Odisha news

ହୋଲିକା ଦହନ ପାଉଁଶ ରେ କରନ୍ତୁ ଏହି ୩ଟି  ଉପାୟ, ଭାଗ୍ୟରେ ହେବ ନୂଆ ଉଦୟ

0

ହୋଲି ପର୍ବ ଅଧର୍ମ ଉପରେ ଧର୍ମ ର ବିଜୟ ର ପର୍ବ ଅଟେ, ହୋଲିକା ଦହନ ସେହି ପର୍ବ ଯାହାକି ହୋଲି ଉତ୍ସବ ର ପୂର୍ବ ଦିନ ପାଳିତ ହୋଇଥାଏ, ଚଳିତବର୍ଷ ହୋଲିକା ଦହନ ମାର୍ଚ୍ଚ ୧୩ ତାରିଖ ରେ ପାଳିତ ହେବାକୁ ଯାଉଛି, ଏବଂରଙ୍ଗ ଉତ୍ସବ ୧୫ ତାରିଖ ଦିନ ଖେଳାକିବ l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହୋଲିକା ଦହନ ଉତ୍ସବ ରେ ବିଶେଷ ଉପାୟ ପ୍ରଚଳିତ ରହିଛି l ଯେଉଁ ଉପାୟକୁ କରିବା ଦ୍ୱାରା ଜୀବନ ରେ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଜଣେ ବ୍ୟବସାୟୀ କିମ୍ବା ଚାକିରିଆ ଏବଂ କୌଣସି କ୍ଷେତ୍ରରେ ସଫଳତା ପାଉ ନାହାନ୍ତି, ତେବେ ହୋଲିକା ଦହନ ପରେ ତାର ପାଉଁଶ କୁ ଥଣ୍ଡା କରି ତାହାକୁ ନାଲି କପଡା ରେ ବାନ୍ଧି ନିଅନ୍ତୁ, ଏହାପରେ ସେଥିରେ ଗୋଟିଏ ତମ୍ବା ମୁଦ୍ରା ପକାଇ ନିଜ ଘର ଆଲମିରା ରେ ରଖି ଦିଅନ୍ତୁ , ଏପରି କରିବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ l

* ଶନି ଦୋଷ ରୁ ମିଳିଥାଏ ମୁକ୍ତି –
ଧାର୍ମିକ ମାନ୍ୟତା ଅନୁସାରେ ହୋଲିକା ଦହନ ର ପାଉଁଶ କୁ ପରଦିନ ମନ୍ଦିର ରେ ଯାଇ ଶିବ ଲିଙ୍ଗ ରେ ସମର୍ପଣ କରନ୍ତୁ, ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଶନି ଢେୟା , ଶନି ସାଢେ ସାତି ଓ ଶନି ମହାଦଶା ରୁ ମୁକ୍ତି ମିଳିଥାଏ, ଯାହାଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ଆସିଥାଏ, ଏହାଦ୍ୱାରା ରାହୁ -କେତୁ ର ଅଶୁଭ ପ୍ରଭାବ ରୁ ମୁକ୍ତି ମିଳିଥାଏ l

* ଦୁରେଇ ଯାଇଥାଏ ଘରୋଇ କଳହ –
ଯଦି ଆପଣଙ୍କ ପରିବାର ରେ ଘରୋଇ କଳହ ସବୁବେଳେ ଲାଗି ରହୁଛି ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଭଲ ସମ୍ପର୍କ ରହୁନାହିଁ, ତେବେ ହୋଲିକା ଦହନ ପାଉଁଶ କୁ ନିଜ ଘରର ଫାଟକ ର ମୁହଁ ରେ ଛିଂଚି ଦିଅନ୍ତୁ, କୁହାଯାଏ ଯେ ଏହାଦ୍ୱାରା ଆପଣଙ୍କ ଜୀବନ କୁ ନକାରାତ୍ମକ ଉର୍ଜା ପ୍ରବେଶ କରିନଥାଏ l ଏବଂ ସ୍ୱାମୀ-ସ୍ତ୍ରୀ ଙ୍କ ସମ୍ବନ୍ଧ ସୁନ୍ଦର ହୋଇଥାଏ l

Govt
Leave A Reply