ରାୟଗଡା ( Rabindra Patkhandal) : ମୁଖ୍ୟ ଚିକିତ୍ସାଳୟକୁ ମାଢିଆସିବକି କରୋନା । ଏ ନେଇ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଆରମ୍ଭକରି ସାଧାରଣ ଜନତା ଆତଙ୍କିତ ହୋଇଅଛନ୍ତି । ଏପ୍ରେଲ ମାସ ଠାରୁ ୨୭ ପ୍ରବାସୀଙ୍କ ଚିକିତ୍ସା କରାଯାଇଥିବା ବେଳେ ସାରା ହେଶରେ ପ୍ରବାସୀଙ୍କ ଠାରୁ ସଂକ୍ରମଣ ହୁଁ ହୁଁ ହୋଇ ବଡ଼ୁଛି । ଏହା ଜାଣିସ୍ୱତେ ସ୍ୱାସ୍ଥ୍ୟ ବିଭାଗ କିଭଳି ସାଧାରଣ ଲୋକ ଚିକିତ୍ସିତ ହେଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଗଲା ସେ ନେଇ ମୁଖ୍ୟ ଚିକିତ୍ସାଳୟ କେତେ ସୁରକ୍ଷିତ ବୋଳି ଉଦବେଗ ପ୍ରକାସ ପାଇଛି । କୋଭିଡ଼ ୧୯ର ନିୟମକୁ ଖୋଲାଖଲି ଉଲଂଘନ କରିଥିବା ବେଳେ ଅନ୍ୟପଟେ ଲୋକେ ଚିକିତ୍ସାଳୟକୁ ଯିବେ କି ନାହିଁ ଦ୍ୱନ୍ଦରେ ପଡ଼ିଛନ୍ତି ।
ରାୟଗଡ଼ା ଜିଲ୍ଲାର ୮ଲକ୍ଷ ଜନସାଧାରଣଙ୍କୁ ଏକ ମାତ୍ର ଭରସା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ରାତି ପାଇଲେ ଦୁର୍ଗମ ଇଲାକାରୁ ଲୋକେ ଧାଇଁ ଆସୁଛନ୍ତି ସ୍ୱାସ୍ଥ୍ୟ ସେବା ପାଇଁ । ତେବେ ପ୍ରବାସୀଙ୍କୁ ଚିକିତ୍ସା କରାଯାଉଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗଲେ କାଳେ କରୋନା ସଂକ୍ରମଣ ହେବବୋଳି ଲୋକେ ଆଲୋଚନା କରୁଛନ୍ତି । କରୋନା ଭୂତାଣୁ ଅତି ସହଜରେ ଜଣକ ଠାରୁ ଅନ୍ୟଜଣକୁ ବ୍ୟାପିଥାଏ । ତେଣୁ ସଂକ୍ରମଣ ବ୍ୟକ୍ତିର ସଂସ୍ୱର୍ଶରେ ଆସିଥିବା ବ୍ୟକ୍ତି କିମ୍ବା ରେଡ଼ ଜୋନରୁ ଫେରିଥିବା ବ୍ୟକ୍ତିଙ୍କୁ କରେଣ୍ଟାଇନରେ ରଖାଯାଇଥାଏ । ଯଦିଓ ଉକ୍ତ ବ୍ୟକ୍ତି ଭୂତାଣୁ ସଂକ୍ରମଣ ହୋଇଛି ୧୪ରୁ ୨୧ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଇଥାଏ । ଏବଂ ସଂଘରୋଧରେ ରହୁଥିବା ବ୍ୟକ୍ତିଙ୍କୁ ସର୍ବସାଧାରଣ ବ୍ୟକ୍ତିଙ୍କ ସଂସ୍ୱର୍ଶରେ ଆସିବାକୁ ଦିଆଯାଇନଥାଏ । ତେବେ ସର୍ବସାଧାରଣ ଚିକିତ୍ସାହେଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ର୍ଥ ମହଲାରେ କରେଣ୍ଟାଇନ କେନ୍ଦ୍ରରେ ଥିବା ପ୍ରବାସୀଙ୍କୁ ଚିକିତ୍ସା କରାଯାଉଥିବାରୁ ନିଶ୍ଚିତ ରାୟଗଡ଼ା ଜିଲ୍ଲା ପାଇଁ ବିପଦ ମାଢିବସିବ ବୋଳି ଜଣେ ଚିକିତ୍ସା କରୁଥିବା ଡ଼ାକ୍ତର କହିଛନ୍ତି ।
ଗତ ଏପ୍ରେଲ ମାସ ୫ତାରିଖ ଠାରୁ ଚଳିତ ମାସ ୬ତାରିଖ ଯାଏ ଚିକିତ୍ସା ହେଉଥିଲେ କରେଣ୍ଟାଇନର ପ୍ରବାସୀ । ଗତକାଲି ଯାଏ ୨୭ଜଣ ପ୍ରବାସୀ ଚିକିତ୍ସା ହୋଇ ଫେରିଥିବା ବେଳେ ଥଣ୍ଡା, କାସ, ଜ୍ୱରରେ ପ୍ରାୟ ୧୨ଜଣ ଚିକିତ୍ସା ହୋଇଛନ୍ତି । ତେବେ ଅନ୍ୟାନ୍ୟ ପ୍ରବାସୀ ବିଭିନ୍ନ କାରଣରୁ ଚିକିତ୍ସିତ ହୋଇଥିବା କାର୍ଯ୍ୟରେ ନିୟଜିତ ନୋର୍ସ ସୂଚନା ଦେଇଛନ୍ତି । ପ୍ରକାଶଥାଉ କି କରେଣ୍ଟାଇନ କେନ୍ଦ୍ରରେ ଥିବା ପ୍ରବାସୀ ରେଡ଼ ଜୋନରୁ ଫେରିଛନ୍ତି । ସେମାନଙ୍କ କୋରନା ପରୀକ୍ଷା କରାଯାଇ ନାହିଁ । କିନ୍ତୁ ସେମାନଙ୍କ ରୋଗର ଲକ୍ଷଣଥିଲା ଥଣ୍ଡା,କାସ,ଜ୍ୱର ଥିବାସ୍ୱତେ କୋଭିଡ଼ ଚିକିତ୍ସାଳୟକୁ ନନେଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇବା ଜିଲ୍ଲାପାଇଁ ବିପଦ ନୁହେଁ କି ବୋଲି ଜଣେ ସିନିୟର ସ୍ୱାସ୍ଥ୍ୟ କର୍ମୀ କହିଛନ୍ତି । ଯଦିଓ ସେ ରୋଗୀ ମଧ୍ୟରୁ କାହାକୁ କରୋନା ଆକ୍ରାନ୍ତ ଥିବ ତେବେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ତାଲା ପଡିବ ନିଶ୍ଚିତ ।