ଆସାମ ବିଧାନସଭା ମତଦାନ ରେ ଭାଜପା ର ବିପୁଳ ପରାଜୟ ପରେ ମଇ ୧୨ ତାରିଖ ମଙ୍ଗଳବାର ଦିନ ହିମାନ୍ତ ବିଶ୍ୱା ସରମା ଦ୍ଵିତୀୟ ଥାରପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି l ସେ ପ୍ରଥମଥର ପାଇଁ ଲଗାତାର ଭାବରେ ଦୁଇଥର ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି l ଗୌହାଟୀ ରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହ ରେ ସେ ଶପଥ ନେଇଥିଲେ l ଶପଥ ଗ୍ରହଣ ସମାରୋହ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମେତ ଭାଜପା ଶାସିତ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ l
ଆସାମ ରେ ଏହା ଏନ୍ଡ଼ିଏ ସରକାର ଙ୍କର ତୃତୀୟ କାର୍ଯ୍ୟକାଳ ଅଟେ, ଏହା ପୂର୍ବରୁ ୨୦୧୬ ରେ ଭାଜପା ନେତୃତ୍ୱ ରେ ପ୍ରଥମଥର ସର୍ବନନ୍ଦ ସନୋବାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ l ୨୦୨୧ ରେ ହିମାନ୍ତ ବିଶ୍ୱ ସରମା ରାଜ୍ୟର ଦାୟିତ୍ୱ ଗ୍ରହଣ କରିଥିଲେ l ହିମାନ୍ତ ବିଶ୍ୱା ଶର୍ମା ୨୦୧୫ ରେ କଂଗ୍ରେସ ଛାଡି ବିଜେପି ରେ ସାମିଲ ହୋଇଥିଲେ l ସେହି ସମୟ ରେ ଆସାମ ରେ କଂଗ୍ରସ ର ଦବ ଦବା ଥିଲା ଏବଂ ଭାଜପା ନିକଟରେ ମାତ୍ର ୫ଜଣ ବିଧାୟକ ଥିଲେ l କିନ୍ତୁ ହିମାନ୍ତ ଶର୍ମା ଭାଜପା ର ସ୍ଥିତିକୁ ପୂର୍ବ ଉତ୍ତରରେ ମଜବୁତ କରିବା ପାଇଁ ନୂଆ ରଣନୀତି ଆପଣାଇ ଥିଲେ l
ରାଜନୀତି ବିଶେଷଜ୍ଞ ଙ୍କ ମତରେ ପୂର୍ବ-ଉତର ରେ ଭାଜପା ର ସ୍ଥିତିକୁ ମଜବୁତ କରିବାରେ ହିମାନ୍ତ ବିଶ୍ୱା ଶର୍ମା ଙ୍କ ବଡ଼ ଅବଦାନ ରହିଛି l ହିମାନ୍ତ ଶର୍ମା ଗୌହାଟୀ ରେ ନିଜର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ, ଏବଂ ଏହାପରେ କଟନ କଲେଜ ରେ ରାଜନୀତି ବିଜ୍ଞାନ ରେ ବିଏ ଓ ଏମଏ ପାସ କରିଥିଲେ , ଓ ପରେ ସରକାରୀ ଲ କଲେଜ ରୁ ଲ ପାସ କରି କିଛିଦିନ ପାଇଁ ଓକିଲାତି ମଧ୍ୟ କରିଛନ୍ତି l ତାଙ୍କ ରାଜନୀତି କ୍ୟାରିଅର ଛାତ୍ର ରାଜନୀତି ରୁ ଆରମ୍ଭ ହୋଇଥିଲl , ୧୯୯୦ ରେ ସେ କଂଗ୍ରେସ ହାତ ଧରିଥିଲେ ଓ ୨୦୦୧ ରେ ପ୍ରଥମଥର ପାଇଁ ଜାଳୁକବାରି ସିଟ ରୁ ବିଜ୍ଞ ଲାଭ କରିହିଲେ, ସବୁଠୁ ଗୁରୁତ୍ୱପୂର୍ଣ କଥା ହେଲା ସେ ଆଜି ପର୍ଯ୍ୟନ୍ତ ଲଗାତାର ଏହି ସିଟ ରେ ବିଜୟଲାଭ କରି ଆସୁଛନ୍ତି l