Odisha news

ୟୁରୋପରେ ଗୋଲାପି ବରଫ

0

ୟୁରୋପରେ ଗୋଲାପି ବରଫ ଇଟାଲୀର ଆଲ୍‍ପସ ପର୍ବତମାଳା ଓୟୁରୋପର କିଛି ଅଂଶରେ ଗୋଲାପି ବରଫ (ପିଙ୍କ୍‍ ସ୍ନୋ) ପଡ଼ୁଛି । ଗୋଲାପି ବରଫ ମନୋମୁUକର ହେଲେହେଁ ଏହା ପରିବେଶ ପାଇଁ ଆଦୌ ଶୁଭ ସଙ୍କେତ ନୁହେଁ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ଶିଉଳିରୁ ବରଫର ଗୋଲାପି ରଙ୍ଗ ଆସିଥାଏ । ବୈଜ୍ଞାନିକମାନେ କହିଛନ୍ତି, ଏହି ଶିଉଳି ପାହାଡ଼ୀ କ୍ଷେତ୍ରରେ ବରଫ ଓ ଗ୍ଲେସିୟର୍‍ ତରଳିବା ଉପରେ ପ୍ରଭାବ ପକାଇପାରେ । ସାଧାରଣତଃ ବସନ୍ତ ଓ ଗ୍ରୀଷ୍ମ ଋତୁରେ ଗୋଲାପି ବରଫ ଦେଖାଯାଏ ଯେଉଁଥିପାଇଁ ଠିକ୍‍ ମାତ୍ରାରେ ଆଲୋକ, ଉଷ୍ମତା ଓ ଜଳ ଆବଶ୍ୟକ । ଏହି ସମୟରେ ବରଫ ତଳେ ଶିଉଳି ନିଷ୍କ୍ରିୟ ହୋଇଯାଏ ଏବଂ ବରଫ ତରଳିବା ଆରମ୍ଭ କଲେ ଗୋଲାପି ରଙ୍ଗ ସ୍ପଷ୍ଟ ହୋଇଯାଏ । ଶିଉଳି ପ୍ରବଳ ମାତ୍ରାରେ ଦେଖାଗଲେ ତାହାକୁ ଓ୍ୱାଟର୍‍ମେଲନ୍‍ ସ୍ନୋ କୁହାଯାଏ । ଏହା ତୁଷାରପାତ ଉପରେ ପ୍ରଭାବ ପକାଇପାରେ ।

Nalco

Leave A Reply