ଆଇ. ଆଇ. ପି.ଏ, ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଜାତୀୟ ଶିକ୍ଷାନୀତି -୨୦୨୦ ଆଲୋଚନା ଚକ୍ର ଅନୁଷ୍ଠିତ
ଭୁବନେଶ୍ୱର: ୨୧/୯- କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ନୂତନ ଶିକ୍ଷାନୀତି-୨୦୨୦ କୁ ଶିକ୍ଷାବିତ୍, ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କ ପାଖରେ ପହ ।ଇବା ପ୍ରୟାସର ଲକ୍ଷ୍ୟ ନେଇ ଭାରତୀୟ ଲୋକ ପ୍ରଶାସନ ସଂସ୍ଥା (ଆଇ.ଆଇ.ପି.ଏ) ଭୁବନେଶ୍ୱର ଶାଖା ଆନୁକୁଲ୍ୟରେ ଅନ୍ଲାଇନ୍ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ସଂସ୍ଥାର ଅଧ୍ୟକ୍ଷ ତଥା ପୂର୍ବତନ ପୋଲିସ ମହାନିଦେ୍ର୍ଦଶକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଶିକ୍ଷାବିତ୍, ପ୍ରସାଶକ ତଥା କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ଅନ୍ତର୍ଗତ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗର ପୂର୍ବତନ ସଚିବ ଡଃ ଅରୁଣ କୁମାର ରଥ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନୂତନ ଶିକ୍ଷାନୀତି -୨୦୨୦ ର ବିଭିନ୍ନ ଦିଗ ଉପରେ ପାୱାରପଏ ଉପସ୍ଥାପନା କରି ଏହାର ବିଭିନ୍ନ ଦିଗ, ପ୍ରସ୍ତାବ, କାର୍ଯ୍ୟପନ୍ଥା, ଉପଯୋଗିତା ତଥା ପ୍ରୟୋଗ ଉପରେ ଆଲୋଚନା କରିଥିଲେ ।
ଏଥିରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶିକ୍ଷାବିତ୍ ଡଃ. ପ୍ରୀତିଶ୍ ଆଚାର୍ଯ୍ୟ ଜାତିୟ ଶିକ୍ଷାନୀତି ଉପରେ ଏକ ବିଶ୍ଳେଷଣାତ୍ମକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ୫୦୦ ରୁ ଅଧିକ ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାବିତ୍,ବୁଦ୍ଧିଜିବୀ, ପ୍ରସାଶକ ତଥା ବିଭିନ୍ନ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଅଂଶ ଗ୍ରହଣ କରି ଜାତୀୟ ଶିକ୍ଷାନୀତି ଉପରେ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ । ପ୍ରାରମ୍ଭରେ ସଂସ୍ଥାର ସଂପାଦକ ଶ୍ରୀ ଅଶୋକ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିôବାବେଳେ ଶେଷରେ ସଂସ୍ଥାର ଉପାଧ୍ୟକ୍ଷ ଶ୍ରୀଯୁକ୍ତ କୁଳମଣି ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।