Odisha news

ଏଥର ସୋମବାରରେ ଆସିଛି ହୋଲି : ମା ଲକ୍ଷ୍ମୀଙ୍କୁ ଏହିସବୁ ଉପାୟରେ କରନ୍ତୁ ସନ୍ତୁଷ୍ଟ

ମାତା ଲକ୍ଷ୍ମୀଙ୍କ ପୂଜା କେବଳ ଗୁରୁବାର ଦିନ କରାଯାଇଥାଏ ବୋଲି ଅନେକଙ୍କ ଧାରଣା ରହିଛି l କିନ୍ତୁ ତାଙ୍କ ପୂଜା ଶ୍ରଦ୍ଧା ଓ ଭକ୍ତି ଭାବରେ ଯେକୌଣସି ଦିନ କଲେ ମଧ୍ୟ ଲାଭ ମିଳିଥାଏ l ହୋଲି ଦିନ ସୋମବାର ପାଦୁଥିବା ହେତୁ ଆପଣ ମାନେ ମା ଲକ୍ଷ୍ମୀଙ୍କୁ ପୂଜା କରି ସନ୍ତୁଷ୍ଟ କରି ପାରିବେ l ଘରର ନକାରାତ୍ମକ ଶକ୍ତି ଦୂର ହେବ ସହିତ ସୁଖ ସମୃଦ୍ଧି ମଧ୍ୟ ବଢିବ l ମାନ୍ୟତା ଅନୁସାରେ ଯେକୌଣସି ପୂଜା ବିଧିକୁ ଆମେ ଗୋଟିଏ ଶୁଭ ମୁହୂର୍ତ ଓ ଶୁଭ ଦିନ ଅନୁସାରେ କରିଥାଉ l କିନ୍ତୁ ହୋଲି ଦିନ ମାଙ୍କର ବିଶେଷ ପୂଜା ଆରାଧନା ରହିଛି l

ଧନର ରା଼ପ୍ତି ପାଇଁ ଧନର ଦେବୀ ଲକ୍ଷ୍ମୀଙ୍କୁ ଆରାଧନା କରିବା ପୂର୍ବରୁ ମନକୁ ସ୍ଥିର ରଖି ଧ୍ୟାନ କରିବା ଉଚିତ l ତାଙ୍କର ପୂଜାକୁ ଯଥା ବିଧି ଭାବରେ ପଦ୍ମ ଫୁଲ ଓ ହଳଦିଆ ରଙ୍ଗର ଫୁଲ ଦେଇ କାରିବ ଆବଶ୍ୟକ l କାରଣ ପଦ୍ମ ଫୁଲ ଲକ୍ଷ୍ମୀଙ୍କର ପ୍ରିୟ ଅଟେ l ଲକ୍ଷ୍ମୀଙ୍କୁ ପ୍ରସାଦ ଭାବରେ ଗୁଡ ଓ ଦୁଗ୍ଧର ଜିନିଷ ଅର୍ପଣ କରନ୍ତୁ ,ତାଙ୍କ ପାଖରେ ଘିଅର ଦୀପ ପ୍ରଜ୍ବଳନ କରନ୍ତୁ l

* ଦକ୍ଷିଣ ପୂର୍ବ ଦିଗକୁ ଧନର ଦିଗ ବୋଲି କୁହାଯାଏ l ତେଣୁ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଦିଗରେ ସବୁଜ ଗଛ ଲଗାଇବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ  ମିଳିଥାଏ ଓ ଆପଣଙ୍କର ଫସି ରହିଥିବା ଧନ ମଧ୍ୟ ଆପଣ ପାଇ ପାରିବେ l ଏହି ଦିଗରେ ଆପଣ କୁବେରା ଯନ୍ତ୍ର ମଧ୍ୟ ଲଗାଇ ପାରିବେ l

* ଗୁରୁ ଗ୍ରହଙ୍କୁ ଧନ କରକ ବୋଲି କୁହାଯାଏ l ତେଣୁକରି ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗୁରୁ ଗ୍ରହଙ୍କୁ ସ୍ଥାପନ କରିବା ସହିତ ତାଙ୍କର ମନ୍ତ୍ର ମଧ୍ୟ ପାଠ କରିବା ଆବଶ୍ୟକ l

* ଶୁକ୍ର ଗ୍ରହଙ୍କୁ ଭୌତିକ ସୁଖ ସାଧନର ପ୍ରତୀକ ବୋଲି କୁହାଯାଇଥାଏ l ମାନ୍ୟତା ରହିଛି ଯେ ତାଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ l

* ଘରେ କ୍ଳେଶ କିମ୍ବା ଅସୁବିଧାର ସମ୍ମୁଖୀନ ନହେବା ପାଇଁ ଲକ୍ଷ୍ମୀଙ୍କର କୃପା ସହିତ ନାରାୟଣଙ୍କ ଆଶୀର୍ବାଦ ମଧ୍ୟ ନିହାତି ଜରୁରୀ l ଯେଉଁ ଘରେ ସବୁବେଳେ କଳହ ଲାଗି ରହିଥାଏ ଓ ନାରୀ ମାନଙ୍କୁ ସମ୍ମାନ ଦିଆଯାଏ ନାହିଁ  ସେଠାରେ ଲକ୍ଷ୍ମୀ ବାସ କରନ୍ତି ନାହିଁ l

*ତୁଳସୀ ଗଛଟା ବିଶେଷ ମହତ୍ୱ ରହିଛି ତେଣୁ ପ୍ରତେକ ଘର ଅଗଣାରେ ତୁଳସୀ ଗଛର ପୂଜା କରିବା ଉଚିତ l କାରଣ ତୁଳସୀଙ୍କୁ ପୂଜା କଲେ ନାରାୟଣ ଓ ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିବ ସହିତ ଧନ ସଙ୍କଟ ଦୂର ହୋଇଥାଏ l

Comments are closed.