Odisha news

ଘରେ ରହି ଇଦ୍ ପାଳିଲେ ମୁସଲିମମାନେ

0

ପୁରୀ :ପବିତ୍ର ରମଜାନ ମାସ ଶେଷରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଶ୍ରଦ୍ଧା ଭକ୍ତିଭବାନା ସହକାରେ ଇଦଉଲଫିତର ପାଳିତ ହୋଇଯାଇଛି  ତେବେ କରୋନା ସଂକ୍ରମଣ ଜନିତ ଲକଡାଉନ କଟକଣା ଯୋଗୁଁ ଇଦ୍ ପର୍ବ ପାଳନ ଫିକା ପଡି ଥିବା ଲକ୍ଷ କରାଯାଇଛି ପୁରୀ ସହରରେ ଥିବା ଦୁଇଟିି ମସଜିଦ କୁମ୍ଭାରପଡାର ହରିଣୀ ହାଟ ଚିତ୍ରକାର ସାହିର ନାଜରଖାନା ମସଜିଦରେ ସାମୁହିକ ଇଦ୍ ପ୍ରାର୍ଥନା ସମାବେଶ  ହୋଇନାହିଁ

ମୁସଲିମ ସମ୍ପ୍ରଦାୟର ବ୍ୟକ୍ତିମାନେ ନିଜ ଘରେ ଇଦ୍ ପ୍ରାର୍ଥନା କରିବା ପାଇଁ ପରାମର୍ଶ ଦିଆଯାଇ ମସଜିଦ ଦ୍ୱୟରେ ବିଜ୍ଞପ୍ତି ମରାଯାଇଥିଲା ତେଣୁ ମସଜିଦମାନଙ୍କରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିନଥିଲା ମୁସଲିମ ସମ୍ପ୍ରଦାୟର ଆବାଳ ବୃଦ୍ଧବନିତା ନବବସ୍ତ୍ର ପରିଧାନ ପୂର୍ବକ ଘରେ ଘରେ ନମାଜ ପାଠ କରିଥିଲେ ଏଥିସହିତ ବିଧି ଅନୁଯାୟୀ ଦରିଦ୍ରଙ୍କୁ ଖାଦ୍ୟ ଅର୍ଥ ଦାନ ମଧ୍ୟ କରିଥିଲେ ମୁସଲିମ ଗୃହସ୍ଥାମନେ ସାମାଜିକ ଦୂରତା ରକ୍ଷା କରି ପରସ୍ପରକୁ ଇଦ୍ ମୁବାରକ ଜଣାଇଥିଲେ

Nalco

Leave A Reply