Odisha news

ଏଆଇ ସାହାଯ୍ୟରେ ମୁଲ୍ ଆକାଉଣ୍ଟ୍ ଚିହ୍ନଟ ଏବଂ ସାଇବର୍ ଆର୍ଥିକ ଠକେଇର ମୁକାବିଲା ଲାଗି I4C ଓ ଆରବିଆଇଏଚ୍‌ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର

ମୋଦୀ ସରକାର ଏକ ସାଇବର୍-ସୁରକ୍ଷିତ ଭାରତ ଗଠନ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି: କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ସାଇବର୍ ଅପରାଧ ରୋକିବାରେ ମୁଲ୍ ଆକାଉଣ୍ଟ୍ ଏକ ପ୍ରମୁଖ ପ୍ରତିବନ୍ଧକ ଏହି ବୁଝାମଣାପତ୍ର ମାଧ୍ୟମରେ ସାଇବର୍ ଠକେଇର ମୁକାବିଲା ପାଇଁ କୃତ୍ରିମ ବୁଦ୍ଧିମତ୍ତାର ଶକ୍ତିର ବ୍ୟବହାର ହେବ ଏହି ପଦକ୍ଷେପ I4C ର ସସ୍ପେକ୍ଟ ରେଜିଷ୍ଟ୍ରିରୁ ତଥ୍ୟକୁ ଏଆଇ-ଚାଳିତ ଠକେଇ ଚିହ୍ନଟ ବ୍ୟବସ୍ଥାରେ ସାମିଲ କରି ଲୁଚି ରହିଥିବା ମୁଲ୍ ଆକାଉଣ୍ଟଗୁଡ଼ିକର ଦ୍ରୁତ ଚିହ୍ନଟ ଏବଂ ନିରାକରଣକୁ ସହଜ କରିବ ଏହା ନାଗରିକମାନଙ୍କୁ ସାଇବର୍ ଅପରାଧ ବିରୁଦ୍ଧରେ 'ପରବର୍ତ୍ତୀ-ପିଢ଼ିର ଢାଲ' ପ୍ରଦାନ କରିବ

0

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C) ଏବଂ ରିଜର୍ଭ ବ୍ୟାଙ୍କ ନବସୃଜନ ହବ୍ (RBIH) ସାଇବର-ସକ୍ଷମ ଆର୍ଥିକ ଠକେଇର ମୁକାବିଲା ପାଇଁ ସହଯୋଗକୁ ସୁଦୃଢ଼ କରିବା ଏବଂ ବ୍ୟାଙ୍କିଙ୍ଗ ଏବଂ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ ମଧ୍ୟରେ ‘ମ୍ୟୁଲ୍ ଆକାଉଣ୍ଟ’ ବ୍ୟବହାରକୁ ରୋକିବା ପାଇଁ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛନ୍ତି। ଏହି ବୁଝାମଣାପତ୍ରର ଲକ୍ଷ୍ୟ ହେଉଛି ସକ୍ରିୟଭାବେ ଠକେଇ ଚିହ୍ନଟ ଓ ନିବାରଣ ବ୍ୟବସ୍ଥାକୁ ସୁଦୃଢ କରିବାକୁ ଠକେଇ-ବିପଦ ସଂପର୍କିତ ଗୁଇନ୍ଦା ସୂଚନା ଆଦାନପ୍ରଦାନ, ବିଶ୍ଳେଷଣାତ୍ମକ ସମର୍ଥନ ଏବଂ ପରିଚାଳନାଗତ ସମନ୍ୱୟକୁ ସହଜ କରିବା।

‘ଏକ୍ସ’ ରେ ସେୟାର କରାଯାଇଥିବା ଏକ ପୋଷ୍ଟରେ, କେନ୍ଦ୍ର ସ୍ବରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି, “ମୋଦୀ ସରକାର ଏକ ସାଇବର-ସୁରକ୍ଷିତ ଭାରତ ଗଠନ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ସାଇବର ଅପରାଧ ରୋକିବାରେ ମୁଲ୍ ଆକାଉଣ୍ଟଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। ସାଇବର ଠକେଇର ମୁକାବିଲା ପାଇଁ କୃତ୍ରିମ ବୁଦ୍ଧିମତ୍ତାର ଶକ୍ତିକୁ ବ୍ୟବହାର କରିବା ଲକ୍ଷ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା I4C ଆଜି ରିଜର୍ଭ ବ୍ୟାଙ୍କ ଇନୋଭେସନ୍ ହବ୍ (RBIH) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ପଦକ୍ଷେପ I4C ର ‘ସନ୍ଦିଗ୍ଧ ରେଜିଷ୍ଟ୍ରି’ ରୁ ତଥ୍ୟକୁ ଏକ ଏଆଇ-ଚାଳିତ ଠକେଇ ଚିହ୍ନଟ ପ୍ରଣାଳୀରେ ଫିଡ୍ କରି ଲୁଚି ରହିଥିବା ମୁଲ୍ ଆକାଉଣ୍ଟଗୁଡ଼ିକର ଦ୍ରୁତ ଚିହ୍ନଟ ଏବଂ ନିରାକରଣକୁ ସହଜ କରିବ, ଏହା ଦ୍ୱାରା ନାଗରିକମାନଙ୍କୁ ସାଇବର ଅପରାଧ ବିରୁଦ୍ଧରେ ‘ପରବର୍ତ୍ତୀ-ପିଢ଼ିର ସୁରକ୍ଷା’ ପ୍ରଦାନ କରିବ।”

ଏହି ବୁଝାମଣାପତ୍ରରେ I4Cର ଆଇଜି (ପ୍ରଶାସନ) ଶ୍ରୀମତୀ ରୂପା ଏମ୍‌. ଏବଂ ଆରବିଆଇଏଚ୍‌ର ସିଇଓ ଶ୍ରୀ ସାହିଲ କିନି ସ୍ୱାକ୍ଷର କରିଥିଲେ। ସ୍ୱାକ୍ଷର ଉତ୍ସବରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଶ୍ରୀ ରୋହିତ ଜୈନ; ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ (ଆଇଏସ) ଶ୍ରୀ ଆନନ୍ଦ ସ୍ୱରୂପ; ସ୍ବରାଷ୍ଟ୍ର ମନ୍ତ୍ରଣାଳୟରର ଯୁଗ୍ମ ସଚିବ (ସିଆଇଏସ) ଶ୍ରୀ ରାକେଶ ରାଠି, I4Cର ସିଇଓ ଶ୍ରୀ ରାଜେଶ କୁମାର; ଏବଂ ରିଜର୍ଭ ବ୍ୟାଙ୍କ, ଆରବିଆଇଏଚ୍‌ ଏବଂ I4Cର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ବୁଝାମଣାପତ୍ର ଅଧୀନରେ, I4C ଏବଂ ଆରବିଆଇଏଚ୍‌ I4Cର ସସ୍ପେକ୍ଟ ରେଜିଷ୍ଟ୍ରିରୁ ମ୍ୟୁଲ୍ ଆକାଉଣ୍ଟ ଏବଂ ସନ୍ଦିଗ୍ଧ ଚିହ୍ନଟବ୍ୟବସ୍ଥା ସମ୍ପର୍କରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ ପାଇଁ ସହଯୋଗ କରିବେ, ଯାହାର ଲକ୍ଷ୍ୟ ହେଉଛି ବ୍ୟାଙ୍କଗୁଡ଼ିକରେ ନିୟୋଜିତ MuleHunter.ai™ ପରି ଏଆଇ-ଚାଳିତ ଠକେଇ ଚିହ୍ନଟ ପ୍ରଣାଳୀକୁ ସୁଦୃଢ କରିବା । ଆରବିଆଇଏଚ୍‌ ଏହି ଡାଟାସେଟଗୁଡ଼ିକୁ MuleHunter.ai™ ଆଦି ବିଭିନ୍ନ ଏଆଇ-ଚାଳିତ ଠକେଇ-ରିସ୍କ ମୂଲ୍ୟାଙ୍କନ ମଡେଲଗୁଡ଼ିକର ତାଲିମ ଏବଂ ଉନ୍ନତୀକରଣ କରିବ।

I4C ଭାରତର ସାଇବର ଅପରାଧ ପ୍ରତିକ୍ରିୟା ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ସହଯୋଗ ବୃଦ୍ଧି କରିବା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି। ଏହା ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ (ଏନସିଆରପି), ସସ୍ପେକ୍ଟ ରେଜିଷ୍ଟ୍ରି ଏବଂ ଅନ୍ୟାନ୍ୟ ଗୁଇନ୍ଦା-ଆଦାନପ୍ରଦାନ ପଦ୍ଧତି ମାଧ୍ୟମରେ ସମ୍ପାଦିତ ହେଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନସ୍ଥ ସଂସ୍ଥା ଆରବିଆଇଏଚ୍‌, ଆର୍ଥିକ କ୍ଷେତ୍ର ମଧ୍ୟରେ ନବସୃଜନକୁ ପ୍ରୋତ୍ସାହିତ କରୁଛି। ଏହା ବିଭିନ୍ନ ପ୍ରଯୁକ୍ତିବିଦ୍ୟା-ଚାଳିତ ପଦକ୍ଷେପ ଏବଂ ଏଆଇ-ସକ୍ଷମ ଠକେଇ ଚିହ୍ନଟ ଢାଞ୍ଚାର ବିକାଶ ମାଧ୍ୟମରେ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମର ସୁରକ୍ଷା ଏବଂ ସ୍ଥିରତାକୁ ସୁଦୃଢ଼ କରିବା ସହ ଡିଜିଟାଲ ବ୍ୟାଙ୍କିଂ ଇକୋସିଷ୍ଟମରେ ନାଗରିକଙ୍କ ଭରସା ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରୁଛି।

 

 

Govt
Leave A Reply