲା । ଶେଷରେ ୩୯୫ଟି ଧାରା ଏବଂ ୮ଟି ପରିଶିଷ୍ଟ ବିଶିଷ୍ଟ ଭାରତ ସମ୍ବିଧାନ ପ୍ରଣୟନ କରାଗଲା । ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍, ଡଃ ରାଜେନ୍ଦ୍ର ପ୍ରସାଦ, ମୈାଲାନା ଅବୁଲ କଲାମ ଆଜାଦ୍, ଚକ୍ରବର୍ତ୍ତୀ ରାଜଗୋପାଳଚାରୀ, ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ, ବାଳଗୋବିନ୍ଦ ଖେର, ବାବୁ ପୁରୁଷୋତ୍ତମ ଦାସ ଟଣ୍ଡନ, ଆଚାର୍ଯ୍ୟ କୃପାଳିନୀ ଭଳି କଂଗ୍ରେସର ପ୍ରାୟ ସମସ୍ତ ବଡ ବଡ ନେତାମାନେ ସମ୍ବିଧାନ ସଭାର ସଦସ୍ୟ ଥିଲେ । କଂଗ୍ରେସ ବ୍ୟତୀତ ଅନ୍ୟ ଦଳର ବିଶିଷ୍ଟ ନେତାମାନେ ଥିଲେ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଡଃ ଶ୍ୟାମ ପ୍ରସାଦ ମୁଖାର୍ଜୀ, ପଣ୍ଡିତ ହୃଦୟନାଥ କୁଞ୍ଜରୁ, ଡଃ ଜୟକର ଓ ପ୍ରଫେସର କେ.ଟି. ସାହ । ମହିଳା ସଦସ୍ୟମାନଙ୍କ ମଧ୍ୟରୁ ସରୋଜିନୀ ନାଇଡୁ, ହଂସା ମେହଟ୍ଟା ଏବଂ ଦୁର୍ଗାବାଈ ଦେଶମୁଖ ପ୍ରମୁଖ ଥିଲେ ।
ମୈାଳିକ ଅଧିକାର ଗଣତାନ୍ତ୍ରିକ ରାଷ୍ଟ୍ର ନାଗରିକଙ୍କ ପାଇଁ ରକ୍ଷାକବଚ । ଏହି ଅଧିକାର ଦ୍ୱାରା ବ୍ୟକ୍ତିକୁ ଯେଉଁ ସ୍ୱାଧୀନତା ମିଳେ ସିଏ ସେଥିରେ ସର୍ବବିଧ ଉନ୍ନତି ସାଧନ କରେ । ମୈାଳିକ ଅଧିକାର କହିଲେ ରାଷ୍ଟ୍ରର ସମ୍ବିଧାନ ଦ୍ୱାରା ପ୍ରଦତ୍ତ ସବଂ ସଂରକ୍ଷିତ ଅଧିକାରକୁ ବିଝାଏ । ଏହି ମୈାଳିକ ଅଧିକାର ଗୁଡିକ ସମ୍ବିଧାନ ଦ୍ୱାରା ପ୍ରଦତ୍ତ ହେଉଥିବାରୁ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏହା ସଂଶୋଧିତ ହୋଇଥାଏ । ଭାରତୀୟ ନାଗରିକମାନେ ୬ଗୋଟି ମୈାଳିକ ଅଧିକାର ଉପଭୋଗ କରୁଛନ୍ତି ଯଥା- ସମାନତା ଅଧିକାର, ସ୍ୱାଧୀନତା ଅଧିକାର, ଶୋଷଣ ବିରୋଧରେ ଅଧିକାର, ଧର୍ମଗତ ଅଧିକାର, ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର, ସାମ୍ବିଧାନିକ ପ୍ରତିକାର ଅଧିକାର । ୧୯୭୮ ମସିହା ୪୪ ତମ ସମ୍ବିଧାନ ସଂଶୋଧନ ଦ୍ୱାରା ସମ୍ପତ୍ତିଗତ ଅଧିକାରକୁ ମୈାଳିକ ଅଧିକାରକୁ ବାଦ୍ ଦିଆଯାଇଛି ।
ଫଳରେ ଏବେ ଭାରତର ନାଗରିକ ମାନେ ପୂର୍ବରୁ ଥିବା ୭ଟି ବଦଳରେ ଏବେ ୬ଟି ମୈାଳିକ ଅଧିକାର ଉପଭୋଗ କରୁଛନ୍ତି । ରାଷ୍ଟ୍ରଦ୍ୱାରା ପ୍ରଦାନ କରାଯାଉଥିବା ମୈାଳିକ ଅଧିକାର ଉପଭୋଗ କରିବା ସଙ୍ଗେ ସଙ୍ଗେ ନାଗରିକମାନେ ରାଷ୍ଟ୍ରପତି କେତେକ କର୍ତ୍ତବ୍ୟ ପାଳନ ପାଇଁ ଉଲ୍ଲେଖ କରାଯାଇଛି । ସମ୍ବିଧାନର ୪୨ ତମ ସମ୍ବିଧାନ ସଂଶୋଧନ ଆଇନ ୧୯୭୬ ଦ୍ୱାରା ଏହା ଯୋଡାଯାଇଛି । ସର୍ବମୋଟ ୧୧ ଗୋଟି ମୈାଳିକ କର୍ତ୍ତବ୍ୟକୁ ୫୧(କ) ଧାରାରେ ଉଲ୍ଲେଖକରାଯାଇଛି । ତନ୍ମଧ୍ୟରୁ ସମ୍ବିଧାନ, ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା, ଜାତୀୟ ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ ସଂରକ୍ଷଣ କରିବା, ଭାରତର ସାର୍ବଭୈାମତ୍ୱ, ଏକତା ଓ ଅଖଣ୍ଡତାର ସୁରକ୍ଷା କରିବା, ଦେଶରକ୍ଷା ପାଇଁ ଜାତୀୟ ସେବା କରିବା ଓ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ନିମନ୍ତେ ୬ ରୁ ୧୪ବର୍ଷର ଶିଶୁମାନଙ୍କୁ ବିଦ୍ୟାଳୟକୁ ପଠାଇବା ଇତ୍ୟାଦି.. ।
ଇତି ମଧ୍ୟରେ ଆମ ସମ୍ବିଧାନ ତିଆରିର ୭୧ ବର୍ଷ ଅତିକ୍ରମ କରିଛି । ସମ୍ବିଧାନ କାର୍ଯ୍ୟକାରୀ ହେବା ଦିନଠାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ଏହି ନୀତି ଗୁଡିକୁ ପ୍ରୟୋଗକରି ଅନେକ ସଫଳତା ହାସଲ କରିଛନ୍ତି । ଏହାଦ୍ୱାରା ଦେଶରେ ଅନେକ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ପରିବର୍ତ୍ତନ ଆସିଛି । ଭାରତୀୟ ସମ୍ବିଧାନର ନିର୍ମାତା ମାନେ ସଂଶୋଧନର ଆବଶ୍ୟକତା ପ୍ରତି ଅବଗତି ଥିଲେ । ତେଣୁ ସମ୍ବିଧାନରେ ହିଁ ତାର ସଂଶୋଧନ ପ୍ରଣାଳୀକୁ ଲିପିବଦ୍ଧ କରାଯାଇଛି । ସମ୍ବିଧାନ ପ୍ରଣୟନ ଦିନଠାରୁ ହିସାବକୁ ନେଲେ ବିଗତ ୭୧ ବର୍ଷ ମଧ୍ୟରେ ଭାରତୀୟ ସମ୍ବିଧାନ ୧୦୦ରୁ ଅଧିକ ଥର ସଂଶୋଧନ ହେଇଛି । କାରଣ ସୁପ୍ରିମ କୋର୍ଟଙ୍କ ମତରେ ସଂସଦ ସମ୍ବିଧାନର ମୈାଳିକ ଭାରତରେ ସମ୍ବିଧାନ ନିର୍ମାଣ ସମୟରେ କେତେକ ସମ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା ।