Odisha news

ICC ଚମ୍ପିଆନ୍ସ ଟ୍ରଫି ୨୦୨୫ : ହୋଷ୍ଟ ପାକିସ୍ତାନ,  ଚମ୍ପିଆନ୍ସ ଟ୍ରଫି ନେଇଗଲା ଭାରତ

0

୨୦୨୫ ICC ଚମ୍ପିଆନ୍ସ ଟ୍ରଫି କୁ ନେଇ ହୋଷ୍ଟ କରିଥିବା ପାକିସ୍ତାନ ଗତ ଏକବର୍ଷ ହେଲାଣି ହୋ-ହାଲ୍ଲା କରି ଆସୁଥିଲା, କେତେବେଳେ ଫାଇନାଲ ତ ଆଉ କେତେବେଳେ ଷ୍ଟାଡିଅମ କୁ ନେଇ ପାକିସ୍ତାନ ପକ୍ଷରୁ ବିଭିନ୍ନ ପ୍ରକାରର ବୟାନ ମଧ୍ୟ ଆସିଛି, ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ପଡୋଶୀ ଦେଶ ଭାରତ କୁ ନିଜ ଘରକୁ ଡାକିବା ପାଇଁ ଜିଦ ଧରି ବସିଲା ପାକିସ୍ତାନ l କିନ୍ତୁ ଯେତେବେଳେ ଟୁର୍ନାମେଣ୍ଟ ଟି ସମାପ୍ତ ହୋଇଯାଇଥିଲା ସମସ୍ତ ଙ୍କ ମୁହଁ ରେ ଗୋଟିଏ କଥା ହୋଷ୍ଟ କଲା ପାକିସ୍ତାନ ଟ୍ରଫି ନେଲା ଭାରତ l

ପାକିସ୍ତାନ ଦଳକୁ ପାକିସ୍ତାନ ରେ ଲଜ୍ଜାର ସମୁଖୀନ ହେବାକୁ ପଡିଛି, ଭାରତୀୟ ଦଳର ବିଜୟ ପରେ ସ୍ୱତନ୍ତ୍ର ଭାବରେ ପାକିସ୍ତାନ ର ପୂର୍ବତନ କ୍ରିକେଟ ତାରକା ସୟଦ ଆଫ୍ରିଦି ଭାରତୀୟ ଖେଳାଳି ଙ୍କ ସମାଲୋଚନା କରିବାକୁ ପଛାଇ ନାହାନ୍ତି, ଆଫ୍ରିଦି ଙ୍କ ମତରେ ଭାରତ ଲଗାତାର ଗୋଟିଏ ଷ୍ଟାଡିୟମ ରେ ଖେଳିଲା ବୋଲି ବିଜୟ ଲାଭ କଲା ଯଦି ପାକିସ୍ତାନ କଥାରେ ପାକିସ୍ତାନ ରେ ଚମ୍ପିଆନ୍ସ ଟ୍ରଫି ଖେଳି ଥାଆନ୍ତା ତେବେ ସୁନିଶ୍ଚିତ ପରାଜୟ ସ୍ୱୀକାର କରି ଥାଆନ୍ତା l

ଭାରତ ଟ୍ରଫି ଜିତିବାକୁ ପାକିସ୍ତାନ ଟିମ ସହଜ ରେ ହଜମ କରିପାରୁନି, ସେ ପାକିସ୍ତାନ କ୍ରିକେଟ ପ୍ରେମୀ ଙ୍କ ନିକଟରୁ ଭାରତୀୟ ଖେଳାଳୀ ଙ୍କ ପ୍ରଶଂସା ଶୁଣି ବ୍ୟତିବ୍ୟସ୍ତ ହୋଇଯାଇଛି l ଯେଉଁଠି ରୋହିତ ଶର୍ମାଙ୍କୁ କ୍ରିକେଟ ରୁ ସନ୍ୟାସ ନେବାକୁ କୁହାଯାଉ ଥିଲା ସେଇଠି ରୋହିତ ୭୬ ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି l କେବଳ ପାକିସ୍ତାନ ମିଡ଼ିଆ ରେ ଭାରତୀୟ ଖେଳାଳୀ ଙ୍କୁ ନେଇ ଆଲୋଚନା ଚାଲିଛି l

Leave A Reply