Odisha news

ଗ୍ରୀଷ୍ମ ଋତୁ ଆସିବା ମାତ୍ରକେ କାହିଁକି ଖଜୁରୀ ଖାଇବା ଜରୁରୀ , କଣ କହୁଛି ଗବେଷଣା ?

0

ଖଜୁରୀ ରେ ଫାଇବର, ପୋଟାସିୟମ ସମେତ ଅନେକ ପୋଷାକ ତତ୍ୱ ରହିଛି, ଖଜୁରୀ କୁ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ କଣ ଗ୍ରୀଷ୍ମ ଋତୁରେ ଖଜୁରୀ ଖାଇବା ଜରୁରୀ ? କାହିଁକି ନା ଖଜୁରୀ କୁ ଗୋଟିଏ ଶୀତ  ଦିନିଆ ଡ୍ରାଏ ଫ୍ରୁଟସ ବୋଲି କୁହାଯାଇଥାଏ, କିନ୍ତୁ ଏହା ଗରମ ଦିନରେ ଖାଇବା କେତେଦୂର ଯଥାର୍ଥ ତାହା ଆମେ ନିହାତି ଜାଣିବା ଜରୁରୀ l

କଣ ରହିଛି ଏକ୍ସପର୍ଟ ଙ୍କ ମତ –
ଏକ୍ସପର୍ଟ ଙ୍କ ମତରେ ଗର୍ମ ଦିନରେ ମଧ୍ୟ ଖଜୁରୀ ଖାଇପାରିବା କିନ୍ତୁ ଏହାକୁ ଖାଇବା ସମୟ ରେ କିଛିଟା କଥାକୁ ଧ୍ୟାନ ରଖିବା ଜରୁରୀ l ଖଜୁରୀ ଗୋଟିଏ ନେଚୁରାଲ ସ୍ଵିଟନର , ଖଜୁରୀ ସେବନ ଦ୍ୱାରା ବ୍ଲଡ଼ ସୁଗାର ଲେବୁଲ ବଢି ଯାଇଥାଏ l ତେଣୁ ଗର୍ମ ଦିନ ହେଉ କି ଶୀତଦିନ ମଧୁମେହ ରୋଗୀ ଖଜୁରୀ ଖାଇବା ଉଚିତ ନୁହେଁ l

କେଉଁମାନେ ଗର୍ମ ଦିନରେ ଖଜୁରୀ ଖାଇବା ଜରୁରୀ –
ଖଜୁରୀ ର ସ୍ଵଭାଵ ଗରମ ଅଟେ, ତେଣୁ ଗରମ ଦିନରେ ଖଜୁରୀ ଦିନ ସମୟ ରେ ଖାଇବା ଉଚିତ ନୁହେଁ l କିନ୍ତୁ ଯେଉଁ ଲୋକ ମାନଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ରହିଛି ସେମାନେ ଗରମ ଦିନରେ ମଧ୍ୟ ଖଜୁରୀ ଖାଇପାରିବେ l

କାହିଁକି ପାଣିରେ ବତୁରାଈ ଖଜୁରୀ ଖାଇବା ଜରୁରୀ –
ଏକ୍ସପର୍ଟ ଙ୍କ ମତରେ ଗରମ ଦିନରେ ଯଦି ଆପଣ ଖଜୁରୀ ଖାଇବାକୁ ଚାହୁଁଛନ୍ତି ତେବେ ତାହାକୁ ପାଣିରେ ବତୁରାଈ ସେବନ କରନ୍ତୁ, ଖଜୁରୀ କୁ ପାଣିରେ ବତୁରାଈ ଖାଇବା ଦ୍ୱାରା କମ ଗରମ ଲାଗିଥାଏ l  ଯଦି ଆପଣ ଗ୍ରୀଷ୍ମ ଋତୁରେ ଖଜୁରୀ ଖାଉଛନ୍ତି ତେବେ ୪୦ ମିନିଟ ପରେ ଖୁବ ପାଣି ପୀଇବା ଜରୁରୀ l

Leave A Reply