ନୂଆଦିଲ୍ଲୀ :ହଲିଉଡ଼ ଚଳଚିତ୍ର ଜଗତର ଅଧିକାଂଶ ତାରକା ଭାରତ ଆସିଛନ୍ତି ଓ ଭାରତର କିଛି ସହର ଦ୍ୱାରା ପ୍ରଭାବିତ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ଜଣେ ହେଲେ ବ୍ରାଡ଼ ପିଟ l ୨୦୧୨ ରେ ସେ ବାରଣାସୀ ଆସିଥିବା ସମୟରେ ସେ କହିଥିଲେ ଯେ ତାଙ୍କୁ ଏହି ସହର ଏତେ ପସନ୍ଦ କଣ ପାଇଁ l ସେ ସମ୍ପୂର୍ଣ ଭାରତର ପ୍ରଶଂସା କରିଛନ୍ତି l ଅଭିନେତା ବ୍ରାଡ଼ ପିଟ ଅନେକ ଥର ଭାରତ ଆସିଛନ୍ତି l ସେ ୨୦୧୬ ରେ ମଧ୍ୟ ଭାରତ ଆସିଥିଲେ l ତାଙ୍କ ସହିତ ଆଞ୍ଜେଲିନା ଜୋଲୀ ମଧ୍ୟ ଆସିଥିଲେ l ସେହି ସମୟରେ ତାଙ୍କ ଅଭିନୀତ ଚଳଚିତ୍ର “ଏ ମାଈଟି ହାର୍ଟ ” ର ସୁଟିଂ ବାରାଣସୀରେ ହୋଇଥିଲା l
୨୦୧୨ ରେ ଚଳଚିତ୍ର କିଲିଂ ଦେମ ସଫଟଲି ସମୟରେ ବ୍ରାଡ଼ ପିଟ ନିଜର ଭ୍ରମଣକୁ ନେଇ ଭାରତର ପ୍ରସଂସା କରିଥିଲେ ଓ କହିଥିଲେ “ମୁଁ ଗତ ଥର ଭାରତର ଅଧିକାଂଶ ସ୍ଥାନ ଦେଖିଛି l ସାରା ବିଶ୍ୱରେ ଭାରତ ଭଳି ଜାଗା ନାହିଁ l ଅନେକ ବିବିଧତା ମଧ୍ୟରେ ଭାରତର ଏକତା ରହିଛି l କିନ୍ତୁ ସାରା ଭାରତରେ ମତେ ବାରଣାସୀ ସବୁଠୁ ଅଧିକ ପସନ୍ଦ ହୋଇଥିଲା l ଏହି ପବିତ୍ର ସ୍ଥାନକୁ ଆସି ବିଶ୍ୱବାସୀ ନିଜକୁ ଧନ୍ୟ ମନେ କରିଥାନ୍ତି l”