Odisha news

ଚମତ୍କାର ଅଫର : କଇଁଛ କିଣିଲେ ମାଗଣାରେ ମିଳୁଛି ମହଲ ଭଳି ଘର

ନୂଆଦିଲ୍ଲୀ : ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ସମସ୍ତଙ୍କର ଆବଶ୍ୟକତା ରହିଥାଏ । ବେଳେବେଳେ ଏହା ସ୍ୱପ୍ନ ମଧ୍ୟ ହୋଇଯାଏ ,ଯଦି ଆପଣ ନିଜର ଘର ଚାହୁଁଛନ୍ତି ତେବେ ଏହି ସ୍ବପ୍ନକୁ ଆପଣଙ୍କର ମାଗଣାରେ ପୁରା କରାଯାଇ ପାରିବ କିନ୍ତୁ ସେଥିପାଇଁ କେବଳ ଗୋଟିଏ ସର୍ତ ରହିଛି ଯାହାକୁ ଆପଣ ପାଳନ କରିବେ । ଏହି ସର୍ତଟି ଏହା ଯେ ଆପଣଙ୍କୁ ଗୋଟିଏ କଇଁଛ ନେବାକୁ ପଡ଼ିବ ଯାହାର ନାମ ହର୍କୁଲେସ ଅଟେ । ଏହି କଇଁଛର ମୂଲ୍ୟ ଭାରତୀୟ ମୁଦ୍ରାରେ ୮କୋଟି ୫୪ ଲକ୍ଷ ୫୪ ହଜାର ୫୪୭ ତାଙ୍କ ଅଟେ ଏତିକି ମୂଲ୍ୟଦେଇ ଆପଣ ଯଦି କଇଁଛଟିକୁ କିଣିବେ ତେବେ ଆପଣଙ୍କ ପାଇଁ ମହଲ ସମ୍ଭବ ଅଟେ । ଖାସ୍ କଥାଟି ହେଉଛି ଏହି କଇଁଛ ୯୪ ବର୍ଷର ।

ଏହି କଇଁଛକୁ ବିକ୍ରି କରୁଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି ଯିଏ ଏହାକୁ କିଣିବ ତାକୁ ବୋନସ ଭାବରେ ଗୋଟିଏ ମହଲ ଭଳି ଘର ଦିଆଯିବ ଓ ଏହି ଘରଟି କଇଁଛ ସହିତ ମାଗଣା ଅଟେ । ଏଥିରେ ୪ଟି ଶୋଇବା ଘର ରହିଛି । ଏହି ଘରଟିର ନାମ ହେଉଛି ଦୀ ଓଲ୍ଡ ଡ଼ାୟରି ,ଏହି ଘରର ଅନେକ ବିଶେଷତ୍ଵ ରହିଛି । ଯେଉଁଥିରେ ତିନୋଟି ମହଲା ରହିଛି । ୯୪ ବର୍ଷୀୟ ଏହି ବୃଦ୍ଧ କଇଁଛ ସହିତ ମିଳିବାକୁ ଥିବା ଘରର ତଳ ମହଲାରେ ପ୍ରବେଶ କରିବା ମାତ୍ରେ ଆପଣଙ୍କୁ ଗୋଟିଏ ବଡ ହଲ ଦେଖାଯିବ । ସିଡି ଦ୍ବାରା ତଳକୁ ଯିବା ମାତ୍ରେ ତଳେ ଗୋଟିଏ ବଡ ଷ୍ଟୋର ରୁମ ରହିଛି । ଚାରିଆଡ ସବୁଜ ଗଛଲତା ପରିପୂର୍ଣ୍ଣ ଅଟେ । ବର୍ତ୍ତମାନ ଏହି ଜଗାଟିକୁ ଅନଲାଇନରେ ଚାକିରି କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ବ୍ୟବହାର ହେଉଛି ।
 ମିଳିଥିବା ସୂଚନା ଅନୁସାରେ କଇଁଛଟି ଗତ ୧୪ ବର୍ଷରୁ ଏହି ଘରେ ରହି ଆସିଛି । ୭୦ ଦଶକର ଜଣେ ପଶୁ ଚିକିତ୍ସାକ ଏହି କଇଁଛଟିର ନାମ ହାର୍କୁଲେସ ଦେଇଥିଲେ । କଇଁଛଟି ସଲାଡ,କାକୁଡି ଖାଇଥାଏ ଓ ତାର ପସନ୍ଦ ଯୋଗ୍ୟ ଖାଦ୍ୟ ହେଉଛି ଟମାଟୋ । ୯୪ ବର୍ଷୀୟ ହର୍କୁଲ୍ସ ଦୁଇଟି ବିଶ୍ଵଯୁଦ୍ଧ ମଧ୍ୟ ଦେଖି ସାରିଛି । ଏହି ଘରଟି ଯେଉଁଠି ରହିଛି ସେହି ସ୍ଥାନର ନାମ ହେଉଛି ବିଲ୍ଟ ସାୟର ।

Comments are closed.