ଗରମ ଦିନ ଆସିବା ମାତ୍ରକେ କୋଲଡ଼ ଡ୍ରିଂକ୍ସ, ସର୍ବତ , ଆଇସକ୍ରିମ ଏହିସବୁ ଖାଇବାକୁ ବିଶେଷ ଭାବରେ ଇଛା ହୋଇଥାଏ, ବିଶେଷ ଭାବରେ ଆଇସକ୍ରିମ ର ପ୍ରତ୍ୟେକ ବ୍ୟକ୍ତି ମନରେ ଗୋଟିଏ ବିଶେଷ ସ୍ଥାନ ଥାଏ, ଛୋଟ ପିଲାଙ୍କ ଠାରୁ ନେଇ ବୟସ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାଆନ୍ତି, ବଜାରରେ ମିଳୁଥିବା ବିଭିନ୍ନ ଆଇସକ୍ରିମ ଆପଣଙ୍କ ହୃଦୟରେ ଗୋଟିଏ ବିଶେଷ ଘର କରି ଯାଆନ୍ତି l ଗରମ ଦିନରେ ଆଇସକ୍ରିମ ର ଏଭଳି କ୍ରୋଭିଙ୍ଗ ହୋଇଥାଏ ଯେ ପ୍ରତିଦିନ ଖାଇବାକୁ ଇଛା ହୋଇଥାଏ, କିନ୍ତୁ କଣ ଆପଣ ଜାଣିଛନ୍ତି ଏତେ ଖୁସିରେ ଖାଉଥିବା ଆଇସକ୍ରିମ ଆପଣଙ୍କ ପାଇଁ ବିଷ ଠାରୁ କମ ନୁହେଁ l
ହଁ ଆଜ୍ଞା ଆପଣ ଠିକ ଶୁଣିଛନ୍ତି, ଆଇସକ୍ରିମ ପ୍ରସ୍ତୁତ ରୁ ନେଇ ପ୍ରିଜର୍ଭ ପର୍ଯ୍ୟନ୍ତ ଅନେକ କେମିକାଲ ମିଶା ଯାଇଥାଏ l ଯାହାକି ଆପଣଙ୍କ ଶରୀର ପାଇଁ ବିଷ ସଦୃଶ ଅଟେ l କିନ୍ତୁ ଭଲ ବ୍ରାଣ୍ଡ ଆଇସକ୍ରିମ ଖାଇବା ଏତେ କ୍ଷତିକାରକ ନୁହେଁ l
ଆଇସକ୍ରିମ ରେ କଣ ମିଶାଯାଇଥାଏ –
ବଜାରରେ ମିଳୁଥିବା ବିନା ବ୍ରାଣ୍ଡ ର ଆଇସକ୍ରିମ ରୋଗକୁ ଟାଣି ଆଣିଥାଏ, ନେସନାଲ ଇନ୍ଷ୍ଟିଚିୟୁଟ ର ସୂଚନା ଅନୁସାରେ ଆଇସକ୍ରିମ ରେ ବିଭିନ୍ନ ପ୍ରକାରର କେମିକାଲ , ବ୍ୟାଡ଼ ଫ୍ୟାଟ ଓ ସିରପ ମିଶାଯାଇଥାଏ l
– ଖରାପ ବ୍ରାଣ୍ଡ ଆଇସକ୍ରିମ ରେ ଡିଟରଜେଣ୍ଟ, ୱାସିଂ ପାଉଡର ଓ ଖରାପ ଫ୍ୟାଟ ତେଲ ମିଶାଯାଇଥାଏ l
– ଖରାପ ବ୍ରାଣ୍ଡ ଆଇସକ୍ରିମ ରେ ଥିକ ନେସ ପାଇଁ ଖରାପ ଭେଜିଟେବୁଲ ଅଏଲ ମମିଶାଯାଇଥାଏ l
– ଏବଂ ଶୀଘ୍ର ନତରଳିବା ପାଇଁ ଏଥିରେ ଅନହେଲଦି ଗମସ ମିଶାଯାଇଥାଏ l
ଏଭଳି ଆଇସକ୍ରିମ ଖାଇବା ଦ୍ୱାରା ପେଟ ରେ ଖାଲି ରୋଗ ପ୍ରଭାବିତ ହେବା ସାର, ଏଭଳି ଆଇସକ୍ରିମ ଖାଇବା ଦ୍ୱାରା ଲିଭର ଇନଫେକ୍ସନ ସର୍ବ ପ୍ରଥମେ ହୋଇଥାଏ, ଏହାପରେ ଜ୍ୱର, ବାନ୍ତି , ଡାଇରିଆ ଆରମ୍ଭ ହୋଇଯାଇଥାଏ l ହାର୍ଟ ସମସ୍ୟା , ଫୁଡ ପଏଜନିଙ୍ଗ , ଡାଇଜେସନ ସମସ୍ୟା ଦେଖାଯାଇଥାଏ l ଯାହାର ପ୍ରଭାବ ଛୋଟ ପିଲାଙ୍କ ଉପରେ ଅଧିକ ପଡିଥାଏ l