କଥାରେ ଅଛି ଖାଦ୍ୟରେ ଲୁଚି ରହିଛି ସ୍ୱାସ୍ଥ୍ୟ l ଆମେ ନିୟମିତ ଭୋଜନ କରିବା ସମୟରେ ଅନେକ ଗୁଡିଏ ଖାଦ୍ୟକୁ ଏକା ସାଙ୍ଗରେ ମିଶାଇ ଖାଇଥାଉ l ବେଳେବେଳେ ଏହିସବୁ ଖାଦ୍ୟ ମିଶାଇ ଖାଇବା ଦ୍ୱାରା ଆମ ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l ଆୟୁର୍ବେଦ ଅନୁସାରେ ଆମକୁ ସେଥିପାଇଁ ବିଶେଷ ଭାବରେ ସତର୍କ ରହିବା ଆବଶ୍ୟକ l
ବିଶେଷଣଜ୍ଞ ମାନଙ୍କ ଦ୍ୱାରା କୁହା ଯାଇଥିବା ଫୁଡ କମ୍ବିନେସନ –
ବିରୁଦ୍ଧ ଆହାର କଣ ? –
ଆୟୁର୍ବେଦ ଅନୁସାରେ ବିରୁଦ୍ଧ ଏହାର ଅର୍ଥ ବିପରୀତ ଆହାର ଅଟେ l କିଛିଟା ଖାଦ୍ୟ ପଦାର୍ଥ ସ୍ୱାଭାବିକ ଭାବରେ ହାନିକାରକ ଅଟନ୍ତି l ଆଉ କିଛିଟା ଖୁବ ଗୁଣକାରୀ ଅଟନ୍ତି l କିନ୍ତୁ ଏହିସବୁ ଖାଦ୍ୟ ପଦାର୍ଥ ବେଳେବେଳେ ଶରୀରକୁ ଲାଭ ଦେବା ବଦଳରେ କ୍ଷତି ଘଟାଇ ଥାଆନ୍ତି l ସେଗୁଡିକ ହେଲା ମାଛ ଓ ଦୁଗ୍ଧ, ଫଳ ଓ ଦୁଗ୍ଧ, ମହୁ ଓ ଘିଅ, ଏହି ସବୁ ଜିନିଷକୁ ଏକା ସାଙ୍ଗରେ ଖାଇବା ଉଚିତ ନୁହେଁ l ଏହାକୁ ମିଶାଇ ଖାଇବା ଦ୍ୱାରା ଶରୀର ପ୍ରଭାବିତ ହୋଇଥାଏ l
* କେବେବି ଦୁଗ୍ଧ ସହିତ ଫଳ ମିଶାଇ ଖାଇବା ଉଚିତ ନୁହେଁ l ବିଶେଷ କରି କଦଳୀକୁ ଦୁଗ୍ଧ ଓ ଦହି ସହିତ ମିଶାଇ ଖାଇବା ଠିକ ନୁହେଁ l କାରଣ ଏହା ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ l କଦଳୀ କୁ ଦୁଗ୍ଧ ଓ ଦହି ସହିତ ଖାଇବା ଦ୍ୱାରା ଏଲର୍ଜୀ ସୃଷ୍ଟି ହୋଇଥାଏ l
* କେବେବି ଘିଅ ଓ ମହୁ ମିଶାଇ ସମାନ ମାତ୍ରାରେ ଖାଇବା ଠିକ ନୁହେଁ l ଯଦି ଆପଣ ଏହାକୁ ମିଶାଇ ଖାଇବେ ତେବେ ଘିଅ ଅଧିକ ହେଲେ ମହୁ କମାଇ ମିଶାନ୍ତୁ l ନଚେତ ଏହା ରକ୍ତଚାପ କୁ ପ୍ରଭାବିତ କରିବ l
* ବିଶେଷଜ୍ଞ ମାନଙ୍କ ମତରେ ମାଛ ଓ ଦୁଗ୍ଧ କୁ ମିଶାଇ ଖାଆନ୍ତୁ ନାହିଁ l ଏହି ଦୁଇଟି ଜିନିଷକୁ ମିଶାଇ ଖାଇଲେ ରକ୍ତ ଦୂଷିତ ହୋଇଥାଏ ଓ ଧମନୀ ରେ ରକ୍ତ ଜମାଟ ବାନ୍ଧି ଥାଏ l
* କେବେବି ରାତି ସମୟରେ ଦହି ଓ ପନିର ମିଶାଇ ଖାଇବା ଉଚିତ ନୁହେଁ l ଏହାକୁ ମିଶାଇ ଖାଇବା ଦ୍ୱାରା ଶରୀରର ଉତ୍ତାପ ବୃଦ୍ଧି ହୋଇଥାଏ ଓ ପାଚନ ପ୍ରକ୍ରିୟାର ବାଧା ସୃଷ୍ଟି ହୋଇଥାଏ l
Comments are closed.